ETV Bharat / state

Elephant Attack: ବଜାରକୁ ଯାଉଥିଲେ ବାଟରେ କଚାଡି ମାରିଲା ଦନ୍ତା

author img

By

Published : Jul 2, 2023, 8:01 AM IST

ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବଜାରକୁ କୌଣସି କାମରେ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Elephant Attack
Elephant Attack

Elephant Attack

ଢେଙ୍କାନାଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ପାରିଖେଦା ଗ୍ରାମର ଚନ୍ଦନ ନାୟକ ବୋଲି ଜଣାପଡିଛି । ଚନ୍ଦନ ଗତକାଲି ବଜାରକୁ କୌଣସି କାମରେ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଚନ୍ଦନ ଗତକାଲି(ଶନିବାର) ପାଖ ବଜାରକୁ କାମରେ ଯାଉଥିବା ବେଳେ ବାଟରେ ବଣୁଆ ହାତୀ ହାବୁଡ଼ାରେ ଯାଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ହାତୀଟି ଆକ୍ରମଣ ପରେ ପାଖ ଜଙ୍ଗଲରେ ଥିବାରୁ ଆଖ ପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳ ବନଖଣ୍ଡରେ ହାତୀ ମଣିଷ ମଧ୍ୟରେ ଲଢେ଼ଇ ଚାଲିଛି । କେତେବେଳେ ମଣିଷ ତ ଆଉ କେତେବେଳେ ହାତୀ । ଜୀବନ ସଂଗ୍ରାମରେ ବଳି ପଡୁଛନ୍ତି। ଏ ଲଢେଇରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ଏପରିକି ଢେଙ୍କାନାଳ ବନଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଏକ ନିତିଦିନିଆ ଘଟଣା ହୋଇଗଲାଣି ।

ବିଶେଷ କରି ଗତ କିଛି ଦିନ ହେଲା ହିନ୍ଦୋଳ ଓ ସଦର ବନାଞ୍ଚଳରେ ହାତୀ ମାନଙ୍କ ପାଦ୍ରୁଭାବ ଅନେକ ମାତ୍ରାରେ ବଢି ଯାଇଛି । ଯାହାକୁ ନେଇ ଢେଙ୍କାନାଳବାସୀଙ୍କ ଧନ ଜୀବନ ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି l ତେବେ ମୃତକର ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ଭାବେ କ୍ଷତିପୂରଣ ଦାବିରେ କିଛି ସମୟ ପାଇ ରାସ୍ତା ଅବରୋଧ କରିଥିଲେ l ଘଟଣା ସ୍ଥଳରେ ବନକର୍ମଚାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା l

ଏହା ମଧ୍ୟ ପଢନ୍ତୁ-Elephant Attack: ଦନ୍ତା ଆକ୍ରମଣରେ ପୁଅ ମୃତ, ମାଆ ଗୁରୁତର

ସେହିପରି ଗତ କିଛିଦିନ ତଳେ ସଦର ବନାଞ୍ଚଳର ଲମ୍ବୋଦରପୁର ଗ୍ରାମରେ ମାଆ ଆଖି ସାମ୍ନାରେ ପୁଅକୁ କଚାଡି ମାରିଦେଇଥିଲା ହାତୀ । ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଘଟିଥିଲା । କଳାବତୀ ତାଙ୍କ ଘର ବାଡ଼ିପଟକୁ ଶୌଚ ହେବାକୁ ଯାଇଥିଲେ । ହେଲେ ସମୟରେ ହାତୀ ହାବୁଡରେ ପଡିଯାଇଥିଲେ । ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବାରୁ ସେ ଚିତ୍କାର କରି ପୁଅକୁ ଡାକିଥିଲେ । ଫଳରେ ପୁଅ ସୂର୍ଯ୍ୟମଣି ହାତୀ ହାବୁଡ଼ରୁ ମାଆକୁ ରକ୍ଷା କରିବାକୁ ଯାଇଥିଲେ । ମାତ୍ର ରକ୍ତମୁଖା ଦନ୍ତା ହାତୀଟି ତାଙ୍କ ମାଆଙ୍କୁ ଛାଡି ସୂର୍ଯ୍ୟମଣୀଙ୍କୁ ଟେକି କଚାଡି ଦେଇଥିଲା । ଗ୍ରାମବାସୀ ହୋ ହଲ୍ଲା କରିବାରୁ ଦନ୍ତା ହାତୀଟି ସେମାନଙ୍କୁ ଛାଡି ପାଖ ଜଙ୍ଗଲକୁ ପଳାଇ ଯାଇଥିଲା । ପରେ ଗ୍ରାମବାସୀ ଉଭୟ ମାଆ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ପୁଅ ସୂର୍ଯ୍ୟମଣିର ମୃତ୍ୟୁ ଘଟି ସାରିଥିଲା । ସେପଟେ ହାତୀ ଆକ୍ରମଣରେ ମୃତକଙ୍କ ମାଆ କଳାବତୀ ବିଶ୍ବାଳ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.