ETV Bharat / state

ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା

author img

By

Published : Mar 13, 2022, 1:51 PM IST

ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା
ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡାଇବା ଘଟଣା । ବିଧାୟକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଗତକାଲି(ଶନିବାର) ଭିଡରେ ଚିଲିକା ବିଧାୟକଙ୍କ ଗାଡି ମଡାଇବା ଘଟଣା ଚାରିଆଡେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ଗାଡି ତଳେ ଚାପି ହୋଇ ୧୦ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ବିଧାୟକଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଭଳି ବିଭିନ୍ନ ସଙ୍ଗୀନ ଦଫା ଲାଗିଛି । ସେହି ଦଫାଗୁଡିକ ହେଉଛି 307,332,333,323,324,325,326,353 । ଖୋର୍ଦ୍ଧା ଏସପି ଏନେଇ ସୂଚନା ଦେଇଛନ୍ତି ।

ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା

ଏହାମଧ୍ୟ ପଢନ୍ତୁ:Banapur Violence: ଗିରଫ ହେବେ ବାହୁବଳୀ ବିଧାୟକ, ବାଣପୁର ଏନଏସି ଅଞ୍ଚଳରେ ୧୪୪ ଲାଗୁ

ବାଣପୁର ବ୍ଲକ ଆଗରେ ବିଧାୟକଙ୍କ ହିଂସାକାଣ୍ଡ ପରେ ସେଠାରେ ଜାରି ୧୪୪ ଧାରା ବଳବତ୍ତର ରହିଛି । ସମ୍ପୂର୍ଣ୍ଣ ଘଟଣା ଉପରେ ପୋଲିସ ନଜର ରଖିବା ସହିତ ସଜାଗ ଥିବାର କହିଛନ୍ତି ଏସ୍‌ପି । ଏହି ଦୁର୍ଘଟଣାରେ ବାଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, SI ଚନ୍ଦନ ଦାସ ସମେତ ୮ ପୋଲିସ ଆହତ ହୋଇଥିଲେ । ତେବେ ବିଧାୟକ ଜଗଦ୍ଦେବ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଗୁରୁତର ହେବା ଯୋଗୁଁ ଏବେ ଚିକିତ୍ସାଧୀନ ଅଛନ୍ତି । ସେ ସୁସ୍ଥ ହେବାପରେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.