ETV Bharat / state

ଚୋରା ବାଇକରେ ରଙ୍ଗ ମାରି ନୂଆରେ ବିକ୍ରି, ଧରାପଡ଼ିଲା କିଙ୍ଗପିନ୍

author img

By ETV Bharat Odisha Team

Published : Dec 2, 2023, 8:23 PM IST

Updated : Dec 2, 2023, 9:29 PM IST

Bike theft racket busted in Bhubaneswar
Bike theft racket busted in Bhubaneswar

ବାଇକ୍‌କୁ ଚୋରି କରିବା ପରେ ରଙ୍ଗ ମାରି ଏହାକୁ ନୂଆ କରି ଚାଲିଥିଲା ବିକ୍ରି । ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଏହି ରାକେଟର ପର୍ଦ୍ଦାଫାସ ହୋଇଛି । ଅଧିକ ପଢନ୍ତୁ

ଚୋରା ବାଇକରେ ରଙ୍ଗ ମାରି ନୂଆରେ ବିକ୍ରି, ଧରାପଡ଼ିଲା କିଙ୍ଗପିନ୍

ଭୁବନେଶ୍ବର: ରାଜଧାନୀ ବଜାରରେ ବିକ୍ରି ହେଉଛି ଚୋରା‌ ବାଇକ୍‌ । ତାହା ପୁଣି ପୁରୁଣା ବାଇକକୁ ମଡେଲି କରି‌ ନୂଆ କରାଯାଉଛି । ଏହାପରେ ନୂଆ ରଙ୍ଗ ଓ ନୂଆ ଷ୍ଟିକର ମାରି ଭଲ ଦାମରେ‌ ହେଉଛି ବିକ୍ରି । ଏମିତି ଢଙ୍ଗରେ ବିକ୍ରି କରୁଥିବା ଏକ ଚୋରା ବାଇକ ରାକେଟ ପୋଲିସ ହାତରେ ଧରାପଡିଛି । କ୍ୟାପିଟାଲ ଥାନା ପୋଲିସ ଏହି ରାକେଟରେ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୪ଟି ଚୋରା ବାଇକ ଜବତ କରାଯାଇଥିବା ବେଳେ ରାଜଧାନୀରେ ଚୋରା ବାଇକର ଡିମାଣ୍ଡ ସମ୍ପର୍କରେ ପୋଲିସ ଜାଣିବାକୁ ପାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଟାଙ୍ଗି ରାଧାମୋହନପୁରର କୁଖ୍ୟାତ ବାଇକ ଚୋର ପ୍ରଶାନ୍ତ ଲେଙ୍କା । ଯିଏକି ଜଣେ ପେଶାଦାର‌ ବାଇକ ଚୋର । ଯାହା ନାଁରେ ରହିଛି ୨୨ଟି କେସର ପୁରୁଣା ରେକର୍ଡ । ତାର ସହଯୋଗୀ ଯିଏକି ଲକ୍ଷ୍ମୀସାଗର ବମିଖାଲ ଅଞ୍ଚଳର ଇନ୍ଦ୍ରଜିତ ସିଂ । ଏହି ଅଭିଯୁକ୍ତ ଜଣକ ଚୋରା ବାଇକକୁ ଶୋ' ରୁମ ଭଳି ଗ୍ୟାରେଜ କରି ବିକ୍ରି କରେ । ତେବେ ଏମାନଙ୍କ ରାକେଟ ଏପରି ଅପରେଟ ହେଉଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି । ଏମାନେ ବିଶେଷ କରି ପାର୍କକୁ ବୁଲିବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁଥିଲେ । ବିଶେଷ କରି କପଲ ବା ଯୋଡି ଆସୁଥିବା ପ୍ରେମୀ ଯୁଗଳଙ୍କ ଉପରେ ଏମାନଙ୍କର ଥିଲା ନଜର ।

ଏହା ବି ପଢନ୍ତୁ- ଠାବହେଲା ଚୋରି ଗାଡିର ଚୋରା ବଜାର, ୪ ବାଇକ୍‌ ଚୋର ଗିରଫ

ଯେଉଁମାନେ ଗାଡି ଆଣି ପାର୍କ ବାହାରେ ପାର୍କିଂ କରି ପାର୍କ ଭିତରକୁ ଯାଉଥିଲେ, ଏମାନେ ସେମାନଙ୍କ ଗାଡ଼ିକୁ ମାଷ୍ଟର କି ଜରିଆରେ ଖୋଲି ଚୋରି କରୁଥିଲେ । ଗାଡି ନେଇ ପାଖରେ କୌଣସି ହସ୍ପିଟାଲ ବା ମଲ୍‌ ବା କୌଣସି ସରକାରୀ ପ୍ରତିଷ୍ଠାନ ଥିଲେ ସେଠାରେ ଗାଡି ନେଇ ଲୁଚାଇ ଦେଉଥିଲେ । ପରେ ସୁବିଧା ଦେଖି ଗାଡ଼ିକୁ ଆଣି ବମିଖାଲର ଏକ ଗ୍ୟାରେଜରେ ରଙ୍ଗ ମାରିବା ପରେ ତାକୁ ନୂଆ ଗାଡି ପରି ସଜାଇ ଭଲ ଦାମରେ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗ ଏଭଳି ଢଙ୍ଗରେ ଚୋରା ବାଇକ୍‌ ବ୍ୟବସାୟ ଚଲାଇଥିବା ବେଳେ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ଯାହାର ଡିମାଣ୍ଡ ଦେଖି ଏମାନଙ୍କ ରାକେଟରେ ସାମିଲ ହୋଇଥିଲେ ଅନେକ ପେସାଦାର ଅପରାଧ । ଏମାନେ ଏଭଳି ଭାବେ ଭୁବନେଶ୍ବରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରୁ ବାଇକ ଚୋରି କରି ଛୁ ମାରୁଥିଲେ ।

ରାଜଧାନୀରେ ଏବେ ବାଇକ ଚୋରି ଚିନ୍ତାଜନକ ହୋଇଛି । ଏହି ରାକେଟ ଧରାପଡ଼ିବା ପରେ ମଧୁସୂଦନ ପାର୍କ ସାମ୍ନାରୁ ଚୋରି ହୋଇଥିବା ଜଣେ ବ୍ୟକ୍ତିଙ୍କ ବାଇକକୁ ଦେଖି ସେ ନିଜେ ତାଜୁବ ହୋଇଯାଇଥିଲେ । କାରଣ ତାଙ୍କ ଗାଡି ୮ବର୍ଷ ପୁରୁଣା ହୋଇଥିଲେ‌ ବି ଗାଡ଼ିକୁ ଚୋର ସମ୍ପୂର୍ଣ୍ଣ ନୂଆ କରିଦେଇଥିଲା । ଏ ନେଇ ଗାଡି ମାଲକି ଓମ ପ୍ରକାଶ କହିଛନ୍ତି, "ତାଙ୍କର ଗାଡ଼ିର କେବଳ ସିଟ୍ ଓ ନମ୍ବର ପ୍ଲେଟ ସହ ଗାଡ଼ିର ଡିକି ଦେଖି ଗାଡ଼ିକୁ ଚିହ୍ନି ପାରିଲି ।"

ପୂର୍ବରୁ ଏକ ବାଇକ ଚୋରି ରାକେଟ ଧରାପଡ଼ିଥିଲା । ଯେଉଁମାନେ ଗାଡ଼ିକୁ ଚୋରି ପରେ ଗାଡ଼ିର ପାର୍ଟସ କାଢି ତାହାକୁ ଗ୍ୟାରେଜରେବିକ୍ରି କରୁଥିଲେ । ଚୋରା ଗାଡ଼ିର ପାର୍ଟସ ଭାବେ ଗାଡ଼ିକୁ ଅଲଗା ଅଲଗା କରି ବିକ୍ରି କରୁଥିବାର ନଜିର ଆସିଥିଲା । ସେହିପରି ଗାଡ଼ିର ନମ୍ବର ପ୍ଲେଟ ଜାଲ କରିବା ସହ ସ୍ମାର୍ଟକାର୍ଡ ଓ ନମ୍ବର ପ୍ଲେଟ ତିଆରି କରି ମଧ୍ୟ ବିକ୍ରି କରିବାର ଏକ ରାକେଟ ମଧ୍ୟ ପୂର୍ବରୁ ଧରାପଡିଛି । ତେବେ ନୂଆ ନୂଆ ତରିକାରେ ଚୋରି ଗାଡ଼ିକୁ ବିକ୍ରି କରୁଥିବା ବେଳେ ଏବେ ଏଥିରୁ ବର୍ତ୍ତିବା ପାଇଁ ଗାଡି ନିଜ ସାବଧାନରେ ରଖନ୍ତୁ ଓ ଅନ୍ତତଃ ପକ୍ଷେ ଦୁଇଟି ଲକ୍ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 2, 2023, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.