ETV Bharat / state

ବିଧାନସଭାରେ ଅଚଳାବସ୍ଥା ଜାରି; ରୁଲିଂ ସତ୍ତ୍ବେ ନାରାବାଜି ହଙ୍ଗାମା

author img

By ETV Bharat Odisha Team

Published : Sep 26, 2023, 8:10 PM IST

Updated : Sep 26, 2023, 9:14 PM IST

pandemonium continues in Odisha assembly
pandemonium continues in Odisha assembly

ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଜାରି । ରୁଲିଂ ସତ୍ତ୍ବେ ନାରାବାଜୀ ଓ ହଙ୍ଗାମା କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

ବିଧାନସଭାରେ ଅଚଳାବସ୍ଥା ଜାରି; ରୁଲିଂ ସତ୍ତ୍ବେ ନାରାବାଜି ହଙ୍ଗାମା

ଭୁବନେଶ୍ବର: ଦୁଇ ଦିନ ହେଲା ସ୍ବାଭାବିକ ହୋଇପାରୁନାହିଁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଗତକାଲି ପରେ ଆଜି ବିଧାନସଭାର ତୃତୀୟ ଦିନର ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଫେଲ ମରୁଛି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ଏକାଧିକ ସର୍ବଦଳୀୟ ବୈଠକ । ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସ୍ବାଭାବିକ ହୋଇପାରିନାହିଁ ଗୃହ ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକମାନେ ପଚାରିଥାନ୍ତି । ପ୍ରଶ୍ନକାଳରେ ସେ ଅଧିକାର ରହିଛି । କିନ୍ତୁ ଆମ ପ୍ରଶ୍ନକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ । ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା । ତାର କାରଣ କହିଲେନାହିଁ । ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କଲେ । ଯଦି ରିଜେକ୍ଟ କଲେ ରିଜେକ୍ଟର କାରଣ ୫ ଦିନ ଭିତରେ ଦର୍ଶାଇବା କଥା । ସଂପୂଣ୍ଣ ଭାବରେ ସରକାରଙ୍କ ଡର ରହୁଛି । ତା ସହିତ ମନମୁଖୀ ଭାବରେ ସେ ନିଷ୍ପତ୍ତି ନେଉଛନ୍ତି । ପ୍ରଶ୍ନ ନକରି ମଧ୍ୟ କଲି ମୁଖ୍ୟମନ୍ତ୍ରୀ ଷ୍ଟେଟମେଣ୍ଟ ଦେଉଛନ୍ତି ।"

ଏହା ବି ପଢନ୍ତୁ- Monsoon Session: ଚାଲି ପାରୁନି ଗୃହ, ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ସେ ଆହୁରି ମଧ୍ୟ କହିଛନ୍ତି, "ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଓ ସଚିବଙ୍କ ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ବାବଦରେ ଆମ ପ୍ରଶ୍ନ ଥିବାବେଳେ କେବଳ ବିମାନ ଖର୍ଚ୍ଚ ଦିଆଯାଇଛି ଯାହାକି ଦୁର୍ଭାଗ୍ୟ ଜନକ । ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ମଧ୍ୟ ପ୍ରଶ୍ନ ଗ୍ରହଣ କରୁନାହାନ୍ତି । ଯଦି ବିଧାୟକ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ, ତାହେଲେ କଣ ପାଇଁ ଆମ ପ୍ରଶ୍ନକାଳରେ ରହିବୁ । ସେଥି ପାଇଁ ଆମେ କଳା ବ୍ୟାଚ ପିନ୍ଧି ପ୍ରତିବାତ କରିଛୁ । ବାଚସ୍ପତି ନୁଆ ଦାଇତ୍ୱ ନିର୍ବାହ କଲା ପରେ ବାଟବଣା ହୋଇ ଯାଇଛନ୍ତି । ସରକାରଙ୍କ ଚାପରେ ରହିଛନ୍ତି । ଅନୁରୂପ ଭାବରେ ସର୍ବଦଳୀୟ ବୈଠକରେରେ ନିଷ୍ପତି ନିଆଯାଇଥିଲା ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ପ୍ରସଙ୍ଗରେ କଂଗ୍ରେସ ମୁଲତବୀ ଆଣିବ । କିନ୍ତୁ କଂଗ୍ରେସ ଦଳ ଆଜି ଶାସକ ଦଳ ସହିତ ମିଶିସେ ପ୍ରସଙ୍ଗକୁ ବଦଳେଇ ଅନ୍ୟ ଏକ ପ୍ରସଙ୍ଗ ମୁଲତବୀ ପ୍ରସ୍ତାବରେ ଆଣିଛନ୍ତି ।"

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, " ସରକାରୀ ଦଳ ଏବଂ ବିଜେପି ଦଳ ଗୃହ ଚଳେଇବାକୁ ଚାହୁଁ ନାହାନ୍ତି । କଂଗ୍ରେସ ଦଳ ଆଲୋଚନା ପାଇଁ ଚାହୁଁଛନ୍ତି । ଶିକ୍ଷକଙ୍କ ସମସ୍ୟା ନେଇ ମୂଲତବୀ ପ୍ରସ୍ତାବ କଂଗ୍ରେସ ଦଳ ତରଫରୁ ଦିଆଯାଇଥିଲା । କିନ୍ତୁ ସରକାରୀ ଦଳ ଗୃହ ଚଳେଇଦେବାକୁ ଚାହୁଁନାହାଁନ୍ତି । ଗଣତନ୍ତ୍ର ପାଇଁ ଏହା ବିପଦ । ସେହି ସମୟରେ ସେ କହୁଛନ୍ତି ନା ଏହା ଉପରେ କେହି ପ୍ରଶ୍ନ ପଚାରିପାରିବେ ନାହିଁ । ଗଣତନ୍ତ୍ର ବୋଲି କିଛି ନାହିଁ । ତାହା ବିଧାନସଭା ତାହା ପ୍ରତିଫଳିତ ହେଲା । ସର୍ବଦଳୀୟ ବୈଠକରେ ନିଷ୍କର୍ଷ ବାହାରିପାରିଲା ନାହିଁ । ରାଜ୍ୟ ବାସୀ ନିରାଶ ହୋଇଛନ୍ତି ।"

ଏହା ବି ପଢନ୍ତୁ- Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି, " ବିଜେପି ଆଜି ଗୃହ ଚଳାଇ ଦେଲେ ନାହିଁ । ଏହା ଅତି ଦୁର୍ଭାଗ୍ୟଜନକ କଥା । ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ । ହେଲେ ସେମାନେ ଚଳାଇ ଦେଲେନାହିଁ । ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆଶା କରୁଛୁ ଗୃହ ଚାଲିବ ।ବିଜେଡି ବିଭିନ୍ନ ସମୟରେ ବିଭିନ୍ନ କେନ୍ଦ୍ର ଅବହେଳା ବିରୋଧରେ ସ୍ୱର ଉଠାଇଛି । ଆଜି ବି ସେହି ପ୍ରସଙ୍ଗ ଉଠାଇଛୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 26, 2023, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.