ETV Bharat / state

ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବା ପୂର୍ବରୁ କଂଗ୍ରେସ ସହ ଡିଲ କରିଥିଲା ବିଜେଡି: ବିରୋଧୀ ଦଳନେତା

author img

By

Published : Dec 10, 2022, 9:00 PM IST

ବିରୋଧୀ ଦଳନେତା
ବିରୋଧୀ ଦଳନେତା

ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବା ପୂର୍ବରୁ କଂଗ୍ରେସ ନେତୃତ୍ବ ସହ ଡିଲ କରିଥିଲା ବିଜେଡି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Leader of opposition Jay Narayan Mishra) । ଏହା ସହ ଦୁଇ ତୃତୀୟାଂଶ ସିଟ ସହ ସରକାର ଗଢିବା ଯୋଜନାରେ ଅଛୁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବା ପୂର୍ବରୁ କଂଗ୍ରେସ ସହ ଡିଲ କରିଥିଲା ବିଜେଡି: ବିରୋଧୀ ଦଳନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବା ପୂର୍ବରୁ କଂଗ୍ରେସ ନେତୃତ୍ବ ସହ ଡିଲ କରିଥିଲା ବିଜେଡି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Leader of opposition Jay Narayan Mishra ) । ଏହା ସହ ଦୁଇ ତୃତୀୟାଂଶ ସିଟ ସହ ସରକାର ଗଢିବା ଯୋଜନାରେ ଅଛୁ ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- Weight Loss Diet: ଏହି ସବୁ ପନିପରିବା ଜୁସ୍ ହ୍ରାସ କରିପାରେ ଓଜନ

ଜୟନାରାୟଣ କହିଛନ୍ତି, ‘‘ରାଜନୈତିକ ଦଳ ହିସାବରେ ମିଶନ ରଖିବା କିଛି ବଡ଼ କଥା ନୁହେଁ । ବିଜେଡି ତାର ମିଶନ ରଖିଛି । ଆମେ ଆମର ମିଶନ ରଖିଛୁ । 2024ରେ ଆମେ କିପରି ଦୁଇ ତୃତୀୟାଂଶ ସିଟ ସହ ସରକାର ଗଢିବା ଯୋଜନାରେ ଅଛୁ । ଅର୍ଥ, ବାହୁ ବଳ ଓ ସରକାରୀ କଳ ଉପରେ ବିଜେଡି ଆଧାରିତ । ଦଳ 147 ସିଟକୁ ଫୋକସରେ ରଖି ପ୍ରସ୍ତୁତ ହେଉଛି । ଜନତା ଆମକୁ ଯେତେ ଦେବେ, ଆମେ ଭବିଷ୍ୟତ ବକ୍ତା ନୋହୁଁ । ଆମେ 147ରୁ 147 ଜିତିବୁ ବୋଲି କହିବାରେ କୌଣସି ବାଧା ନାହିଁ । କହିବାରେ ପଇସା ପଡେ ନାହିଁ ବୋଲି ଜୟ କହିଛନ୍ତି ।’’

ଏହାବି ପଢନ୍ତୁ- ଇଣ୍ଡୋନେସିଆ କୋଇଲା ଖଣିରେ ବିସ୍ଫୋରଣ: 10 ମୃତ, 4 ଆହତ

ଜୟ ଆହୁରି କହିଛନ୍ତି, "2024ରେ ବିଜେଡିର କଣ ପରିସ୍ଥିତି ହେବ ସେମାନେ ଦେଖିବେ । ପଦ୍ମପୁର ଜିତିବାକୁ ବିଜେଡିକୁ କେତେ କଷ୍ଟ ପଡିଲା ଓ କଣ କଣ ଅନୈତିକ ଉପାୟ ଅବଲମ୍ବନ କଲେ ସମସ୍ତେ ଜାଣନ୍ତି । ଅଦୃଶ୍ୟମାନ ମୁଖ୍ୟମନ୍ତ୍ରୀଙ୍କୁ ଦୃଶ୍ୟମାନ ହେବାକୁ ପଡିଲା । ଯିଏ ଅନ୍ଧାର କୋଠରୀରେ ବନ୍ଦ ହୋଇଥାନ୍ତି, ତାଙ୍କୁ ବାହାରିବାକୁ ପଡିଲା । ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଏକ ରାଜନୈତିକ ଡିଲ ହୋଇଥିଲା । ଭୁବନେଶ୍ୱରରେ ହୋଇଥିଲା ଡିଲ । ଏହା ପରେ କଂଗ୍ରେସର ନେତୃତ୍ୱ ବିଜେଡିକୁ ସମ୍ପୂର୍ଣ୍ଣ ଭୋଟ ଟ୍ରାନ୍ସଫର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.