ETV Bharat / state

Elephant Attack: ଦନ୍ତା ଆକ୍ରମଣରେ ପୁଅ ମୃତ, ମାଆ ଗୁରୁତର

author img

By

Published : Jun 28, 2023, 10:18 AM IST

Updated : Jun 28, 2023, 2:00 PM IST

ଦନ୍ତା ଆକ୍ରମଣରେ ଯୁବକ ମୃତ
ଦନ୍ତା ଆକ୍ରମଣରେ ଯୁବକ ମୃତ

ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କ ମୃତ୍ୟୁ । ହାତୀ କବଳରୁ ମାଆକୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅ ଜୀବନ । ଅଧିକ ପଢନ୍ତୁ

ଦନ୍ତା ଆକ୍ରମଣରେ ପୁଅ ମୃତ

ଢେଙ୍କାନାଳ: ପୁଣି ଜୀବନ ନେଲା ଦନ୍ତା । ହାତୀ କବଳରୁ ମାଆକୁ ବଞ୍ଚାଇବାକୁ ଯାଇଥିଲେ । ହେଲେ ମାଆର ଜୀବନ ବଞ୍ଚାଉ ବଞ୍ଚାଉ ଆଖି ବୁଜିଲା ପୁଅ । ମାଆ ଆଖି ସାମ୍ନାରେ ପୁଅକୁ କଚାଡି ମାରିଦେଲା ଦନ୍ତାହାତୀ । ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଲ ସଦର ବନାଞ୍ଚଳର ଲମ୍ବୋଦରପୁର ଗ୍ରାମରେ । ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଘଟିଛି । ମୃତକ ହେଲେ ଲମ୍ବୋଦରପୁର ଗ୍ରାମର ସୂର୍ଯ୍ୟମଣି ବିଶ୍ବାଳ । ହାତୀ ଆକ୍ରମଣରେ ସୂର୍ଯ୍ୟମଣୀଙ୍କ ମାଆ କଳାବତୀ ବିଶ୍ବାଳ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ଟା ସମୟରେ କଳାବତୀ ତାଙ୍କ ଘର ବାଡ଼ିପଟକୁ ଶୌଚ ହେବାକୁ ଯାଇଥିଲେ । ହେଲେ ସମୟରେ ହାତୀ ହାବୁଡରେ ପଡିଯାଇଥିଲେ । ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବାରୁ ସେ ଚିତ୍କାର କରି ପୁଅକୁ ଡାକିଥିଲେ । ଫଳରେ ପୁଅ ସୂର୍ଯ୍ୟମଣି ହାତୀ ହାବୁଡ଼ରୁ ମାଆକୁ ରକ୍ଷା କରିବାକୁ ଯାଇଥିଲେ । ମାତ୍ର ରକ୍ତମୁଖା ଦନ୍ତା ହାତୀଟି ତାଙ୍କ ମାଆଙ୍କୁ ଛାଡି ସୂର୍ଯ୍ୟମଣୀଙ୍କୁ ଟେକି କଚାଡି ଦେଇଥିଲା । ଗ୍ରାମବାସୀ ହୋ ହଲ୍ଲା କରିବାରୁ ଦନ୍ତା ହାତୀଟି ସେମାନଙ୍କୁ ଛାଡି ପାଖ ଜଙ୍ଗଲକୁ ପଳାଇ ଯାଇଥିଲା । ପରେ ଗ୍ରାମବାସୀ ଉଭୟ ମାଆ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ପୁଅ ସୂର୍ଯ୍ୟମଣିର ମୃତ୍ୟୁ ଘଟି ସାରିଥିଲା ।

ଏହାମଧ୍ୟ ପଢନ୍ତୁ: ଅନୁଗୋଳରେ ମାତିଛି ଦନ୍ତା; ଘରଦ୍ବାର ଭାଙ୍ଗିବା ସହ ଖାଇଲା ଚାଉଳ

ପ୍ରକାଶ ଥାଉକି, ଢେଙ୍କାନାକ ବନଖଣ୍ଡରେ ହାତୀ ମଣିଷ ମଧ୍ୟରେ ଲଢେ଼ଇ ଚାଲିଛି । କେତେବେଳେ ମଣିଷ ତ ଆଉ କେତେବେଳେ ହାତୀ ବଳି ପଡୁଛି । ଏ ଲଢେଇରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ଏପରିକି ଢେଙ୍କାନାଳ ବନଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଏକ ନିତିଦିନିଆ ଘଟଣା ହୋଇଗଲାଣି । ବିଶେଷ କରି ଗତ କିଛି ଦିନ ହେଲା ହିନ୍ଦୋଳ ଓ ସଦର ବନାଞ୍ଚଳରେ ହାତୀମାନଙ୍କ ପାର୍ଦୁଭାବ ଅନେକ ମାତ୍ରାରେ ବଢି ଯାଇଛି । ଯାହାକୁ ନେଇ ଢେଙ୍କାନାଳବାସୀଙ୍କ ଧନ ଜୀବନ ସୁରକ୍ଷା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ: କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ

ଇଟିଭି ଭାରତ, ଢେଙ୍କାନାଳ

Last Updated :Jun 28, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.