ETV Bharat / state

ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଧାରଣା

author img

By ETV Bharat Odisha Team

Published : Dec 21, 2023, 6:46 PM IST

Rajdhani college students Strike: ନୂଆ-ଓ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ବିରୋଧ । ମନ୍ତ୍ରୀଙ୍କ ପାଇଁ ପିଲା ଗେଟ ବାହାରେ । ଅଧିକ ପଢନ୍ତୁ

Rajdhani college students hold strike
Rajdhani college students hold strike

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ

ଭୁବନେଶ୍ବର: ନୂଆ-ଓ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ କଲେ ରାଜଧାନୀ କଲେଜ ଛାତ୍ରଛାତ୍ରୀ । ତେବେ କଲେଜରେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଦୀର୍ଘ ସମୟ ଧରି କଲେଜର ଗେଟକୁ ବନ୍ଦ କରି ରଖିଥିଲେ କଲେଜ କର୍ତ୍ତୃପକ୍ଷ । କଲେଜ ଗେଟ ବାହାରେ ଛାତ୍ରଛାତ୍ରୀ ରହିଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଥିବା ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ବିରୋଧ କରି ଧାରଣା ପ୍ରଦର୍ଶନ କରିବା ପରେ ସେମାନଙ୍କୁ ଗେଟ ବାହାରେ ରଖାଯାଇଥିବା ଅଭିଯୋଗ କରିଛନ୍ତି ଧାରଣାରତ ଛାତ୍ରଛାତ୍ରୀ ।

ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଥିବା ଏହି କାର୍ଯ୍ୟକ୍ରମକୁ ଛଡ଼ା ଯାଉ ନଥିବାରୁ କଲେଜ ଗେଟ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା । ଅଶୋକ ପଣ୍ଡା ଗୋ ବ୍ୟାକ, ରାଜଧାନୀ କଲେଜରେ ରାଜନୀତିକରଣ ଚଳିବ ନାହିଁ ନାରାବାଜି ଦେବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କର ଅଭିଯୋଗ, ଯଦି କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉନି, ତେବେ ଗୋଟିଏ ଦଳର ନେତାଙ୍କ ପୋଷ୍ଟର ଲଗାଇ କାହିଁକି ରାଜନୀତିକରଣ କରାଯାଉଛି ? ଏହା ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ଛଡା ଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଏହା ବି ପଢନ୍ତୁ- #ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ରାଜଧାନୀ କଲେଜରେ ଦୁଇ ଦିନ ଧରି ନୂଆ-ଓ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ଏଥିରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତେବେ ମନ୍ତ୍ରୀ ଅଶୋକ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କିନ୍ତୁ ୨ଦିନ ପୂର୍ବରୁ କିଛି ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଥିଲେ । ଯଦି କଲେଜରେ କୌଣସି କାର୍ଯ୍ୟକ୍ରମ ହେଉଛି ତେବେ ଗୋଟିଏ ଦଳର ନେତାମାନେ ନ ଆସି ସମସ୍ତ ଦଳୀୟ ନେତାଙ୍କ ନିମନ୍ତ୍ରଣ କରିବା ଆବଶ୍ୟକ । ତେବେ ଏହାକୁ ନଜର ଆଢୁଆଳରେ କରିଥିଲେ କଲେଜ କର୍ତ୍ତୃପକ୍ଷ ।

ମନ୍ତ୍ରୀଙ୍କୁ ବିରୋଧ କରାଯିବା ନେଇ ଖବର ପ୍ରଚାର ହେବା ଫଳରେ କଲେଜକୁ ମନ୍ତ୍ରୀ ଆସିବା ପରେ କଲେଜର ସମସ୍ତ ଗେଟକୁ ବନ୍ଦ କରି ଦେଇଥିଲେ । କୌଣସି ଛାତ୍ରଛାତ୍ରୀଙ୍କୁ ବାହାରକୁ କି ଭିତରକୁ ପ୍ରବେଶ କରିବାକୁ ଦେଉନଥିଲେ କର୍ତ୍ତୃପକ୍ଷ । ଏ ନେଇ ଜଣେ ଛାତ୍ର କହିଛନ୍ତି, " ଆମକୁ ନେଇ କଲେଜ । ଏଥିରେ କୌଣସି ରାଜନୀତିକ ଦଳ ଅଂଶଗ୍ରହଣ କରିପାରିବେ ନାହିଁ । କଲେଜରେ ଗୋଟିଏ କାର୍ଯ୍ୟକ୍ରମ ହେଉଥିବା ବେଳେ କୌଣସି ଛାତ୍ରଛାତ୍ରୀଙ୍କ ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି ।" ତେବେ ଅନେକ ପିଲାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅପେକ୍ଷା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.