ETV Bharat / state

Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ

author img

By

Published : Nov 23, 2022, 10:23 PM IST

Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ
Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ

ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହ (Audit Week) ଅବସରରେ ପବ୍ଲିକ ଏକାଉଣ୍ଟସ କମିଟି, ସରକାରୀ ଉଦ୍ୟୋଗ କମିଟି ଓ ମହାଲେଖାକାର କାର୍ଯ୍ୟାଳୟ ସମ୍ବନ୍ଧୀୟ ଆଲୋଚନା ଚକ୍ର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି । ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ମୋହନ ଚରଣ ମାଝି । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଅଡିଟ ସପ୍ତାହ (Audit Week) । ଏହି ଅବସରରେ ପବ୍ଲିକ ଏକାଉଣ୍ଟସ କମିଟି, ସରକାରୀ ଉଦ୍ୟୋଗ କମିଟି ଓ ମହାଲେଖାକାର କାର୍ଯ୍ୟାଳୟ ସମ୍ବନ୍ଧୀୟ ଆଲୋଚନା ଚକ୍ର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି । ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ମୋହନ ଚରଣ ମାଝି, ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ସୁଦାମ ମାରାଣ୍ଡି, ପୂର୍ବତଟ ରେଳବାଇର ଲେଖା ପରୀକ୍ଷା ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଯୋଗ ଦେଇଛନ୍ତି ।

Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ
Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ

ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି ଯେ, ସିଏଜି ଅନୁଷ୍ଠାନ ଗଣତନ୍ତ୍ରର ଅନ୍ୟ ଏକ ସ୍ତମ୍ବ । ଏହାର କାର୍ଯ୍ୟ ପ୍ରଣାଳୀ ଦୈନଦିନ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା । ଉତ୍ତରଦାୟୀ ଚି଼ହ୍ନଟ କରିବା ପକ୍ରିୟା ସହିତ ସାଧାରଣ ଲୋକଙ୍କୁ ସାମିଲ କରାଗଲେ ଅଡିଟ ପ୍ରକ୍ରିୟା ଆହୁରି ଶାଣିତ ହେବ । ଯାହାଫଳରେ ଉତ୍ତମ ସରକାରୀ କଳ ସ୍ଥାପନ ଦିଗରେ ସିଏଜିର ଭୂମିକାକୁ ଅସ୍ବୀକାର କରିହେବ ନାହିଁ । ଏହା ସର୍ବଦା ଜାଗ୍ରତ ଅନୁଷ୍ଠାନ । ଯାହାକି ବ୍ୟସ୍ଥାପକଙ୍କ ଚକ୍ଷୁ ଓ କର୍ଣ୍ଣ ଭଳି କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟାବିଧି ଉପରେ ନଜର ରଖିପାରିବ । ଏହାର ଦାୟିତ୍ୱକୁ ସତ୍ୟ ନିଷ୍ଠାର ସହ ପାଳନ କରି ଆସୁଛି । ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଷ୍ଟ୍ର ଗଠନରେ ଅର୍ଥନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭାରତବର୍ଷ ଓ ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର ।


ଏହାବି ପଢନ୍ତୁ- Werewolf Syndrome: ଦେହସାରା କେଶମୟ, କିଏ କହୁଛି ବାଲ ହନୁମାନ ତ କିଏ କରୁଛି ପୂଜା !

Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ
Audit Week: ସିଏଜି ଗଣତନ୍ତ୍ରର ଚକ୍ଷୁ ଓ କର୍ଣ୍ଣ : ପିଏସି ଅଧ୍ୟକ୍ଷ

ଏକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରକୁତିକ ସମ୍ପଦର ବିନିଯୋଗରେ କିଭଳି ରାଷ୍ଟ୍ରର ଉନ୍ନତି କରାଯାଇପାରିବ ଏଥିରେ ଦୁର୍ନୀତି ରୋକିବାରେ ସିଏଜିର ଭୂମିକା ଅତି ଗୁରୁତ୍ୱପୂର୍ଣ । ସିଏଜି ସେହି ଏକ ସମୟରେ ପ୍ରାକୃତିକ ସମ୍ପଦର ବିନିଯୋଗର ତର୍ଜମା କରିବା ସଂଗେସଂଗେ ଜନମଙ୍ଗଳ କାର୍ଯ୍ୟକ୍ରମର ସୁଫଳ ଜନସାଧାରଙ୍କ ନିକଟରେ ପହଁଚୁଛି କି ନାହିଁ ତାହା ତର୍ଜମା କରିଥାନ୍ତି । ଶେଷରେ ସେ ଓଡିଶା ଏଜିର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନ ମହାଲେଖାକାର ନିର୍ବାହୀଙ୍କ ଉପରେ ବ୍ୟବସ୍ଥାପକଙ୍କ ନିୟନ୍ତ୍ରଣ ଜାହିର କରିବା ବିଷୟରେ ପବ୍ଲିକ ଏକାଉଣ୍ଟସ କମିଟି ଓ ସରକାରୀ ଉଦ୍ୟୋଗ କମିଟିର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଉତ୍ତରଦାୟିତ୍ୱ ଢାଞ୍ଚା ପବ୍ଲିକ ଏକାଉଣ୍ଟସ କମିଟି / ସରକାରୀ ଉଦ୍ୟୋଗ କମିଟି ଓ ଅଡିଟ ମଧ୍ୟରେ ପରସ୍ପରିକ ସହଯୋଗ ରହିଲେ ଏହା ଉତ୍ତମ ସରକାରୀ ବ୍ୟବସ୍ଥା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି । ଉପ ମହାଲେଖାକାର ସୁଶାନ୍ତ ରଞ୍ଜନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.