Padmapur By Poll: ପଦ୍ମପୁରରେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

author img

By

Published : Nov 23, 2022, 7:44 PM IST

Padmapur By Poll: ପଦ୍ମପୁରରେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର ନିର୍ବାଚନ (Padmapur By Poll) ପାଇଁ ପ୍ରଚାର ଜୋରଦାର ଚାଲିଛି । 3 ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଯୋରଦାର ଚଳାଇଛନ୍ତି । ହେଲେ ଆଜି ଅନ୍ୟତମ ପ୍ରମୁଖ ପ୍ରାର୍ଥୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ (Pradeep Purohit) ଶାସକ ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ବରଗଡ: ପଦ୍ମପୁର ନିର୍ବାଚନ (Padmapur By Poll) ପାଇଁ ପ୍ରଚାର ଜୋରଦାର ଚାଲିଛି । 3 ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର ଚଳାଇଛନ୍ତି । ହେଲେ ଆଜି ଅନ୍ୟତମ ପ୍ରମୁଖ ପ୍ରାର୍ଥୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ( Pradeep Purohit ) ଶାସକ ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ।

Padmapur By Poll: ପଦ୍ମପୁରରେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଏକ ପ୍ରେସମିଟ କରି ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି ଗତକାଲି ପାଇକମାଳ ଥାନା ଅନ୍ତର୍ଗତ ପଥରେଲ ଗ୍ରାମରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ସେଠି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବିଜେଡି ଗୁଣ୍ଡା । ସଭା ସ୍ଥଳରେ ଦୁର୍ବତ୍ତ ପହଞ୍ଚି ମାଇକ ଭଙ୍ଗାରୁଜା କରିବା ସହ ତାଙ୍କୁ ମାରପିଟ ପାଇଁ ଉଦ୍ୟମ କରିଥିଲେ । ଗାଁ ଲୋକଙ୍କ ବିରୋଧ ଯୋଗୁଁ ସେ ବର୍ତ୍ତିଯାଇଥିଲେ ମଧ୍ୟ କିଛି ବିଜେପି କର୍ମୀ ଆହତ ହୋଇଥିବା ପ୍ରଦୀପ କହିଛନ୍ତି । ପ୍ରେସମିଟରେ କାନ୍ଦି କାନ୍ଦି ପ୍ରଦୀପ ଆହୁରି ଅଭିଯୋଗ କରିଛନ୍ତି ୮ ରୁ ୧୦ ଜଣ ତାଙ୍କୁ ଆକ୍ରମଣ କରିବାବେଳେ ଗାଁ ଲୋକେ ପ୍ରତିବାଦ କରିଥିଲେ । ତାଙ୍କୁ ପ୍ରଚାର କରାଇନଦେବା ଓ ମାଡ ମାରିବାକୁ ଟଙ୍କା ଲଗାଇଛି ବିଜେଡି । ତାଙ୍କୁ ମାରିବା ପାଇଁ ବିଜେଡି ପୁରସ୍କାର ଘୋଷଣା କରିଛି । ତାଙ୍କୁ ଆକ୍ରମଣ କଲେ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ବିଜେଡି ଘୋଷଣା କରିଛି । ଏହାସହ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପୋଲିସର ସୁରକ୍ଷା ଲୋଡିଛନ୍ତି ପ୍ରଦୀପ ।

ଏହାବି ପଢନ୍ତୁ- Padmapur By Poll: ପଦ୍ମପୁରରେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଏପରିକି ବିଜେଡି ମନ୍ତ୍ରୀଙ୍କ ନାଁ ନେଇ ପ୍ରଦୀପ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରଦୀପ କହିଛନ୍ତି ମନ୍ତ୍ରୀ ନବ ଦାସ, ଟୁକୁନୀ ସାହୁ, ନିରଞ୍ଜନ ପୂଜାରୀ ରାଜେନ୍ଦ୍ର ଢୋଲକିଆ କାହିଁକି ପଦ୍ମପୁର ଆସିଛନ୍ତି ? ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି ନା ଗୁଣ୍ଡାଗର୍ଦ୍ଦି କରିବା ପାଇଁ ଆସିଛନ୍ତି ? ପ୍ରଦୀପ କହିଛନ୍ତି ଗଣତନ୍ତ୍ରରେ ସବୁ ଦଳର ସବୁ ନେତାଙ୍କ ନିର୍ବାଚନ ଲଢିବାର ଅଧିକାର ଅଛି । କିନ୍ତୁ କାହିଁକି ବିଜେଡି ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦି କରୁଛି ? କାହିଁକି ପୋଲିସକୁ ଅପବ୍ୟବହାର କରୁଛି ବିଜେଡି । ପୋଲିସକୁ ଅନୁରୋଧ କରି ପ୍ରଦୀପ ନିରପେକ୍ଷ ଭାବେ କାମ କରିବା ସହ ସୁରକ୍ଷା ମାଗିଛନ୍ତି । ପଦ୍ମପୁରବାସୀ ବିଜେଡି ଗୁଣ୍ଡାଗର୍ଦ୍ଦିର ବିଚାର କରିବେ ବୋଲି ପ୍ରଦୀପ କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.