ETV Bharat / state

ବିଶ୍ବ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ ଭୂଷଣ

author img

By ETV Bharat Odisha Team

Published : Sep 10, 2023, 8:07 PM IST

press meet by prasant bhusan
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ ଭୂଷଣ

ବେଦାନ୍ତ ବିଶ୍ବ ବିଦ୍ୟାଳୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ରାଜ୍ୟ ସରକାରଙ୍କ ବିରୋଧରେ କୋର୍ଟ ଅବମାନନା ନେଇ ମାମଲା କରିବା ପାଇଁ ଚେତାବନୀ ଦେଲେ । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ ଭୂଷଣ

ଭୁବନେଶ୍ବର: ବେଦାନ୍ତ ବିଶ୍ବ ବିଦ୍ୟାଳୟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ଏନେଇ ଭୁବନେଶ୍ୱରରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ବେଦାନ୍ତ କମ୍ପାନୀ ନେଇ ଦିଆଯାଇଥିବା ରାୟ ଉପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବେଦାନ୍ତକୁ ରାଜ୍ୟ ସରକାର ଅବୈଧ ଭାବେ ସାହାଯ୍ୟ କରିଛନ୍ତି । ସରକାର କମ୍ପାନୀ ସହ ମିଶି ଓଡ଼ିଶାର ଆଦିବାସୀମାନଙ୍କୁ ଲୁଟିବା ବନ୍ଦ ହେବା ଦରକାର ।"

ଏହାସହ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କହିଛନ୍ତି, "ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ନାମରେ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା,ତାହା ସମ୍ପୂର୍ଣ୍ଣ ଭୁଲ ପ୍ରକ୍ରିୟା । ରାଜ୍ୟ ସରକାର ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ଜମି ହରାଇଥିବା ସ୍ଥାନୀୟ ଲୋକଙ୍କୁ ସରକାର ଅତି ଶୀଘ୍ର ଜମି ଫେରାନ୍ତୁ । ଆଜି ରାଜ୍ୟ ସରକାରଙ୍କୁ ମୁଁ ସେମାନଙ୍କ ଓକିଲ ଭାବେ ଆସନ୍ତା ସପ୍ତାହ ମଧ୍ୟରେ ନୋଟିସ ପଠାଇବି। ତାପରେ ବି ଯଦି ସରକାର ଜମି ନଫେରାନ୍ତି ତାହେଲେ ଆମେ ରାଜ୍ୟ ସରକାରଙ୍କ ବିରୋଧରେ କୋର୍ଟ ଅବମାନନା ନେଇ କେସ୍ କରିବୁ । ୮ ହଜାର ଏକର ଜମି ଅଧିଗ୍ରହଣ କରିବା ପାଇଁ ସରକାର ରାଜି ହୋଇଥିଲେ ।"

"ଯେଉଁମାନେ କେବେ ଛୋଟିଆ ପ୍ରାଇମେରୀ ସ୍କୁଲ ଚଳାଇନାହାନ୍ତି ସେମାନଙ୍କୁ କିପରି ଜମି ଦିଆଗଲା?" ବୋଲି ପ୍ରଶ୍ନ କରିଛନ୍ତି ପ୍ରଶାନ୍ତ ଭୂଷଣ । ସେ କହିଛନ୍ତି, "ବେଦାନ୍ତ ପାଇଁ ୧୫ଟି ବେଆଇନ କାମ କରିଥିଲେ ସରକାର। କମ୍ପାନୀ ଯାହା ଚାହୁଁଥିଲା ସରକାର ରାଜି ହେଲେ । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଲୁଟି, ପ୍ରାକୃତିକ ସମ୍ପତ୍ତିକୁ ଲୁଟି ଆଦାନୀ ଏବଂ ବେଦାନ୍ତକୁ ଦେଇଛନ୍ତି । ବହୁତ କମ୍ କେସ ଗୁଡିକରେ ଏମିତି ନିର୍ଦେଶ ମିଳିଛି । ଏଭଳି ଘଟଣାର ତଦନ୍ତ CBI କିମ୍ବା କୋର୍ଟ ଦ୍ୱାରା ଗଠିତ SIT ଦ୍ୱାରା ହେବା ଦରକାର । ଯେଉଁ ଲୋକମାନେ ବିରୋଧ କରୁଛନ୍ତି ସେମାନଙ୍କୁ ଗୁଳି ମାରୁଛନ୍ତି, ଜେଲ୍‌ ପଠାଉଛନ୍ତି । ପ୍ରଫୁଲ୍ଲ ସାମନ୍ତରାୟ ହେଉଛନ୍ତି ତା'ର ଉଦାହରଣ ।"

ଏହା ବି ପଢନ୍ତୁ...ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣରେ ଭେଦଭାବ ଅଭିଯୋଗ, ନିରପେକ୍ଷ ମାପ ପାଇଁ ଦାବି

ସେ ଆହୁରି ମଧ୍ୟ କହିଛନ୍ତି, "ଆମ ଦେଶରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ସମ୍ଭବ ନୁହେଁ । ସେତେବେଳେ ସମ୍ଭବ ହେବ ଯେତେବେଳେ ସମ୍ବିଧାନ ସଂଶୋଧନ ହେବ । ପାର୍ଲାମେଣ୍ଟରୀ ଡେମୋକ୍ରାସୀରୁ ପ୍ରେସିଡେନସିଲ ରୁଲ୍‌ ସିଷ୍ଟମ ହେଲା ପରେ ହିଁ ଏହା ସମ୍ଭବ । ଏହା କରିବାକୁ ହେଲେ ସମ୍ବିଧାନରେ ସଂଶୋଧନ ଆଣିବା ଦରକାର । ଓଡିଶା ଅବସ୍ଥା ଅତ୍ୟନ୍ତ ଖରାପ, ଓଡ଼ିଶାରେ ଖଣି ଚଳାଇବାରେ ଅନେକ ଅନିୟମିତତା ହେଉଛି। ନ୍ୟାଚୁରାଲ ରିସୋର୍ସର ଏକ୍ସପ୍ଲଏଟେଶନ ହେଉଛି। ଆଦିବାସୀଙ୍କୁ ପୋକ ମାଛି ଭଳି ବ୍ୟବହାର କରୁଛନ୍ତି ସରକାର।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.