ETV Bharat / state

Odisha Assembly: ବିଜେଡି ସଂକେତ ଦେଲା ଆଗାମୀ ନିର୍ବାଚନରେ ବିରୋଧୀ ଭୂମିକା ନିଭାଇବ: ମୋହନ ମାଝୀ

author img

By

Published : Feb 28, 2023, 8:49 PM IST

ମୋହନ ମାଝୀ କହିଛନ୍ତି, ‘‘ବିରୋଧୀ ଦଳ ଏକ ଗୁରୁତ୍ଵପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଆଣିଥିଲେ। ବିଶେଷ କରି ଗୋବିନ୍ଦ ସାହୁ ଯେଉଁଭଳି ହତ୍ୟାର ଶିକାର ହେଲେ ସେହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା। ଆଲୋଚନା କିପରି ହୋଇପାରିବ ନାହିଁ, ସରକାରୀ ଦଳ ସଦସ୍ୟଗୃହକୁ ଅଚଳ କରିବା ପାଇଁ ଚେଷ୍ଟା କଲେ। ଏହା ବଡ ଦୁର୍ଭାଗ୍ୟ ଜନକ କଥା ।" ଅଧିକ ପଢନ୍ତୁ

Etv Bharat
Etv Bharat

ବିଜେଡି ସଂକେତ ଦେଲା ଆଗାମୀ ନିର୍ବାଚନରେ ବିରୋଧୀ ଭୂମିକା ନିଭାଇବ: ମୋହନ ମାଝୀ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେପି ମୁଲତବୀ ନୋଟିସ ଆଣିଥିଲା । ହେଲେ ପ୍ରଶ୍ନକାଳ ଶେଷ ହେଉ ହେଉ ସରକାରୀ ଦଳ ସଦସ୍ୟ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଯାହକୁ ନେଇ ବାଚସ୍ପତି ଗୃହକୁ ଅପରାହ୍ନ 4 ଟା ଯାଏଁ ମୁଲତବୀ କରିଥିଲେ । ଏହାକୁ ନେଇ ଶାସକ ଦଳ ବିରୋଧରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ମୋହନ ମାଝୀ କହିଛନ୍ତି, ‘‘ବିରୋଧୀ ଦଳ ଏକ ଗୁରୁତ୍ଵପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଆଣିଥିଲେ। ବିଶେଷ କରି ଗୋବିନ୍ଦ ସାହୁ ଯେଉଁଭଳି ହତ୍ୟାର ଶିକାର ହେଲେ ସେହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା। ଆଲୋଚନା କିପରି ହୋଇପାରିବ ନାହିଁ, ସରକାରୀ ଦଳ ସଦସ୍ୟଗୃହକୁ ଅଚଳ କରିବା ପାଇଁ ଚେଷ୍ଟା କଲେ। ଏହା ବଡ ଦୁର୍ଭାଗ୍ୟ ଜନକ କଥା। ଯେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିଛି ଶତକଡା 67 ପ୍ରତିଶତ ଅପରାଧ ବୃଦ୍ଧି ପାଇଛି ।"

ଏହାବି ପଢନ୍ତୁ- Odisha Assembly: ଆଲୋଚନାକୁ ଡରୁଛନ୍ତି ସରକାର କହିଲେ ନରସିଂହ

ଏଭଳି ପରିସ୍ଥିତିରେ ରାଜ୍ୟ ସରକାରର ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇନପାରିବା ପରିପ୍ରେକ୍ଷୀରେ ପୋଲିସ ଦ୍ଵାରା ହତ୍ୟାର ଶିକାର ହେଲେ । ହତ୍ୟାକୁ ଗୋଟିଏ ମାସ ବିତିଯାଇଛି । କ୍ରାଇମବ୍ରାଞ୍ଚର ହାତ ଖାଲି । କିନ୍ତୁ ଆଜି ଗୃହରେ ମୁଲତବୀ ପ୍ରସ୍ତାବକୁ ସରକାରୀ ବିଧାୟକ ମାନେ ଚପେଇ ଦେବା ବହୁତ ବୁର୍ଭଗ୍ୟ ଜନକ କଥା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାନର ଦେଖାଉଛନ୍ତି । ଏଥିରୁ ଯାହା ଜଣା ପଡୁଛି ରାଜ୍ୟ ସରକାରଙ୍କ ଅପାରଗତାକୁ ସେ ନିଜେ ସ୍ବୀକାର କରୁଛନ୍ତି। ବିଜେଡି ବିଧାନସଭାରେ ବ୍ୟାନର ଧରି ସୂଚାଇ ଦେଲା ଯେ ଆସନ୍ତା 24 ନିର୍ବାଚନରେ ବିରୋଧୀ ଦଳ ଭୂମିକା ନିଭାଇବାକୁ ଯାଉଛି।

ଏହାବି ପଢନ୍ତୁ- Meghalaya Assembly Polls: ଏକଜିଟ୍‌ ପୋଲ ଇସାରା, ଝୁଲା ସରକାର !

ଅନ୍ୟପଟେ ବିରୋଧୀ ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବିଧାୟକ ଭାଗିରଥୀ ସେଠୀ । ସେଠୀ କହିଛନ୍ତି, ‘‘ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ପୁରିଲାଣି। ହତ୍ୟାକାଣ୍ଡର ସବୁ ଦିଗରୁ ତଦନ୍ତ ଚାଲିଛି। କ୍ରାଇବ୍ରାଞ୍ଚ ଏହାର ତଦନ୍ତ କରୁଛି । ତଦନ୍ତ ସମୟ ସାପେକ୍ଷ । ତେଣୁ ବିରୋଧୀଙ୍କୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କେବେ ବିଗିଡି ନାହିଁ । ନିର୍ବାଚନ ଆସିଲେ ବିଜେପି କେତେ ଆନ୍ଦୋଳନ କରିବେ । ସେଥିରେ କିଛି କହିବାର ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.