୪୫ହଜାର ଟଙ୍କାରେ ନକଲି ସାର୍ଟିଫିକେଟ, ବୋର୍ଡ କର୍ମଚାରୀ ଗିରଫ

author img

By

Published : Nov 23, 2022, 5:35 PM IST

୪୫ହଜାର ଟଙ୍କାରେ ନକଲି ସାର୍ଟିଫିକେଟ, ବୋର୍ଡ କର୍ମଚାରୀ ଗିରଫ

ନକଲି ସାର୍ଟିଫିକେଟ ବିକ୍ରି କରିବା ଅଭିଯୋଗରେ ବୋର୍ଡର ଜଣେ କର୍ମଚାରୀ ଭ୍ରମରବର ଗିରଫ । ଭ୍ରମରବର ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକିୟା ଆରମ୍ଭ ହୋଇଥିବା କହିଛନ୍ତି ବୋର୍ଡ ସଭାପତି । ଅଧିକ ପଢନ୍ତୁ

କଟକ: ବିଭିନ୍ନ ସମୟରେ ଖାତା ମୂଲ୍ୟାୟନ ଓ ପରୀକ୍ଷା ବିଭ୍ରାଟକୁ ନେଇ ଚର୍ଚ୍ଚାରେ ରହି ଆସୁଛି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ । ଏନେଇ ଏକ ବଡ ଧରଣର କେଳେଙ୍କାରୀ ଆସିଛି ସାମ୍ନାକୁ । ଏହି କେଳେଙ୍କାରୀଟି ହେଉଛି ନକଲି ସାର୍ଟିଫିକେଟ ବିକ୍ରି ଭଳି ଏକ ସାଙ୍ଘାତିକ ଘଟଣା । ତେବେ ନକଲି ସାର୍ଟିଫିକେଟ ବିକ୍ରି କରିବା ଅଭିଯୋଗରେ ବୋର୍ଡର ଜଣେ କର୍ମଚାରୀ ଗିରଫ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପର ଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିବା ଭ୍ରମରବର ନାୟକ ନାଁ ରେ ନକଲି ସାର୍ଟିଫିକେଟ ବିକ୍ରି ଅଭିଯୋଗ ଆସିବା ପରେ ଏହି ମାମଲାର ତଦନ୍ତ କରି ମଙ୍ଗଳାବାଗ ପୋଲିସ ଭ୍ରମରବରଙ୍କୁ ଗିରଫ କରିଛି ପୋଲିସ ।

୪୫ହଜାର ଟଙ୍କାରେ ନକଲି ସାର୍ଟିଫିକେଟ, ବୋର୍ଡ କର୍ମଚାରୀ ଗିରଫ

ସୂଚନା ଅନୁଯାୟୀ, ଭ୍ରମରବର OSSTET ପରୀକ୍ଷା ଦେଇ ପାସ କରିଥିବା କେନ୍ଦୁଝରର ଦେବାଶିଷ ନାମ ଜଣକୁ ୪୫ ହଜାର ଟଙ୍କା ବଦଳରେ ସାର୍ଟିଫିକେଟ ପ୍ରସ୍ତୁତ କରି କରିଥିଲେ ବିକ୍ରି । ତେବେ ସାର୍ଟିଫିକେଟଟି ନକଲି ବୋଲି ଜାଣିବା ପରେ ଦେବାଶିଷ ଭ୍ରମରବରଙ୍କୁ ଯୋଗାଯୋଗ କରିଥିଲେ । ହେଲେ ସେ ତାଙ୍କୁ ଧରାଛୁଆଁ ଦେଇ ନଥିଲେ । ଫଳରେ ଦେବାଶିଷ ବୋର୍ଡ କତୃପକ୍ଷଙ୍କୁ ଅଭିଯୋଗ କରିବା ପରେ କତୃପକ୍ଷ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି ଲେଖିଥିଲେ ।

ଏହା ମଧ୍ୟ ପଢନ୍ତୁ: ହକି ବିଶ୍ବକପ ୨୦୨୩: କଟକରେ ହେବ ଉଦ୍‌ଘାଟନୀ ଉତ୍ସବ, ପ୍ରସ୍ତୁତି ଆରମ୍ଭ କଲା ସିଏମସି

ଅନ୍ୟପଟେ ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ କରି ଭ୍ରମରବରଙ୍କୁ ଗିରଫ କରିବା ସହ ଭ୍ରମରବରକୁ ସାଥିରେ ଧରି ବୋର୍ଡ କାର୍ଯ୍ୟାଳୟରେ ଛାନଭିନ ମଧ୍ୟ କରିଥିଲା । ତେବେ ଭ୍ରମର ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରି ଥିବା ସନ୍ଦେହ କରାଯାଉ ଥିବା ବେଳେ ଏହା ପଛରେ ଏକ ବଡ ରାକେଟ ଚାଲିଥିବା ମଧ୍ୟ ଆଲୋଚନା ହେଉଛି । ସେପଟେ ଏହି ଅଭିଯୋଗକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ଭ୍ରମରବର ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକିୟା ଆରମ୍ଭ ହୋଇଥିବା କହିଛନ୍ତି ବୋର୍ଡ ସଭାପତି । କଟକ ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଜେନା କହିଛନ୍ତି, "କେନ୍ଦୁଝରର ଦେବାଶିଷ ନାମକ ଯୁବକର ସାର୍ଟିଫିକେଟ ଭେରିଫିକେଶନ ନିମନ୍ତେ ଆସିଥିଲା । ଯାଂଚ ବେଳେ ସାର୍ଟିଫିକେଟ ନକଲି ବୋଲି ଜଣାପଡିବା ପରେ ବୋର୍ଡ ସେକ୍ରେଟାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ସେନେଇ ଘଟଣାର ତଦନ୍ତ କରାଯାଉଛି । ଆଜି ଅଭିଯୁକ୍ତର ଅଫିସ ରୁମ ସର୍ଚ୍ଚ କରାଯାଇଛି । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.