ETV Bharat / state

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର, କାଲି ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା

author img

By ETV Bharat Odisha Team

Published : Oct 21, 2023, 10:14 PM IST

୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା
୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା

ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବର୍ଷାରେ ଭିଜିବ ଦଶହରା । ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶଃ- ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୨ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ ଦିନ ଯାଏଁ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-ବଙ୍ଗ ଉପକୂଳ ମୁହାଁ ହେବ ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭିଗ ପକ୍ଷରୁ ସୂଚନା ମିଳିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ସାମୁଦ୍ରିକ ଅଞ୍ଚଳରେ ଏକ ଅବପାତ ରୂପ ନେବା ସମ୍ଭାବନା ରହିଛି । ପାରିପାର୍ଶ୍ବିକ ପରିସ୍ଥିତି ଏହାକୁ ଆହୁରି ଅଧିକ ଘନୀଭୂତ କରାଇବା ପାଇଁ ଅନୁକୂଳ ରହିଛି । ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଏହି ସିଷ୍ଟମ ରିକର୍ଭ କରିବା ସହ ଓଡ଼ିଶା ଉପକୂଳ ସମାନ୍ତରାଳ ଦେଇ ପଶ୍ଚିମବଙ୍ଗ କିମ୍ଵା ବାଂଲାଦେଶ ଉପକୂଳ ଅତିକ୍ରମ କରିପାରେ । ଏହାର ପ୍ରଭାବରେ 23 ତାରିଖଠାରୁ ସାମାନ୍ୟ ବର୍ଷାର ପ୍ରଭାବ ରହିବ । ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ ଗୋଟିଏରୁ 2ଟି ଜିଲ୍ଲାଗୁଡିକରେ କିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । 24 ତାରିଖଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଏହା ମଧ୍ୟ ପଢନ୍ତୁ...ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, 48 ଘଣ୍ଟାରେ ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା

ସକ୍ରିୟ ଲଘୁଚାପ ପ୍ରଭାବରେ 22ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଗଭୀର ସମୁଦ୍ର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ 45ରୁ 55 କିମି ରହିପାରେ । ସେହିଭଳି 23 ଓ 24ରେ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ 50ରୁ 60 କିଲୋମିଟର ଝଟକା ପବନ ସହ ଘଣ୍ଟା ପ୍ରତି ବେଗ 70କିମି ଯାଏ ରହିବାର ସମ୍ଭାବନା ରହିଛି । ଆଉ ମଧ୍ୟ 24 ତାରିଖଠାରୁ ଓଡ଼ିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ଝଡ଼ ପବନ ସହ ଘଣ୍ଟାପ୍ରତି ବେଗ 45ରୁ 65 କିମି ବେଗ ଯାଏଁ ରହିବାର ସମ୍ଭାବନା ରହିଛି । ପ୍ରଭାବରେ ଉପରୋକ୍ତ ଅଞ୍ଚଳ ଗୁଡିକରେ ସାମୁଦ୍ରିକ ସ୍ଥିତି ଖରାପ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.