ETV Bharat / state

ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ

author img

By

Published : Nov 23, 2022, 10:46 PM IST

ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଉନ୍ନୟନମୂଳକ ଯୋଜନା ମାନ ତ୍ୱରାନ୍ୱିତ ହେବ । ଏହା ସହ ‘ଅର୍ବାନ ଓଡ଼ିଶା’ର ରୂପାନ୍ତରଣ ସାକାର ହେବ । ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ 5ଟି ମନ୍ତ୍ରରେ ଅନୁପ୍ରାଣିତ ହୋଇ ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ପ୍ରମୁଖ ଉଦ୍ୟମ ହେବା ଆବଶ୍ୟକ । ଫଳରେ ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବ । ନିର୍ବାଚିତ ପୌର ପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଏହା କହିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ । ଅଧିକ ପଢନ୍ତୁ

ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ
ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ

ଭୁବନେଶ୍ବର: ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଉନ୍ନୟନମୂଳକ ଯୋଜନା ମାନ ତ୍ୱରାନ୍ୱିତ ହେବ । ଏହା ସହ ‘ଅର୍ବାନ ଓଡ଼ିଶା’ର ରୂପାନ୍ତରଣ ସାକାର ହେବ । ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ 5ଟି ମନ୍ତ୍ରରେ ଅନୁପ୍ରାଣିତ ହୋଇ ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ପ୍ରମୁଖ ଉଦ୍ୟମ ହେବା ଆବଶ୍ୟକ । ଫଳରେ ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବ । ନିର୍ବାଚିତ ପୌର ପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଏହା କହିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ।

ଲୋକସେବା ଭବନ କନଭେନସନରେ ନିର୍ବାଚିତ ପୌର ପ୍ରତିନିଧିଙ୍କ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଉଦ୍‌ଘାଟନ କରିଛନ୍ତି । କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ତଥା କେନ୍ଦ୍ରାପଡ଼ା ଆଦି ୫ଟି ଜିଲ୍ଲାର ୧୨ଟି ପୌର ସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ କାଉନସିଲର ଯୋଗ ଦେଇଛନ୍ତି । ମନ୍ତ୍ରୀ ନିର୍ବାଚିତ ପୌର ପ୍ରତିନିଧିଙ୍କୁ ‘ସିଟି ଲିଡ଼ର୍ସ’ ରୂପେ ଆଖ୍ୟାୟିତ କରିଛନ୍ତି । ସେମାନେ ଲୋକଙ୍କ ଦ୍ଵାରା ନିର୍ବାଚିତ ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଲୋକାଭିମୁଖୀ ହୋଇଥିବାରୁ ସେମାନେ ଆଖି ଓ କାନ ସଦୃଶ । ସହରାଞ୍ଚଳ ବିକାଶ ନିମନ୍ତେ ପୌର ପ୍ରତିନିଧି ସରକାରଙ୍କୁ ସକାରାତ୍ମକ ପରାମର୍ଶ ଦେବା ଉଚିତ । ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଉନ୍ନୟନମୂଳକ ଯୋଜନା ମାନ ତ୍ୱରାନ୍ୱିତ ହେବା ସହ ‘ଅର୍ବାନ୍ ଓଡ଼ିଶା’ର ରୂପାନ୍ତରଣ ସାକାର ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନଗର ଉନ୍ନୟନ କ୍ଷେତ୍ରରେ ଅଗ୍ରଗତି ଆଣିଥିବା ସମସ୍ତ ନିର୍ମାଣ କାର୍ଯ୍ୟରେ ସ୍ଵଚ୍ଛତା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରତିନିଧି ମାନଙ୍କ ଐକାନ୍ତିକ ଉଦ୍ୟମ ଉପରେ ଜୋର୍ ଦେଇଛନ୍ତି ।

ଏହାବି ପଢନ୍ତୁ- Padmapur By Poll: ରୋହିତ ପୂଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ପ୍ରଶ୍ନ କଲା ବିଜେପି

ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ଦ୍ରୁତ ବିକାଶଶୀଳ ବିଭାଗ ରୂପେ ନାଗରିକ ମାନଙ୍କର ଆଶା ଓ ଆକାଂକ୍ଷା ପରିପୂରଣ ନିମନ୍ତେ ନିରନ୍ତର ଉଦ୍ୟମ ଜାରୀ ରଖିଛି । ଏହା ସହ ମିଶନ୍ ଶକ୍ତି ଓ ଟ୍ରାନ୍ସଜେଣ୍ଡର୍ ଗୋଷ୍ଠୀ, ବସ୍ତି ବାସିନ୍ଦା ସଂଘ ଆଦିଙ୍କ ସହଭାଗିତାରେ ୭୧୦୦ କୋଟି ଟଙ୍କା ବ୍ୟୟ ବରାଦରେ ଯୋଜନା ମାନ ରୂପାୟିତ କରୁଛି ବୋଲି ସେ କହିଛନ୍ତି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସମବେତ ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି । ସାମର୍ଥ୍ୟ ନିର୍ମାଣ ତଥା ଦକ୍ଷତା ବିକାଶ ଦିଗରେ ବିଭାଗ ହାତକୁ ନେଇଥିବା ସମୟୋପଯୋଗୀ ପଦକ୍ଷେପ ବିଷୟରେ ସେ ସୂଚନା ଦେଇଛନ୍ତି । ମିଶନ୍ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘର ସଦସ୍ୟ ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ଗ୍ରହଣ କରାଯାଇଥିବା ସୁଚିନ୍ତିତ ଲୋକସେବା, ଜନ ସହଯୋଗ ତଥା ଗୋଷ୍ଠୀ ସହଭାଗିତା ଭିତ୍ତିରେ ଏଯାବତ୍ ଅନ୍ୟତମ ସର୍ବବୃହତ କାର୍ଯ୍ୟ ଯୋଜନା ବିକାଶ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ।

ଏହାବି ପଢନ୍ତୁ- Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ

ଏହି ଏକଦିବସୀୟ ପ୍ରଶିକ୍ଷଣ କର୍ମଶାଳାର ବୈଷୟିକ ଅଧିବେଶନ ମାନଙ୍କରେ ବିଭାଗୀୟ ଆର୍ଥିକ ପରାମର୍ଶଦାତା ତଥା ଓଏସଡ଼ି ସଞ୍ଜୟ ପରମାଣିକ, ଜାଗା ମିଶନର ଅତିରିକ୍ତ ନିର୍ଦ୍ଦେଶକ ସୌରୀନ୍ଦ୍ର ରାଉତରାୟ, ଓୟୁଆଇଡ଼ିଏଫ୍ ପ୍ରଶାସନିକ ଅଧିକାରୀ ସଞ୍ଜୟ ରାଉତ ପ୍ରମୁଖ ଅଂଶଗ୍ରହଣ କରି ସହରାଞ୍ଚଳ ପରିମଳ, ଗୋଷ୍ଠୀ ସହଭାଗିତା, ମୁକ୍ତା, ଆହାର, ଜଳସାଥୀ, ଜଳାଶୟ ପୁନଃବିକାଶ, ଆର୍ଥିକ ପରିଚାଳନା, ମୋ ସରକାର ଓ 5ଟି ଉପକ୍ରମ ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.