ETV Bharat / international

ଇଣ୍ଡୋନେସିଆ କୋଇଲା ଖଣିରେ ବିସ୍ଫୋରଣ: 10 ମୃତ, 4 ଆହତ

author img

By

Published : Dec 10, 2022, 2:05 PM IST

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ଏଥିରେ 10 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 4 ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

several dead wounded in indonesia coal mine explosion
ଇଣ୍ଡୋନେସିଆରେ ବିସ୍ଫୋରଣ: 10 ମୃତ 4 ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ବିସ୍ଫୋରଣ । ପଶ୍ଚିମ ସୁମାତ୍ରା ପ୍ରଦେଶରେ କୋଇଲା ଖଣିରେ ବିସ୍ଫୋରଣ ଘଟି ଅତି କମରେ 10 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଥେନ ଗ୍ୟାସ ଉତ୍ପନ୍ନ ହେତୁ ବିସ୍ଫୋରଣ ଘଟିଥିବା କୁହାଯାଉଛି ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅଘଟଣରେ ଶେଷ ମୃତକ ଜଣଙ୍କୁ ଟନେଲର 240 ମିଟର (800 ଫୁଟ) ତଳୁ ଉଦ୍ଧାର କରାଯାଇଛି । ଗ୍ୟାସ ବିସ୍ଫୋରଣ ଯୋଗୁଁ ଅନେକ ପୋଡି ହୋଇଥିବା ଜଣାପଡ଼ିଛି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଗଲା । ଆହତଙ୍କୁ ନିଶ୍ବାସ ନେବାରେ ଅସୁବିଧା ଦେଖାଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସୁରକ୍ଷା କର୍ମୀ ଲୋକଙ୍କୁ ଉଦ୍ଧାର କରିବା ସମୟେର ଅନେକ ସମସ୍ୟା ଦେଖାଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.