ETV Bharat / snippets

ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର, ଗୋଟିଏ ପରିବାରର 6 ମୃତ

author img

By ETV Bharat Odisha Team

Published : May 26, 2024, 12:59 PM IST

accident in Karnataka
accident in Karnataka (Etv Bharat)

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ ସମୟରେ ହାସନ ଜିଲ୍ଲାର କଣ୍ଡଳି ଗ୍ରାମ ନିକଟରେ ଜାତୀୟ ରାଜପଥରେ ଘଟିଛି । ମୃତକଙ୍କ ମଧ୍ୟରେ 2ଜଣ ମହିଳା ରହିଥିବା ବେଳେ 3ଜଣ ପୁରୁଷ ଓ ଜଣେ ନାବାଳକ ରହିଛନ୍ତି । ସମସ୍ତ ମୃତକ ହେଉଛନ୍ତି ଚିକ୍କାବାଲାପୁରା ଜିଲ୍ଲାର । ସେମାନେ କାର ଯୋଗେ ମାଙ୍ଗାଲୁରୁକୁ ସମ୍ପର୍କୀୟ ଘରକୁ ଆସିଥିଲେ । ସେଠାରୁ ଫେରୁଥିବା ବେଳେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ପରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ବସ୍ ଉପରେ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୧ ତୀର୍ଥଯାତ୍ରୀଙ୍କ ଜୀବନ - Uttar Pradesh Accident

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.