ETV Bharat / bharat

NCP ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ

author img

By

Published : Dec 14, 2022, 7:38 AM IST

NCP ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ । ଅଭିଯୁକ୍ତ ବିହାରର ହୋଇଥିବା ସୂଚନା । ଅଧିକ ପଢନ୍ତୁ

NCP ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ
NCP ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ

ମୁମ୍ବାଇ: NCP ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ(Sharad Pawar gets death threat) । ମଙ୍ଗଳବାର ଜଣେ ବ୍ୟକ୍ତି ଫୋନ କଲ ଯୋଗେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଅଭିଯୁକ୍ତ ଜଣକ ବିହାର ନିବାସୀ ହୋଇଥିବା ଜଣାପଡିଛି । ତେବେ ସେ ଶରଦ ପାୱାରଙ୍କ ବ୍ରିଚ କାଣ୍ଡି ସ୍ଥିତ ସିଲଭର ଓକ୍(Silver Oak) ବାସଭବନକୁ ଦ୍ବିତୀୟ ଥର ଫୋନ କରି ଏହି ଧମକ ଦେଇଛି । ସେ ମୁମ୍ବାଇରେ ତାଙ୍କୁ ଗୁଳି କରି ହତ୍ୟା କରିବ ବୋଲି ଧମକାଇଛି । ଏନେଇ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।

ତେବେ ଯାହା ସୂଚନା ମିଳିଛି, ପୂର୍ବରୁ ମଧ୍ୟ ବିହାରର ଏହି ଅଭିଯୁକ୍ତ ୮୨ ବର୍ଷୀୟ ଏନସିପି ମୁଖ୍ୟ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲା । ଧରାପଡିବା ପରେ ସେ ଆଉ ଏପରି କରିବନି ବୋଲି କହିବା ପରେ ପୋଲିସ ତାକୁ ଛାଡି ଦେଇଥିଲା । ହେଲେ ପୁଣି ଧମକ ମିଳିବା ପରେ ପୋଲିସ ଆଇପିସିର ଧାରା ୨୯୪ ଏବଂ ୫୦୬ରେ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.