ETV Bharat / state

ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

author img

By

Published : Nov 2, 2022, 7:25 AM IST

Updated : Nov 2, 2022, 2:09 PM IST

three-killed-in-car-truck-collision-in-khordha
three-killed-in-car-truck-collision-in-khordha

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ଗତକାଲି(ମଙ୍ଗଳବାର) ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି(road accident in khordha) । ଏକ ଟ୍ରକ ସହ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ କାର୍ ଯାତ୍ରୀ ଅଟନ୍ତି । ଖବର ପାଇ ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ କାର୍ ଯାତ୍ରୀ ଗୁଜୁରାଟର ହୋଇଥିବାର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ କୁଆଡେ ଫେରାର୍ ହୋଇଯାଇଛି ।

ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

ଏହାମଧ୍ୟ ପଢନ୍ତୁ: ପୋଲିସ ପଞ୍ଝାରେ ଠକ ଡାକ୍ତର, ମହିଳାଙ୍କୁ କରୁଥିଲା ବ୍ଲାକମେଲ

ସୂଚନା ଅନୁଯାୟୀ, କାରଟି ଭୁବନେଶ୍ବରରୁ ନୟାଗଡ ଅଭିମୁଖେ ଯାଉଥିଲା । ୫୭ ନମ୍ବର ଜାତୀୟ ରାଜପଥର ପଞ୍ଚୁକୋଟ ଅଭିନନ୍ଦନ ଢାବା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାର୍ ଚାଳକଙ୍କ ସମେତ ୩ ଜଣ ପ୍ରାଣ ହରାଇଥିଲେ । ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । ଏହାସହିତ ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Nov 2, 2022, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.