ETV Bharat / state

Odisha Assembly: ଆଲୋଚନାକୁ ଡରୁଛନ୍ତି ସରକାର କହିଲେ ନରସିଂହ

author img

By

Published : Feb 28, 2023, 7:37 PM IST

ନରସିଂହ କହିଛନ୍ତି ଯେ ରାଜ୍ୟସରକାର ଉତ୍ତର ପ୍ରଦେଶ ଖେରୀର ଉଦାହରଣ ଦେଇ ପରମ୍ପରା ନାଁରେ ଖସିବାକୁ ଚେଷ୍ଟା କରୁଛନ୍ତି। ନବ ଦାସ ହତ୍ୟା ଘଟଣାରେ ସରକାର ଯେଉଁ ଉତ୍ତର ରଖିଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି କାର୍ଯ୍ୟ ଠିକ ଭାବେ ଚାଲୁ ନାହିଁ। ଅଧିକ ପଢନ୍ତୁ

ନରସିଂହ ମିଶ୍ର
ନରସିଂହ ମିଶ୍ର

Odisha Assembly: ଆଲୋଚନାକୁ ଡରୁଛନ୍ତି ସରକାର: ନରସିଂହ ମିଶ୍ର

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ଓ ଗୋବିନ୍ଦ ସାହୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଡରୁଛନ୍ତି ରାଜ୍ୟ ସରକାର। ସରକାରୀ ଦଳ ହୋହଲ୍ଲା କରି ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ। ଗଣତନ୍ତ୍ର ପାଇଁ ଏହା ବିପଦ। ବିରୋଧୀଙ୍କୁ ଗୃହରେ କୁହାଇଦେଲେ ନାହିଁ। ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ଶୂନ୍ୟକାଳରେ ବିରୋଧୀ ଦଳନେତାଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯିବ । କିନ୍ତୁ ତାହା ଉଲ୍ଲଙ୍ଘନ ହୋଇଛି । ଆଜି ବିଧାନସଭା ଅଚଳ ହେବା ପରେ ଏଭଳି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ସରକାରୀ ଦଳ ଓ ସରକାର ଗଣତନ୍ତ୍ର ଉପରେ ବିଶ୍ବାସ କରନ୍ତି ନାହିଁ । ବିଧାନସଭାରେ ପ୍ରଶ୍ନ କଲେ ସିଧା ସଳଖ ଉତ୍ତର ନଦେଇ ଅଥବା ବୁଲାଇ ବଙ୍କାଇ ଉତ୍ତର ଦେଉଛନ୍ତି । ଗତକାଲି ମୁଁ ପ୍ରଶ୍ନ କରିଥିଲି ଯେ ହାଇକୋର୍ଟ ନ୍ୟାୟିକ ନିର୍ଦ୍ଦେଶନାମାରେ ହେଉ କି ପ୍ରଶାସନିକ ନିର୍ଦ୍ଦେଶନାମାରେ ନିର୍ଦ୍ଦେଶ ଦେଇପାରିବେ କି ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ ତଦାରଖ ଅବସରପ୍ରାପ୍ତ ବିଚାରପତି କରିପାରିବେ । ଏହା ଆଇନସଂଗତ କି? ଏହାର ଉତ୍ତର ରାଜ୍ୟ ସରକାର ସିଧା ସଳଖ ହଁ କିମ୍ବା ନା’ ରେ ଦେଇପାରିଥାନ୍ତେ । କିନ୍ତୁ ଉତ୍ତର ଦେବାର ସତସାହାସ ସରକାରଙ୍କର ନାହିଁ । ବୁଲାଇ ବଙ୍କାଇ ଉତ୍ତର ଦେଲେ ।

ଏହାବି ପଢନ୍ତୁ- NAC Elections: ଏପ୍ରିଲ 3 ରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ

ନରସିଂହ କହିଛନ୍ତି ରାଜ୍ୟସରକାର ଉତ୍ତର ପ୍ରଦେଶ ଖେରୀର ଉଦାହରଣ ଦେଇ ପରମ୍ପରା ନାଁରେ ଖସିବାକୁ ଚେଷ୍ଟା କରୁଛନ୍ତି। ନବ ଦାସ ହତ୍ୟା ଘଟଣାରେ ସରକାର ଯେଉଁ ଉତ୍ତର ରଖିଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି କାର୍ଯ୍ୟ ଠିକ ଭାବେ ଚାଲୁ ନାହିଁ। ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖିଲା ବେଳେ କହିଲେ ତଦନ୍ତ କରି ସଂସ୍ଥା ପ୍ରତ୍ୟକ୍ଷଦର୍ଶୀକୁ ଜେରା କରିଛି । ଯଦି ପ୍ରତ୍ୟେକ୍ଷଦର୍ଶୀଙ୍କୁ ଜେରା ହୋଇଛି, କିଏ ସେହି ପ୍ରତ୍ୟେକ୍ଷଦର୍ଶୀ । ସେ କଣ ଦେଖିଛନ୍ତି? ଏବଂ ଷଡଯନ୍ତ୍ର ଦିଗକୁ ତଦନ୍ତ କରାଯାଉଛି। ଯଦି ଷଡଯନ୍ତ୍ର ଦିଗକୁ ତଦନ୍ତ କରୁଛନ୍ତି। କେଉଁମାନେ ସନ୍ଦେହ ଘେରକୁ ଆସିଛନ୍ତି? ତାଙ୍କ ନାଁ କହିବାକୁ ଡରୁଛନ୍ତି କାହିଁକି? ବିରୋଧୀ ଦେଳ ପକ୍ଷରୁ ଯେଉଁ କିଛି ଲୋକଙ୍କ ନା କୁହାଯାଉଛି ସେମାନେ ନୁହେଁ ତ? । ସେହି ସନ୍ଦେହ ଅଧିକ ଘନୀଭୂତ ହେଉଛି।

ସେହିପରି ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୋଟିଏ ପଟେ ନ୍ୟାୟିକ ତଦନ୍ତ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି । କିନ୍ତୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର କୌଣସି ଆଲୋଚନା କରିବାକୁ ପ୍ରସ୍ତୁତ ନାହାଁନ୍ତି । ଆଲୋଚନା ଭୟର ଗୃହ ଅଚଳ କରି ଛତ୍ରଭଙ୍ଗ ଦେଉଛନ୍ତି ।

କ୍ରାଇମବ୍ରାଞ୍ଚର ତଦନ୍ତ ଦକ୍ଷତା ଉପରେ ନରସିଂହ ପ୍ରଶ୍ନ ଉଠାଇ କହିଛନ୍ତି, ମୁଁ ବିଧାନସଭାରେ ପ୍ରଶ୍ନ କରିଥିଲି, ଗତ 10 ବର୍ଷରେ ସରକାର କେତୋଟି ମାମଲା କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଛନ୍ତି? ସରକାର ଉତ୍ତର ଦେଇଛନ୍ତି ଗତ 10 ବର୍ଷ ମଧ୍ୟରେ 225ଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ସେଥି ମଧ୍ୟରୁ 88 ଟି ମାମଲାର ଚାର୍ଜସିଟ ହୋଇଛି । 89 ମାମଲାରୁ କିଛି ମିଳିନାହିଁ । କିଛି ମାମଲା 20 ବର୍ଷ ହେଲା ତଦନ୍ତ ଚାଲିଛି। ଏଥରୁ ସ୍ପଷ୍ଟ ହେଉଛି କ୍ରାଇମବ୍ରାଞ୍ଚ କେତେ ପାରିବାପଣିଆ। ଏବେ ସେହି କ୍ରାଇମବ୍ରାଞ୍ଚ ଉପରେ ଭରଷା କେମିତି ଆସିବ ବୋଲି ପ୍ରଶ୍ନ ଉଠେଇଛନ୍ତି ନରସିଂହ।

ଏହାବି ପଢନ୍ତୁ- Delhi Cabinet: କେଜ୍ରିଓ୍ୱାଲ କ୍ୟାବିନେଟରୁ ଇସ୍ତଫା ଦେଲେ ସିସୋଦିଆ, ସତ୍ୟେନ୍ଦ୍ର

ସେହିପରି ପଟଣାଗଡ, ଟିଟିଲାଗଡ ଏବଂ ଚିଟଫଣ୍ଡ ମାମଲାରେ ସିବିଆଇ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରି ତଦନ୍ତ କଲେ ଦୋଷୀ ଧରାଡିବ ବୋଲି କହିଛନ୍ତି ନରସିଂହ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.