ETV Bharat / state

ପୋଲିସ ପଞ୍ଝାରେ ଠକ ଡାକ୍ତର, ମହିଳାଙ୍କୁ କରୁଥିଲା ବ୍ଲାକମେଲ

author img

By

Published : Nov 1, 2022, 10:49 PM IST

Updated : Nov 2, 2022, 9:01 AM IST

ପୋଲିସ ପଞ୍ଝାରେ ଠକ ଡାକ୍ତର । ମହିଳାଙ୍କୁ ବ୍ଲାକମେଲ କରୁଥିଲା ଠକ ଡାକ୍ତର । ଚାଉଳିଆଗଞ୍ଜ ପୋଲିସ ଠକ ଡାକ୍ତରକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ

ପୋଲିସ ପଞ୍ଝାରେ ଠକ ଡାକ୍ତର, ମହିଳାଙ୍କୁ କରୁଥିଲା ବ୍ଲାକମେଲ
ପୋଲିସ ପଞ୍ଝାରେ ଠକ ଡାକ୍ତର, ମହିଳାଙ୍କୁ କରୁଥିଲା ବ୍ଲାକମେଲ

କଟକ: ପୋଲିସ ପଞ୍ଝାରେ ଠକ ଡାକ୍ତର । ମହାନଦୀ ବିହାରରୁ ଠକ ଡାକ୍ତର ସତ୍ୟରଞ୍ଜନ ସାମଲକୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ (Chauliaganj Police arrests fraud Doctor)। ଏହି ଠକ ଡାକ୍ତର ମହିଳାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା (Doctor allegedly blackmails Women) । ଗିରଫ ଡାକ୍ତର ସତ୍ୟରଞ୍ଜନ ନାମରେ ପୂର୍ବରୁ ମାମାଲା ରହିଥିବା ବେଳେ ଏକ ୱାରେଣ୍ଟ ବଳରେ ସତ୍ୟରଞ୍ଜନକୁ ଗିରଫ କରାଯାଇଛି ।

ଏହା ବି ପଢନ୍ତୁ- ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼, ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି

ସତ୍ୟରଞ୍ଜନ ବହୁ ମହିଳାଙ୍କୁ ବ୍ଲାକମେଲ କରିବା ସହ ଠକେଇ କରି ଟଙ୍କା ନେଇଛନ୍ତି । ତେବେ ପୂର୍ବରୁ ଏକ ମାରପିଟ ଘଟଣାରେ ଗିରଫ ହୋଇଥିଲା ଏହି ଠକ ଡାକ୍ତର । ସତ୍ୟରଞ୍ଜନ ନାମରେ ପୂର୍ବରୁ ହତ୍ୟାକାଣ୍ଡ ଠକେଇ ଓ ଅପରାଧିକ ମାମଲା ରହିଛି । ପୂର୍ବରୁ ୨୦୧୯ ମସିହାର ଏକ କେସର ୱାରେଣ୍ଟ ଉପରେ ତାଙ୍କୁ ଆଜି ଗିରଫ କରାଯାଇଛି । ତେବେ ଡକ୍ଟର ଥିଲେ ସୌଖୀନ ମିଜାଜର । ଦାମୀ ଗାଡି ଥିଲା ତାଙ୍କର ବେଶ ପସନ୍ଦ।

ଇଟିଭି ଭାରତ, କଟକ

Last Updated : Nov 2, 2022, 9:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.