ETV Bharat / state

Vigilance Raid: ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ

author img

By

Published : Jul 13, 2023, 6:52 PM IST

Asi in vigilance trap
Asi in vigilance trap

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ । ଅଧିକ ପଢନ୍ତୁ

ଭୁବନେଶ୍ବର: ଭିଜିଲାନ୍ସ କବଜାରେ ସହିଦନଗର ଥାନା ଏଏସଆଇ । ASI ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ସେ ୧୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଜଣେ ବ୍ୟକ୍ତିଙ୍କ ପୁରୁଣା ମାମଲାରୁ ନାଁ କାଟିଦେବାକୁ ନେଉଥିଲେ ଲାଞ୍ଚ । ଠିକ ଏହି ସମୟରେ ମାଡ଼ି ବସିଲା ଭିଜିଲାନ୍ସ ।

ସହିଦନଗର ଥାନାରେ ଭିଜିଲାନ୍ସ ଅଧିକାରୀ ମମତାଙ୍କୁ ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଛନ୍ତି । କେବଳ ଏହି ଗୋଟିଏ ମାମଲା ନା ପୂର୍ବରୁ ଅନ୍ୟ କେଉଁ ମାମଲାର ରଫାଦଫା ପାଇଁ କିଛି ଲାଞ୍ଚ ନେଉଥିଲେ ଏହି ସବୁ ଦିଗକୁ ନେଇ ଭିଜିଲାନ୍ସ ମମତାଙ୍କୁ ଜେରା କରୁଥିବା କୁହାଯାଉଛି । ସମ୍ପୂର୍ଣ୍ଣ ଜେରା ପରେ ହିଁ ଜଣାପଡିବା କାହା ସହ ସେ ଡିଲ କରୁଥିଲେ ଓ ଆଉ କେଉଁ ବେଆଇନ କାମରେ ସେ ସମ୍ପୃକ୍ତି ଥିଲେ ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ ନୀର୍ମଳ କୁମାର ସେନାପତି

କମିଶନରେଟ ପୋଲିସରେ କାମ କରୁଥିବା ଜଣଙ୍କ ପରେ ଜଣେ ଜଣେ ଅଧିକାରୀ ଲାଞ୍ଚ ନେଇ ଗିରଫ ହେଉଛନ୍ତି । କିନ୍ତୁ ସେମାନଙ୍କୁ ନିଲମ୍ବିତ କରାଯାଉନାହିଁ । ବରଂ ଗିରଫ ପୋଲିସ ଅଧିକାରୀ ଜେଲରୁ ବାହାରିବା ପରେ ଡିସିପି ଅଫିସ ନଚେତ ଉପକଣ୍ଠ ଥାନାରେ ପୋଷ୍ଟିଂ ଦିଆଯାଉଛି । ଏଭଳି ଲାଞ୍ଚୁଆ ପୋଲିସ ପାଇଁ କମିଶନରେଟ ପୋଲିସ ବଦନାମ ହେଉଥିବା ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ, ଗିରଫ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ରେଡ୍

ସୂଚନା ଥାଉ କି, ଜୁଲାଇ ୬ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ସୁକିନ୍ଦା ଥାନାର ଏଏସଆଇ ନିର୍ମଳ କୁମାର ସେନାପତି । ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ଲାଗି ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୁକିନ୍ଦା ତହସିଲଦାର ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ଥାନାରେ ଜିମା ଦେଇଥିଲେ । ବୁଧବାର ଦିନ ସୁକିନ୍ଦା ପୋଲିସ ଏକ ମାମଲା ରୁଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗାଡ଼ିକୁ ଥାନାରୁ ଖଲାସ କରିବା ବାବଦକୁ ଗାଡି ମାଲିକଙ୍କ ଠାରୁ ଏସଆଇ ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଚଢାଉ କରି ଥାନା ବାବୁଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.