ETV Bharat / state

Elephant Attack: ଶୌଚ ହେବାକୁ ଯାଇଥିଲେ ମହିଳା, ଦଳିଦେଲା ଦନ୍ତା

author img

By

Published : Aug 14, 2023, 10:48 AM IST

Elephant Attack
Elephant Attack

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ହାତୀ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଖୋର୍ଦ୍ଧାରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ହାତୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ମହିଳା ଜଣକ ନୀଳାଦ୍ରୀ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳପୁଞ୍ଜିଆମା ଗ୍ରାମର ପାଣ୍ଡବ ପ୍ରଧାନଙ୍କ ପତ୍ନୀ ରଞ୍ଜନା ପ୍ରଧାନ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି(ସୋମବାର) ବଡ଼ି ଭୋରରୁ ହାତୀପଲ ମାଳ ପୁଞ୍ଜିଆମା ଗ୍ରାମକୁ ଫସଲ ଖାଇବା ଉଦ୍ଦେଶ୍ୟରେ ଆସିଥିଲେ । ତେବେ ରଞ୍ଜନା ସେହି ସମୟରେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ରଞ୍ଜନାଙ୍କୁ ଏକୁଟିଆ ପାଇ ଦଳି ଦେଇଥିଲା ହାତୀ । ଏଥିରେ ତାଙ୍କ ହାତ ଗୋଡ ଭାଙ୍ଗି ଅବସ୍ଥା ଗୁରୁତର ହୋଇଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ବଲୁଗାଁ ରେଞ୍ଜ ଧୂଆଁନଳୀ ଫରେଷ୍ଟ ସେକ୍ସନକୁ ଖବର ଦେଇଥିଲେ । ଖବର ପାଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ କର୍ମଚାରୀ ବାଣପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ଏହି ଅଞ୍ଚଳରେ ଏବେ 3ଟି ଦାନ୍ତ ହାତୀ ଥିବା ବନବିଭାଗ ଅଧିକାରୀ କହିଛନ୍ତି । ଏହି ଅଞ୍ଚଳରେ ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ କେଉଁ ଅଞ୍ଚଳକୁ ହାତୀ ପଲ ଯାଉଛନ୍ତି ସେହି ଅଞ୍ଚଳର ଜନସାଧାରଣଙ୍କୁ ସତର୍କ କରାଯାଉଥିବା କହିଛନ୍ତି ବନବିଭାଗ ଅଧିକାରୀ । ଆଜିର ଏହି ଘଟଣା ପରେ ପାଟ୍ରୋଲିଂକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ବାଲୁଗାଁ ରେଞ୍ଜର ପ୍ରତାପ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ-Elephant Attack: ବଜାରକୁ ଯାଉଥିଲେ ବାଟରେ କଚାଡି ମାରିଲା ଦନ୍ତା

ଏହା ମଧ୍ୟ ପଢନ୍ତୁ- Elephant Attack: ଦନ୍ତା ଆକ୍ରମଣରେ ପୁଅ ମୃତ, ମାଆ ଗୁରୁତର

ତେବେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ଜନବସତି ମୁହାଁ ହେଉଛନ୍ତି । ଯାହା ଫଳରେ ମଣିଷ ହାତୀ ମଧ୍ୟରେ ଲଢେ଼ଇ ଘଟି ଅନେକ ଜୀବନ ଅକାଳରେ ଝଡି ପଡୁଛି । କେତେବେଳେ ହାତୀ ତ ଆଉ କେତେବେଳେ ମଣିଷଙ୍କ ଜୀବନ ଯାଉଛି । ଜଙ୍ଗଲର ଦ୍ରୁତ କ୍ଷୟ ସହ ଖାଦ୍ୟର ଅଭାବ ଜଙ୍ଗଲୀ ଜନ୍ତୁଙ୍କୁ ଜନ ବସତି ମୁହାଁ କରାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.