ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ମାଲିକ, ୨ ଗୁରୁତର

author img

By

Published : Nov 23, 2022, 8:28 PM IST

ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ମାଲିକ, ୨ ଗୁରୁତର

ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ମାଲିକ । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଝାରପଡା ମୁସ୍‌ଲିମ ବସ୍ତିରେ ବୋମା ମାଡ଼ । ଘର କାମ ପରେ ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ଘର ମାଲିକ । ବୋମା ମାଡ଼ରେ ଦୁଇ ଗୁରୁତର । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅଶାନ୍ତ ହେଲା ରାଜଧାନୀ । ଟଙ୍କା ନେଣଦେଣ କାରବାରକୁ ନେଇ ବୋମା ମାଡ଼ । ଘର କାମ ପରେ ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ଘର ମାଲିକ । ବୋମା ମାଡ଼ରେ ଦୁଇ ଗୁରୁତର । ଲକ୍ଷ୍ମୀସାଗର ଥାନା ଝାରପଡା ମୁସ୍‌ଲିମ ବସ୍ତିରେ ଘଟିଛି ଏଭଳି ଘଟଣା । ଦୁଇ ଗୁରୁତର ହେଉଛନ୍ତି ନୁର ଜାହାଙ୍ଗିର ଓ ତାଙ୍କ ମାଆ ।

ଶ୍ରମିକ ଟଙ୍କା ମାଗିବାରୁ ବୋମା ଫିଙ୍ଗିଲେ ମାଲିକ, ୨ ଗୁରୁତର

ସୂଚନା ଅନୁସାରେ ବଟ ସାହୁ ନାମକ ବ୍ୟକ୍ତି ନିଜ ଘର ସାମ୍ନାରେ ଏହି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଘର କାମ ସରିବା ପରେ ଟଙ୍କା ମାଗିବାକୁ ଆସିଥିବା ଶ୍ରମିକଙ୍କ ସହ ଯୁକ୍ତି ତର୍କ କରିବା ସହ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ ବଟ ସାହୁ । ଏଭଳି ପରିସ୍ଥିତି ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ବୋମାର ନମୁନା ସଂଗ୍ରହ କରି ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଛାନଭିନ ଜାରି ରହିଛି । ଏନେଇ ଘର ମାଲିକ ବଟ ସାହୁଙ୍କୁ ପଚରାଉଚରା କରୁଛି ପୋଲିସ । ତାଙ୍କ ପାଖକୁ କିପରି ବୋମା ଆସିଲା ଏବଂ କଣ ପାଇଁ ବୋମା ମାଡ଼ ହେଲା ସେନେଇ ତଦନ୍ତ ଚାଲିଛି ।

ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ‌ ରଖି ସ୍ଥାନିୟ ଏସିପି ଓ ଲକ୍ଷ୍ମୀସାଗର ଥାନାଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ମଧ୍ୟ ମୁତୟନ କରାଯାଇଛି । ଏକ ସ୍ବତନ୍ତ୍ର ଟିମ୍, ବୋମା କେଉଁଠୁ ଆସିଲା ସେନେଇ ତଦନ୍ତ ଚଳାଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ବୋମାମାଡ ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ସମୟରେ ଲକ୍ଷ୍ମୀସାଗର ଅଞ୍ଚଳରେ ଏପରି ପରିସ୍ଥିତି ଦେଖାଦେଇଛି । ତେବେ ଏନେଇ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.