ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ: ୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 21, 2022, 8:38 AM IST

Updated : Nov 21, 2022, 10:18 AM IST

ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ

ଯାଜପୁର କୋରେଇ ଷ୍ଟେସନର ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଯାଜପୁର: କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା । ଯାତ୍ରୀଙ୍କ ଉପରେ ମାଡିଗଲା ଲୌହ ଦାନବ । ରେଳଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଉପରେ ମାଲବାହୀ ଟ୍ରେନ ମାଡି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ

ଏହା ମଧ୍ୟ ପଢନ୍ତୁ-ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ, ପ୍ରତି ଜିଲ୍ଲାରେ ପ୍ରଦର୍ଶିତ ହେବ ସିନେମା

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଅନେକ ଯାତ୍ରୀ କୋରେଇ ଷ୍ଟେସନର ବିଶ୍ରାମାଗାରରେ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ମାଲବାହୀ ଟ୍ରେନଟି କୌଣସି କାରଣରୁ ଭାରସାମ୍ୟ ହରାଇ କୋରେଇ ରେଳ ଷ୍ଟେସନ ଭିତରକୁ ମାଡିଯାଇଥିଲା । ଫଳରେ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ମଧ୍ୟରୁ 3 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ତେବେ ବର୍ତ୍ତମାନ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । 4ରୁ ଉର୍ଦ୍ଧ୍ବ ଟ୍ରେନ ଯାତ୍ରୀ ଏବେବି ମାଲବାହୀ ଟ୍ରେନ ଭିତରେ ଫସି ରହିଛନ୍ତି । ବୈତରଣୀ ରୋଡ ଅଗ୍ନିଶମ ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅନେକ ଯାତ୍ରୀ ଏବେ ବି ଭିତରେ ଫସି ରହିଛନ୍ତି ।

  • ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) November 21, 2022 " class="align-text-top noRightClick twitterSection" data=" ">

ଏହା ଘଟଣା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ,'' ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ" ।

ଇଟିଭି ଭାରତ, ଯାଜପୁର

Last Updated :Nov 21, 2022, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.