ETV Bharat / state

ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, 48 ଘଣ୍ଟାରେ ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Oct 21, 2023, 2:16 PM IST

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ପ୍ରଭାବରେ 22ତାରିଖଠାରୁ ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା
ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା

ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ସକାଳ ସମୟରେ ଲଘୁଚାପ କ୍ଷେତ୍ରର ରୂପ ନେଇଛି । ଏହି ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରୀ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । 22 ତାରିଖ ବେଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ 22 ତାରିଖ ସକାଳ ଯାଏ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି ।

ଏହାମଧ୍ୟ ପଢନ୍ତୁ..ଅଦିନିଆ ବର୍ଷା ଯୋଗୁଁ କମିଛି ଆଳୁ ଉତ୍ପାଦନ, ଚାଷୀ କ୍ଷତିଗ୍ରସ୍ତ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ସାମୁଦ୍ରିକ ଅଞ୍ଚଳରେ ଏକ ଅବପାତ ରୂପ ନେବା ସମ୍ଭାବନା ରହିଛି । ପାରିପାର୍ଶ୍ବିକ ପରିସ୍ଥିତି ଏହାକୁ ଆହୁରି ଅଧିକ ଘନୀଭୂତ କରାଇବା ପାଇଁ ଅନୁକୂଳ ରହିଛି । ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଏହି ସିଷ୍ଟମ ରିକର୍ଭ କରିବା ସହ ଓଡ଼ିଶା ଉପକୂଳ ସମାନ୍ତରାଳ ଦେଇ ପଶ୍ଚିମବଙ୍ଗ କିମ୍ଵା ବାଂଲାଦେଶ ଉପକୂଳ ଅତିକ୍ରମ କରିପାରେ ।

ଏହାର ପ୍ରଭାବରେ 23 ତାରିଖଠାରୁ ସାମାନ୍ୟ ବର୍ଷାର ପ୍ରଭାବ ରହିବ । ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ ଗୋଟିଏରୁ 2ଟି ଜିଲ୍ଲାଗୁଡିକରେ କିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । 24 ତାରିଖଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।

Weather Update: ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ସକ୍ରିୟ ଲଘୁଚାପ ପ୍ରଭାବରେ 22ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଗଭୀର ସମୁଦ୍ର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ 45ରୁ 55 କିମି ରହିପାରେ । ସେହିଭଳି 23 ଓ 24ରେ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ 50ରୁ 60 କିଲୋମିଟର ଝଟକା ପବନ ସହ ଘଣ୍ଟା ପ୍ରତି ବେଗ 70କିମି ଯାଏ ରହିବାର ସମ୍ଭାବନା ରହିଛି । ଆଉ ମଧ୍ୟ 24 ତାରିଖଠାରୁ ଓଡ଼ିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ଝଡ଼ ପବନ ସହ ଘଣ୍ଟାପ୍ରତି ବେଗ 45ରୁ 65 କିମି ବେଗ ଯାଏଁ ରହିବାର ସମ୍ଭାବନା ରହିଛି । ପ୍ରଭାବରେ ଉପରୋକ୍ତ ଅଞ୍ଚଳ ଗୁଡିକରେ ସାମୁଦ୍ରିକ ସ୍ଥିତି ଖରାପ ରହିବ । ତେଣିୁ 22 ତାରିଖରୁ ସମୁଦ୍ର ମଧ୍ୟକୁ ମତ୍ସଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି ।

ତେବେ ଓଡ଼ିଶାରେ ବର୍ଷାର ପରିମାଣ କିଭଳି ରହିବ ଏହା ସିଷ୍ଟମର ଦିଗ ଓ ତୀବ୍ରତା ଉପରେ ନିର୍ଭର କରେ । ଅବପାତ ପରେ ଦିଗ ଓ ତୀବ୍ରତା ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.