ETV Bharat / state

Jajpur Goods Train Mishap: ୮ ଟ୍ରେନ ବାତିଲ୍‌, 16ଟିର ରୁଟ୍‌ ପରିବର୍ତ୍ତନ

author img

By

Published : Nov 21, 2022, 10:58 AM IST

Updated : Nov 21, 2022, 12:25 PM IST

କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ବାତିଲ ହେଲା ୮ଟି ଟ୍ରେନ । ହାଓ୍ବଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ, ହାଓ୍ବଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ବାତିଲ । ଅଧିକ ପଢନ୍ତୁ

କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣା
କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣା

ଭୁବନେଶ୍ବର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟଣା । ଦୁର୍ଘଟଣା ପରେ ୮ଟି ଟ୍ରେନ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନରେ ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ୫ଟି ଟ୍ରେନ ଆଂଶିକ ବାତିଲ ହୋଇଛି । ଏନେଇ ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ନଜର ପକାନ୍ତୁ କେଉଁ କେଉଁ ଟ୍ରେନ ବାତିଲ ହୋଇଛି

ହାଓ୍ବଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ

ହାଓ୍ବଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ

ଶାଲିମାର-ପୁରୀ ଏକ୍ସପ୍ରେସ

ପୁରୀ- ଶାଲିମାର ଏକ୍ସପ୍ରେସ

ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ

କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ

ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ

ଭୁବନେଶ୍ୱର-ବାଲେଶ୍ବର ପାସେଞ୍ଜର ସ୍ପେଶାଲ ଟ୍ରେନ

ଏହା ମଧ୍ୟ ପଢନ୍ତୁ-ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ: ୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

୫ଟି ଟ୍ରେନ ଆଂଶିକ ବାତିଲ

ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ, ଏହା ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡା ମଧ୍ୟରେ ବାତିଲ ହୋଇଛି ।

ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ଯ୍ୟନ୍ତ ଚାଲିବ । ଏହାପରେ ଯାଜପୁର ଏବଂ ହାୱଡ଼ା ମଧ୍ୟରେ ବାତିଲ ହୋଇଛି।

ବାଲେଶ୍ବର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ କେନୁଆପଦା ପର୍ଯ୍ୟନ୍ତ ଚାଲିବ ଏବଂ କେନ୍ଦୁଆପଦାରୁ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇଛି।

ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ । ଏହାପରେ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇଛି ।

ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ, ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ।

16ଟି ଟ୍ରେନର ମାର୍ଗ ପରିବର୍ତ୍ତନ

1. ଡିବ୍ରୁଗଡ କନ୍ୟାକୁମାରୀ ଏକ୍ସପ୍ରେସ(15906) ହିଜିଲି-ଟାଟା-ନୟାଗଡ଼-ଜାଖପୁରା ଦେଇ ଯାତାୟତ କରିବ

2. ହାଓ୍ବଡା- ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ(12703) ଅନୁଗୋଳ-ସମ୍ବଲପୁର -ଝାରସୁଗୁଡା ଦେଇ ଯାତାୟତ କରିବ

3. ଆନନ୍ଦ ବିହାର ପୁରୀ ନିଳାଚଳ ଏକ୍ସପ୍ରେସ(12876) ଟାଟା -ନୟାଗଡ- ଜାଖପୁରା ଦେଇ ଯାତାୟତ କରିବ

4.ପୁରୀଲା ଭିଲୁପୁରମ ଏକ୍ସପ୍ରେସ(22605) ଖଡଗପୁର-ଟାଟା- ନୟାଗଡ-ଜାଖପୁରା ଦେଇ ଯାତାୟତ କରିବ

5.ହାଇଦ୍ରାବାଦ-ଶାଲିମର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ଦେଇ ଯାତାୟତ କରିବ

6.ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଅନୁଗୋଳ-ସମ୍ବଲପୁର ସହର-ଝାରସୁଗୁଡା ଦେଇ ଯାତାୟତ କରିବ

7. ବେଙ୍ଗାଲୁରୁ-ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ରୁଟରେ ଯାତାୟତ କରିବ

8. ତ୍ରିଭେନ୍ଦ୍ରମ-ଶାଲିମାର ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ରୁଟରେ ଯାତାୟତ କରିବ

9. ସିକନ୍ଦରାବାଦ-ହାଓ୍ବଡ଼ା ଫାଲକନୁମା ଏକ୍ସପ୍ରେସ ଅନୁଗୋଳ-ସମ୍ବଲପୁର -ଝାରସୁଗୁଡା ଦେଇ ଯାତାୟତ କରିବ

10. ତିରୁପତି-ହାୱଡା ଏକ୍ସପ୍ରେସ ଅନୁଗୋଳ-ସମ୍ବଲପୁର -ଝାରସୁଗୁଡା ଦେଇ ଯାତାୟତ କରିବ

11. ବେଙ୍ଗାଲୁରୁ-ହାଓ୍ବଡା ଦୂରନ୍ତ ଏକ୍ସପ୍ରେସ ଅନୁଗୋଳ-ସମ୍ବଲପୁର-ଝାରସୁଗୁଡା ଦେଇ ଯାତାୟତ କରିବ

12. ବେଙ୍ଗାଲୁର-ହାୱଡା ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ରୁଟରେ ଯାତାୟତ କରିବ

13.ବେଙ୍ଗାଲୁରୁ-ଜସିଡିହ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ରୁଟରେ ଯାତାୟତ କରିବ

14.ଚେନ୍ନାଇ-ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ରୁଟରେ ଯାତାୟତ କରିବ

15.ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ରୁଟରେ ଯାତାୟତ କରିବ

16. ପୁରୀ-ଆନନ୍ଦ ବିହାର ନନ୍ଦନ କାନନ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ଦେଇ ଯାତାୟତ କରିବ

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 21, 2022, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.