ETV Bharat / state

Kotia Dispute: ପ୍ରତିଶୋଧ ନେଲା ଆନ୍ଧ୍ର, କାଲି ତଡାଖାଇବା ପରେ ଆଜି ଯୋଗାଇଲା ସ୍ୱାସ୍ଥ୍ୟସେବା

author img

By

Published : Jan 7, 2023, 8:30 PM IST

ପୁଣି ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ କୋଟିଆରେ ମୁଣ୍ଡ ଟେକୁଛି ବିବାଦ (Odisha Andhra Border Dispute) । ଶୁକ୍ରବାର ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଆସିଥିବା ଆନ୍ଧ୍ର୍ ସ୍ବାସ୍ଥ୍ୟ ଟିମକୁ ଓଡ଼ିଶା ପୋଲିସ ଫେରାଇଦେଇଥିବା ବେଳେ ଆଜି ପୁଣି ସେମାନେ କୋଟିଆରେ ସ୍ବାସ୍ଥ୍ୟସେବା ଯୋଗାଇ ନେଇଛନ୍ତି ପ୍ରତିଶୋଧ । ଅଧିକ ପଢନ୍ତୁ

Kotia Dispute
Kotia Dispute

କୋରାପୁଟ: ଥମିବାର ନାଁ ନେଉନି ଓଡ଼ିଶା- ଆନ୍ଧ୍ର ସୀମା ବିବାଦ । ଓଡ଼ିଶା ପୋଲିସ ଦ୍ଵାରା ଶୁକ୍ରବାର ତଡା ଖାଇଥିବା ଆନ୍ଧ୍ର ସ୍ବାସ୍ଥ୍ୟ ଅଧିକାରୀ ଶନିବାର କୋଟିଆକୁ ଆସି ଚିକିତ୍ସା ପ୍ରଦାନ କରି ପ୍ରତିଶୋଧ ନେଇଛନ୍ତି । ଗତ ଶୁକ୍ରବାର କୋଟିଆ ପଞ୍ଚାୟତର ଉପର ସେମ୍ବୀକୁ ଏହି ସ୍ବାସ୍ଥ୍ୟକର୍ମୀ ଆସିଥିଲେ । ମାତ୍ର ସେଠାରୁ ତାଙ୍କୁ ଓଡ଼ିଶା ପୋଲିସ ବିଦା କରିଥିଲା । ଏହାପରେ ସେମାନେ ଆଜି କୋଟିଆରେ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି ।

କୋଟିଆରେ ସ୍ବାସ୍ଥ୍ୟସେବା ଯୋଗାଇଲେ ଆନ୍ଧ୍ର ସ୍ବାସ୍ଥ୍ୟ ଅଧିକାରୀ
କୋଟିଆରେ ସ୍ବାସ୍ଥ୍ୟସେବା ଯୋଗାଇଲେ ଆନ୍ଧ୍ର ସ୍ବାସ୍ଥ୍ୟ ଅଧିକାରୀ

ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ ୧୦୪ ଗାଡ଼ି ଧରି କୋଟିଆ ମଧ୍ୟକୁ ଆନ୍ଧ୍ର ଥୋନମ୍‌ ପିଏଚସିର ଡ. ଏ.ଅଜୟ ଓ ତାଙ୍କ ସ୍ବାସ୍ଥ୍ୟ ଟିମ୍‌ ପ୍ରବେଶ କରିଥିଲା । ଶୁକ୍ରବାର ଦିନ କୋଟିଆରେ ଉପସ୍ଥିତ ଥିବା ଓଡ଼ିଶା ପୋଲିସ ତାଙ୍କୁ ଉପର ସେମ୍ବି ନିକଟରେ ଅଟକାଇ ଫେରାଇ ଦେଇଥିଲେ । କୋଟିଆ ପଞ୍ଚାୟତର ପ୍ରତିଟି ସ୍ଥାନ ଓଡ଼ିଶାର ଏବଂ ସେଥିରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କୌଣସି ଭାବରେ ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କୁ ରୋକଠକ ଶୁଣାଇ ଦିଆଯାଇଥିଲା । ଆନ୍ଧ୍ରର ଡାକ୍ତରୀ ଟିମ୍ ଓଡ଼ିଶାର ହୁଙ୍କାର ସମ୍ମୁଖରେ ମୁହଁ ବନ୍ଦ କରି ଚୁପଚାପ୍ ପଳାଇଯାଇଥିଲେ ହେଁ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା ।

କୋଟିଆରେ ସ୍ବାସ୍ଥ୍ୟସେବା ଯୋଗାଇଲେ ଆନ୍ଧ୍ର ସ୍ବାସ୍ଥ୍ୟ ଅଧିକାରୀ
କୋଟିଆରେ ସ୍ବାସ୍ଥ୍ୟସେବା ଯୋଗାଇଲେ ଆନ୍ଧ୍ର ସ୍ବାସ୍ଥ୍ୟ ଅଧିକାରୀ

ଏହା ବି ପଢନ୍ତୁ- କୋଟିଆରେ ଅନୁପ୍ରବେଶ କରୁଥିଲା ଆନ୍ଧ୍ର ଆମ୍ବୁଲାନ୍ସ, ରୋକିଲା ପୋଲିସ

ଯାହାର ଫଳ ସ୍ବରୂପ ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଡାକ୍ତର ଅଜୟ ଏବଂ ତାଙ୍କ ସ୍ବାସ୍ଥ୍ୟ ସେବା ପ୍ରଦାନ କାରୀ ଦଳ ଆଜି ପୁଣି କୋଟିଆରେ ପହଞ୍ଚିଛି । ସେମାନେ ୧୦୪ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଭ୍ୟାନକୁ ନେଇ ଶସସ୍ତ୍ର ପୋଲିସର ସହାୟତାରେ କୋଟିଆ ଓ ଗଞ୍ଜେଇପଦରଠାରେ ଘର ଘର ବୁଲି ୭୦ ଜଣଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିଛନ୍ତି । ବିଗତ ଦିନଗୁଡ଼ିକରେ ଆନ୍ଧ୍ର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରାଶାସନିକ ଅଧିକାରୀ, ବିଧାୟକ ଓ ଜିଲ୍ଲା ପରିଷଦ ସଦସ୍ୟ ଫେରାଇ ଦେଇଥିଲେ ।

ଏପରି ପ୍ରତିଶୋଧ ପରାୟଣ ହୋଇ କୋଟିଆର ପ୍ରାଣକେନ୍ଦ୍ରରେ ଦର୍ପ ଦେଖାଇ ଆନ୍ଧ୍ର ଅଧିକାରୀ କିମ୍ବା ପୋଲିସ କୋଟିଆ ଥାନା ଓ ହସ୍ପିଟାଲ ସମ୍ମୁଖରେ ଚୌକି ପକାଇ ବସିବା ଘଟଣା ଘଟିନଥିଲା । ତେବେ ଆସନ୍ତା ଦିନରେ ଉଭୟ ରାଜ୍ୟର ସାଧାରଣ ନିର୍ବାଚନ ହେବାକୁ ଥିବା ସମୟରେ ଆନ୍ଧ୍ରର ଏପରି କୋଟିଆ ବିଜୟ ଯାତ୍ରା ଭଳି ଔଧତ୍ୟପୂର୍ଣ୍ଣ ଆଭିମୁଖ୍ୟର ଜବାବ ଓଡ଼ିଶା କିପରି ରଖୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.