ETV Bharat / state

Banapur Violence: ଗିରଫ ହେବେ ବାହୁବଳୀ ବିଧାୟକ, ବାଣପୁର ଏନଏସି ଅଞ୍ଚଳରେ ୧୪୪ ଲାଗୁ

author img

By

Published : Mar 12, 2022, 6:10 PM IST

Banapur Violence: ଗିରଫ ହେବେ ଚିଲିକା ବିଧାୟକ, ବାଣପୁରରେ ୧୪୪ ଧାରା ଲାଗୁ
Banapur Violence: ଗିରଫ ହେବେ ଚିଲିକା ବିଧାୟକ, ବାଣପୁରରେ ୧୪୪ ଧାରା ଲାଗୁ

ଖୋର୍ଦ୍ଧା ବାଣପୁରରେ ବର୍ବରକାଣ୍ଡ ଘଟାଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ତେବେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ IG । ଏପଟେ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ପ୍ରସଙ୍ଗ । ଇତିହାସରେ ଏଭଳି ହିଂସାକାଣ୍ଡ ପ୍ରଥମ ହୋଇଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି । ବିଧାୟକଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ସଙ୍ଗୀନ ଦଫା ଲାଗିଛି । ସେପଟେ ବିଧାୟକଙ୍କୁ ପୋଲିସ କବଜାରେ ରଖାଯାଇ ଚିକିତ୍ସା ଚାଲିଛି । ସୁସ୍ଥ ହେବାପରେ ଏହି ହିଂସାକାଣ୍ଡ ଘଟାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ।

Banapur Violence: ଲାଗିଲା ସଙ୍ଗୀନ ଦଫା, ଗିରଫ ହେବେ ଚିଲିକା ବିଧାୟକ

ଚିଲିକା ବିଧାୟକ ଏପରି କାଣ୍ଡ ଘଟାଇବା ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏବେ ସେ ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତେବେ ସେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୋଳ । ସେ ପ୍ରଥମେ ଟାଙ୍ଗୀ ହସ୍ପିଟାଲ ଚିକିତ୍ସିତ ହେଉଥିଲେ ଓ ପରେ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା ।

ବାଣପୁର ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ଆଜି ନିର୍ବାଚନ ଚାଲୁଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସହ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିବା ଆକ୍ରମଣ ପ୍ରତି ଆକ୍ରମଣ ଘଟଣା ପରେ ଅଶାନ୍ତ ହୋଇ ପଡିଛି ବାଣପୁର । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଥିବା ଘୋଷଣା କରିଛନ୍ତି ।

Banapur Violence: ଲାଗିଲା ସଙ୍ଗୀନ ଦଫା, ଗିରଫ ହେବେ ଚିଲିକା ବିଧାୟକ
Banapur Violence: ଲାଗିଲା ସଙ୍ଗୀନ ଦଫା, ଗିରଫ ହେବେ ଚିଲିକା ବିଧାୟକ

ସୂଚନା ଅନୁସାରେ, ଆଜି ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଛି । ଏହି ସମୟରେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ୧୦ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ସେଥିରେ ବାଣପୁର ଇନ୍ସପେକ୍ଟର, ଜଣେ SI ଏବଂ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି । ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ।

ଏପଟେ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ । ୧୪୪ ଧାରା ଲାଗୁ କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ । ଅନିର୍ଦ୍ଧିଷ୍ଟ କାଳ ଯାଏଁ ୧୪୪ ଧାରା ଲାଗୁ । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନର ପଦକ୍ଷେପ ନିଆ ଯାଇଥିବା ସୂଚନା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.