ETV Bharat / state

Padmapur By Poll: ରୋହିତ ପୂଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ପ୍ରଶ୍ନ କଲା ବିଜେପି

author img

By

Published : Nov 23, 2022, 10:11 PM IST

"ରାଜ୍ୟରେ ବିଜେଡି ସରକାର ନୀତି ନିୟମ କିଛି ମାନୁନାହିଁ । ବିଜେପି ସବୁବେଳେ ଯଥାର୍ଥ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ରଖିଥାଏ । ଯାହାର ଉଦାହାରଣ ହେଉଛି 3 ଜଣ ଅଧ୍ୟାପକ ନିଳମ୍ବିତ ହେବା," ବୋଲି କହିଛନ୍ତି ଲେଖାଶ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ନିୟମ ବିରୋଧି କାମ କରିଛନ୍ତି ପଦ୍ମପୁରର ଅଞ୍ଚଳ କଲେଜର ଇତିହାସ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ମାଣ୍ଡୋଶିଳ ଡିଗ୍ରୀ କଲେଜର ଇନଚାର୍ଜ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡା ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର କୁମାର ରଥ । ଡଭା ଉଚ୍ଚ ମାଧ୍ୟମିକ ସ୍କୁଲର ଏହି ତିନି ଜଣକ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ନିଲମ୍ବନ କରଯାଇଛି । ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ ।

Padmapur By Poll: ରୋହିତ ପୂଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ପ୍ରଶ୍ନ କରିଛି ବିଜେପି

ଏହାବି ପଢନ୍ତୁ- Padmapur By Poll: ପଦ୍ମପୁରରେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, "ରାଜ୍ୟରେ ବିଜେଡି ସରକାର ନୀତି ନିୟମ କିଛି ମାନୁନାହିଁ । ବିଜେପି ସବୁବେଳେ ଯଥାର୍ଥ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ରଖିଥାଏ । ଯାହାର ଉଦାହାରଣ ହେଉଛି 3 ଜଣ ଅଧ୍ୟାପକ ନିଳମ୍ବିତ ହେବା ।"

ଲେଖାଶ୍ରୀ ପୁଣି କହିଛନ୍ତି, ନିର୍ବାଚନ ଅଧିକାରୀ 3 ଜଣ ଅଧ୍ୟାପକଙ୍କ ବିରୋଧରେ ତ କାର୍ଯ୍ୟାନୁଷ୍ଠାନ ନେଲେ, କିନ୍ତୁ ଏହି ଘଟଣାର ମୁଖ୍ୟ ପୁରୋଧା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତଡିପାର କରାଯାଉ ବୋଲି ବିଜେପି ଆଜି ପୁଣି ଥରେ ଦାବି କରିଛି ।

ଏହାବି ପଢନ୍ତୁ- ୪୫ହଜାର ଟଙ୍କାରେ ନକଲି ସାର୍ଟିଫିକେଟ, ବୋର୍ଡ କର୍ମଚାରୀ ଗିରଫ

ଲେଖାଶ୍ରୀ ଆହୁରି ଦାବି କରିଛନ୍ତି, ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଉ । ସମ୍ପୂର୍ଣ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଉ । କାରଣ ୧୯ ନଭେମ୍ବରରେ ସରକାରୀ ସ୍କୁଲ ଓ ସରକାରୀ କଲେଜରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରିନ୍ସିପାଲଙ୍କ ସହ ବୈଠକ କରିଥିଲେ ମନ୍ତ୍ରୀ ରୋହିତ ପୂଜାରୀ । ନିର୍ବାଚନ ସଂକ୍ରାନ୍ତରେ ବୈଠକ ହୋଇଥିଲା । ରୋହିତ ତାରକା ପ୍ରଚାରକ ଥାଇ ମଧ୍ୟ ନିୟମ ଭାଙ୍ଗିଥିଲେ । ଏହାକୁ ନେଇ ତିନିଜଣଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ସରକାରୀ ଚାକିରୀରେ ଥାଇ ନିୟମ ବିରୋଧରେ କାର୍ଯ୍ୟ କରିଥିଲେ ଏହି 3 ଅଧିକାରୀ ।

ଏହାବି ପଢନ୍ତୁ- ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ମାଲିକ, ୨ ଗୁରୁତର

ତଦନ୍ତ କରି ଆଜି ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ତଥ୍ୟ ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ଦଳ । ଆଜି ପ୍ରମାଣିତ ହୋଇଛି ବିଜେପି ଯେଉଁ ଅଭିଯୋଗ ଆଣିଥିଲା ତାହା ସତ୍ୟ । ଯାହାକି ସରକାରୀ ଦଳକୁ ଶକ୍ତ ଚାପୁଡା ସଦୃଶ୍ୟ ବୋଲି କହିଛନ୍ତି ଲେଖାଶ୍ରୀ ।

ଏହାବି ପଢନ୍ତୁ- ଭିନ୍ନକ୍ଷମ ହୋଇ ଶଯ୍ୟାଶାୟୀ ୩ ବଢିଲା ଝିଅ, ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପାମାଆ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.