ETV Bharat / state

ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ, ପ୍ରତି ଜିଲ୍ଲାରେ ପ୍ରଦର୍ଶିତ ହେବ ସିନେମା

author img

By

Published : Nov 21, 2022, 7:18 AM IST

ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ
ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ

ଦମନ ଫିଲ୍ମ ଦେଖିବା ପରେ ପ୍ରତି ଜିଲ୍ଲାରେ ଏହାକୁ ପ୍ରଦର୍ଶନ ପାଇଁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ଲୋକସେବା ଭବନ କନଭେନସନ ସେଣ୍ଟରରେ ପ୍ରଦର୍ଶିତ ହୋଇଯାଇଛି ମୌଳିକ କାହାଣୀ ଉପରେ ଅଧାରିତ ଚଳଚ୍ଚିତ୍ର 'ଦମନ' । ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ପ୍ରତି ଜିଲ୍ଲାରେ 'ଦମନ' ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ

ଚଳଚ୍ଚିତ୍ରଟିକୁ ଦେଖିବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ''ପ୍ରତି ଜିଲ୍ଲାରେ 'ଦମନ' ଚଳଚିତ୍ର ପ୍ରଦର୍ଶନ ହେବ । ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ 'ଦମନ' । ଚଳଚ୍ଚିତ୍ରଟି ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ । ଚଳଚ୍ଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଦମନର ଲୋକପ୍ରିୟତା ବଢିବାରେ ଲାଗିଛି । ଏହା ହିନ୍ଦୀ ଭାଷାରେ ଡବିଂ ହେଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ । ବିଭିନ୍ନ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହା ସହ ଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । 'ଦମନ' ଚଳଚିତ୍ର ଦେଖିବା ଅବସରରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ'' ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଦମନ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଯୋଗ ଦେଇଥିଲେ। ''ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚ୍ଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସତ୍ୟବ୍ରତ ସାହୁ । ଓଡିଶା ସତ୍ୟବ୍ରତ ସାହୁ ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଦମନର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟରରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ'' ।

ଏହା ମଧ୍ୟ ପଢନ୍ତୁ-ଆରମ୍ଭ ହୋଇପାରୁନି ବରଗଡ଼-ନୂଆପଡା ରେଳ ପ୍ରକଳ୍ପ କାର୍ଯ୍ୟ, କେନ୍ଦ୍ରକୁ ବିଜେଡିିର ଟାର୍ଗେଟ

ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ କହିଛନ୍ତି ଯେ, ''୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ । ଆଗାମୀ ଦିନରେ ଏହା ସିନେମା ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନଙ୍କୁ ଉତ୍ସାହିତ କରିବ । କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ସମ୍ବର୍ଦ୍ଧିତ କରିଛନ୍ତି ।

ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଚଳଚ୍ଚିତ୍ର ଦେଖିଛନ୍ତି । ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସ୍ୱାସ୍ଥ୍ୟ ସଚିବ ସଲିନି ପଣ୍ଡିତ, ଯୁଗ୍ମ ସଚିବ ପାହ୍ୟାରୁ ଉର୍ଦ୍ଧ୍ବ ଅଧିକାରୀଗଣ ଏହି ସିନେମା ଦେଖିଛନ୍ତି । ପ୍ରଦର୍ଶନୀ ସମୟରେ ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.