ETV Bharat / state

କୋଟିଆରେ ଅନୁପ୍ରବେଶ କରୁଥିଲା ଆନ୍ଧ୍ର ଆମ୍ବୁଲାନ୍ସ, ରୋକିଲା ପୋଲିସ

author img

By

Published : Jan 7, 2023, 3:44 PM IST

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ
କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ

କୋଟିଆର ଉପରସେମ୍ବିରେ ଆନ୍ଧ୍ରପ୍ରଦେଶର ଆମ୍ବୁଲାନ୍ସ ଅନୁପ୍ରବେଶ କରୁଥିବା ବେଳେ ରୋକିଲା କୋଟିଲା ପୋଲିସ । ଅଧିକ ପଢନ୍ତୁ

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ

କୋରାପୁଟ: ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ପଟାଙ୍ଗୀ ବ୍ଲକର କୋଟିଆର ଉପରସେମ୍ବିରେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଅନୁପ୍ରବେଶ ନେଇ ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆର ଉପରସେମ୍ବିରେ ଅନୁପ୍ରବେଶ କରୁଥିଲା ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ବିଭାଗ। ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ ୧୦୪ ଗାଡି ଧରି କୋଟିଆ ମଧ୍ୟକୁ ପ୍ରବେଶ କରୁଥିଲା ଆନ୍ଧ୍ର ଥୋନମ୍‌ ପିଏଚସିର ଡା.ଏ.ଅଜୟ ଓ ତାଙ୍କ ସ୍ବାସ୍ଥ୍ୟ ଟିମ୍‌। ଏହି ସମୟରେ ଖବର ପାଇ କୋଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଡା ଜବାବ ଦେଇଛି ।

ଏହା ମଧ୍ୟ ପଢନ୍ତୁ: Amit Shah to Visit Odisha: ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ନାରେଡିବାଲସା ପଟୁ ଔଷଧ, ଟେଷ୍ଟିଙ୍ଗ କିଟ୍‌, ଫାର୍ମାସିଷ୍ଟ, ଡାକ୍ତର ଓ ଏଏନଏମଙ୍କ ସହ ମାଡି ଆସିଥିଲା ୧୦୪ ଗାଡ଼ି । ଧୁଳିପଦର, ଗଞ୍ଜେ ଇପଦର, ଭଳି ଜାଗାରେ ସ୍ବାସ୍ଥ୍ୟସେବା ଦେଇ ବିଗତ ଦିନରେ ବିଡିଓ ଓ ପୋଲିସ ଚେତାବନୀ ଦେଇଥିଲେ । ବେଖାତିରିଆ ହୋଇ ପୁଣି ସେହି ଭୁଲ କରିବାକୁ ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ଚେଷ୍ଟା କରିଥିବା ବେଳେ କୋଟିଆ ପୋଲିସ ତୀବ୍ର ବିରୋଧ କରି ସେମାନଙ୍କୁ ଫେରାଇ ଦେଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.