ETV Bharat / state

#ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Dec 15, 2023, 10:06 PM IST

New and Youth Odisha: ଅନୁଗୋଳରେ ଆୟୋଜିତ ହୋଇଛି '#ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ । ଏଥିରେ ଜିଲ୍ଲାର ସମସ୍ତ କଲେଜର ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଅଧିକ ପଢନ୍ତୁ

cultural programme in angul
ଅନୁଗୋଳରେ ଯୁବ ଉତ୍ସବ

ଅନୁଗୋଳରେ ଯୁବ ଉତ୍ସବ

ଅନୁଗୋଳ: ଆୟୋଜିତ ହୋଇଛି ଯୁବ ଉତ୍ସବ । ଜିଲ୍ଲାରେ ଆୟୋଜିତ '#ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଜିଲ୍ଲାର ବିଜୁ ମଇଦାନଠାରେ ଆୟୋଜିତ ଏହି ଉତ୍ସବରେ ଅନୁଗୋଳର ସମସ୍ତ କଲେଜର ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଅନୁଗୋଳ ବିଜୁ ମଇଦାନଠାରେ ଆୟୋଜିତ ହୋଇଛି ଏହି ଦିନିକିଆ କାର୍ଯ୍ୟକ୍ରମ । ଏଥିରେ ଯୋଗ ଦେଇଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡ଼ା ବିଧାୟକ ମୁକେଶ ପାଲ ପ୍ରମୁଖ ଯୋଗ ଦେଇଥିଲେ । ତେବେ '#ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା' ହେଉଛି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ। ମହାବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ଠାରେ ଥିବା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଜିଲ୍ଲାର ସମସ୍ତ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାମିଲ ହୋଇଥିବା ଯୁବ ପ୍ରତିଭାମାନଙ୍କ ମନୋବଳକୁ ବୃଦ୍ଧି କରିଥିବା କହିଛନ୍ତି। ଏହି ଉତ୍ସ ରେ ଅନୁଗୋଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ନିଜ ନିଜ ପ୍ରତଭା ପ୍ରଦର୍ଶନ କରିଥିଲେ। ଏଥିପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ବହୁ ପ୍ଲେ ବ୍ୟାକ ସିଙ୍ଗର ଯୋଗ ଦେଇ ସଙ୍ଗୀତ ପରିବେଷଣ କରିଥିଲେ। ଯାହାର ଭରପୁର ମଜା ନେଇଥିଲେ ଯୁବବର୍ଗ।

ଏହା ବି ପଢନ୍ତୁ...ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବୃଦ୍ଧି: ୨୦୨୮ ଶେଷ ଯାଏଁ ବଳବତ୍ତର, ଖର୍ଚ୍ଚ ହେବ ୧୨୫୦ କୋଟି

ଏହା ବି ପଢନ୍ତୁ...ଚାଲିଛି ପ୍ରତିଭା ଖୋଜା, ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଯୁବ ପ୍ରତିଭାମାନଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ନିଜ ଭିତରେ ଥିବେ ଗୁଣକୁ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଆଗଭର ହେଉଥିବା ଛାତ୍ରଛାତ୍ରୀଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଶେଷରେ କୃତି ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.