ଆରମ୍ଭ ହୋଇପାରୁନି ବରଗଡ଼-ନୂଆପଡା ରେଳ ପ୍ରକଳ୍ପ କାର୍ଯ୍ୟ, କେନ୍ଦ୍ରକୁ ବିଜେଡିିର ଟାର୍ଗେଟ

author img

By

Published : Nov 20, 2022, 10:39 PM IST

ଆରମ୍ଭ ହୋଇପାରୁନି ବରଗଡ଼ -ନୂଆପଡା ରେଳ ପ୍ରକଳ୍ପର କାର୍ଯ୍ୟ, କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ବରଗଡ଼-ନୂଆପଡା ରେଳ ଲାଇନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ରେଳ ଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବରଗଡ଼-ନୂଆପଡା ରେଳ ଲାଇନକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ରେଳ ଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏନେଇ ରାଜ୍ୟ ରାଜନୀତି ଜୋର ଧିରିଥିବାବେଳେ ଜାରି ରହିଛି ବିଜେପି ଓ ବିଜେଡି ମଧ୍ୟରେ ଦୋଷ ଲଦାଲଦି । ପ୍ରଥମେ କୃଷି ଓ ଫସଲ ବୀମା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଥିଲା ରାଜନୈତିକ ଯୁଦ୍ଧ ।

ଆରମ୍ଭ ହୋଇପାରୁନି ବରଗଡ଼ -ନୂଆପଡା ରେଳ ପ୍ରକଳ୍ପର କାର୍ଯ୍ୟ, କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ବିଜେପି ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିବାବେଳେ ରାଜ୍ୟ ସରକାରଙ୍କର ବିଭିନ୍ନ ମନ୍ତ୍ରୀ ଦୋଷ ଲଦିଥିଲେ କେନ୍ଦ୍ର ସରକାରଙ୍କ ଉପରେ । ଏବେ ରେଳ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବରଗଡ଼ରୁ ନୂଆପଡା ରୋଡ଼ ପର୍ଯ୍ୟନ୍ତ ପଦ୍ମପୁର ଦେଇ ଏକ ରେଳ ଲାଇନ ଯିବା ପାଇଁ ମଞ୍ଜୁରୀ ହୋଇଥିବାବେଳେ ଏହାର କାମ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଯାହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସରକାରୀ ଜମି ଦେବା ସହ 3 ଶହ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ଉପରେ ଧ୍ୟାନ ଦେଉନଥିବା ବିଜେଡି ଅଭିଯୋଗ କରିଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି ମଧ୍ୟ ଲେଖିଛନ୍ତି ।

ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ରେଳ ବିକାଶ କ୍ଷେତ୍ରରେ ଓଡିଶା ପଛରେ ରହିଛି । 5 ବର୍ଷ ହେଲା ରାଜ୍ୟରେ ଗୋଟିଏ ବି ନୂଆ ରେଳ ଲାଇନ ହୋଇନାହିଁ । ବରଗଡ଼ରୁ ନୂଆପଡା ରୋଡ଼ ପର୍ଯ୍ୟନ୍ତ ଏହି ରେଳ ଲାଇନ ହୋଇଥିଲେ ପଦ୍ମପୁର ବାସିନ୍ଦା ମଧ୍ୟ ଅନେକ ସୁବିଧା ପାଇଥାନ୍ତେ । ହେଲେ କେନ୍ଦ୍ର ସରକାର ଏହି ବରଗଡ଼, ନୂଆପଡା ସହ ପଦ୍ମପୁର ବାସିନ୍ଦାଙ୍କୁ ସୁବିଧାରୁ ବଞ୍ଚିତ କରିଛନ୍ତି ।" ତେଣୁ ଯଥାଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ଦାବି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.