ETV Bharat / state

ରାଜଧାନୀରେ ଦୁଷ୍କର୍ମ ଉଦ୍ୟମ ! ୩ ଗିରଫ, ସ୍ପଷ୍ଟିକରଣ ରଖିଲା ପୋଲିସ

author img

By

Published : Dec 14, 2022, 8:39 AM IST

Updated : Dec 14, 2022, 5:07 PM IST

ରାଜଧାନୀରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୩ ଗିରଫ, ସ୍ପଷ୍ଟିକରଣ ରଖିଲା ପୋଲିସ
ରାଜଧାନୀରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୩ ଗିରଫ, ସ୍ପଷ୍ଟିକରଣ ରଖିଲା ପୋଲିସ

ଜନ୍ମଦିନ ମନାଉଥିବା ବେଳେ ହୋ ହଲ୍ଲାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୩ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଗଣମାଧ୍ୟମକୁ ପ୍ରେସ ନୋଟରେ ଦୁଷ୍କର୍ମ ହୋଇଥିବା ଜଣାଇଥିଲା । ପରେ ତୃଟି ସୁଧାରି ଦୁଷ୍କର୍ମ ଉଦ୍ୟମ ହୋଇଥିବା ସ୍ପଷ୍ଟ କରିଛନ୍ତି ଜୋନ ୫ ଏସିପି ସଞ୍ଜୀବ ଶତପଥି । ଅଧିକ ପଢନ୍ତୁ

ରାଜଧାନୀରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୩ ଗିରଫ, ସ୍ପଷ୍ଟିକରଣ ରଖିଲା ପୋଲିସ

ଭୁବନେଶ୍ବର: ଚାଲିଥିଲା ବାର୍ଥ ଡେ ପାର୍ଟି । ଉଚ୍ଚ ଶବ୍ଦରେ ଡିଜେ ବଜାଇ ପାଟିତୁଣ୍ଡ କରି ଜନ୍ମଦିନ ମନାଉଥିଲେ ୩ ଯୁବକ । ଏଥିରେ ଅତିଷ୍ଠ ହୋଇ ବାରଣ କରିଥିଲେ ସାହିରେ ରହୁଥିବା ଜଣେ ବିବାହିତ ମହିଳା । ବିରୋଧ କରିବାରୁ କ୍ରୋଧିତ ହୋଇ ଯୁବକମାନେ ମହିଳାଙ୍କୁ ଟଣା ଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବାର୍ଥ ଡେ ବୟଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ: NCP ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ

ସୂଚନାଅନୁସାରେ, ୧୧ତାରିଖ ସନ୍ଧ୍ୟାରେ ଦେବାଶିଷ ପ୍ରଧାନ, ଦିପକ କୁମାର‌ସେଠୀ ଏବଂ ସ୍ବାଧିନ କୁମାର‌ ନାୟକ ମିଶି ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏକ ବାର୍ଥଡେ ପାର୍ଟି କରୁଥିଲେ । ଏହି ସମୟରେ ଡିଜେ ବଜାଇବା ସହ ନିଶାସକ୍ତ ଅବସ୍ଥାରେ ମତୁଆଲା ହୋଇଥିଲେ । ଉଚ୍ଚ ସ୍ବରରେ ପାଟିକରି ସ୍ଥାନୀୟ ଅଞ୍ଚଳରେ ଖେଳାଇଥିଲେ ଆତଙ୍କ । ପଡିଶା ଘରେ ରହୁଥିବା ଜଣେ ବିବାହିତ ମହିଳା ଏଥିରେ ଅତିଷ୍ଠ ହୋଇ ପାଟି ନକରିବା ପାଇଁ ଅନୁରୋଧ କରିଥିଲେ । ଯାହାକି ଅଭିଯୁକ୍ତମାନେ ହଜମ କରିପାରିନଥିଲେ । ସୂଚନା ଅନୁସାରେ ମହିଳାଜଣକ ଏକୁଟିଆ ରହୁଥିଲେ ।

ଏହାର ସୁଯୋଗ ନେଇ ସେମାନେ ମହିଳାଙ୍କ ଘରେ ପଶି ଅଶାଳୀନ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅନ୍ୟ କିଛି ସ୍ଥାନୀୟ ବାସିନ୍ଦା ପାଟିଶୁଣି ମହିଳାଙ୍କୁ ଉଦ୍ଧାର କରିବା ସହ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ବାର୍ଥ ଡେ ବୟଙ୍କ ସହଯୋଗୀ କୀଟୁ, ରାହୁଲ, ସୁରେଶ, ରୋହନ ଗୋପେ, ଅମିତ ନାୟକ, ବିଶାଳ ପାତ୍ର, ବିବେକ ପାତ୍ର ଏବଂ ସୁନିଲ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ତେବେ ଗତକାଲି (ମଙ୍ଗଳବାର) ରାତିରେ ମହିଳା ଜଣକ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଦୁଷ୍କର୍ମ ଉଦ୍ୟମ ମାମଲାରେ ତିନିଜଣଙ୍କୁ ଗିରଫ କରିଥିଲା । ହେଲେ ଭୁଲ ବଶତଃ ଗଣମାଧ୍ୟମକୁ ପ୍ରେସ ନୋଟରେ ଦୁଷ୍କର୍ମ ହୋଇଥିବା ଜଣାଇଥିଲା । ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ଜୋନ ୫ ଏସିପି ସଞ୍ଜୀବ ଶତପଥି । ଏହା ଏକ ତୃଟି ଥିଲା, ଅଭିଯୁକ୍ତଙ୍କୁ ଦୁଷ୍କର୍ମ ଉଦ୍ୟମରେ ଗିରଫ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 14, 2022, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.