ETV Bharat / state

ନରସିଂହଙ୍କ କଟାକ୍ଷ: 40 ଦିନ ଡାକି ଶୂନ କାଟିଦେଲେ

author img

By ETV Bharat Odisha Team

Published : Nov 25, 2023, 10:00 PM IST

ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର; ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ କଲେ ବନ୍ଦ
ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର; ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ କଲେ ବନ୍ଦ

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିଧାନସଭା ନିଜେ ସରକାର ଡାକିଥିଲେ । 40 ଦିନ ପାଇଁ ଗୃହ ଚାଲିବ ବୋଲି ଘୋଷଣା କରିଥିଲେ । ଶୂନ୍ୟଟି କାଟିଦେଲେ । 4 ଦିନ ଗୃହ ଚଳାଇ ଭୟଭୀତ ହୋଇ ପଳାଇଗଲେ । କାପୁରୁଷ ଭାବେ ପଳାୟନପନ୍ଥୀ ହେଲେ ସରକାର । ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ଅଧିକ ପଢନ୍ତୁ

ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର; ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ କଲେ ବନ୍ଦ

ଭୁବନେଶ୍ବର: ମାତ୍ର ୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବାବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ଜବାବ ରଖିଛି ଶାସକ ଦଳ ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିଧାନସଭା ନିଜେ ସରକାର ଡାକିଥିଲେ । 40 ଦିନ ପାଇଁ ଗୃହ ଚାଲିବ ବୋଲି ଘୋଷଣା କରିଥିଲେ । ଶୂନ୍ୟଟି କାଟିଦେଲେ । 4 ଦିନ ଗୃହ ଚଳାଇ ଭୟଭୀତ ହୋଇ ପଳାଇଗଲେ । କାପୁରୁଷ ଭାବେ ପଳାୟନପନ୍ଥୀ ହେଲେ ସରକାର । ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ବିରୋଧୀଙ୍କ ପ୍ରଶ୍ନରେ ଜର୍ଜରିତ ହୋଇ ବିଧାନସଭାରେ ବସିପାରିବାର ସାହସ ତାଙ୍କର ନଥିଲା । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଥିଲା । ଏପରିକି ଏକ ଛୋଟିଆ ବିଲ ଯେତେବେଳେ ଆଲୋଚନା ହେଉଥିଲା, ତାହାର ଉତ୍ତର ମନ୍ତ୍ରୀ ଦେବାରେ ବିଫଳ ହୋଇଥିଲେ ।

କ୍ୟାବିନେଟ ନିଷ୍ପତ୍ତି ଉପରେ ଯେତେବେଳେ ଆଲୋଚନା ହେଲା ସେତେବେଳେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଲେ । ଯଦି ସେମାନେ ପ୍ରକୃତରେ ଆଦିବାସୀଙ୍କ ସପକ୍ଷରେ ଥିଲେ ଓ ଆଦିବାସୀଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ସରକାରଙ୍କର ଇଚ୍ଛା ତାହାଲେ କ୍ୟାବିନେଟ ନିଷ୍ପତ୍ତିକୁ ବାତିଲ କରିଦେଇଥାନ୍ତେ । ଟିଏସିକୁ ଆଉ ଥରେ ପଠାଇବା ଲାଗି ଆବଶ୍ୟକତା ନଥିଲା । ଅତଏବ ଭୟଭୀତ ହୋଇ ଜାଣିଶୁଣି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମଲତବୀ କରିଛନ୍ତି ସରକାର । ଯାହାକି ଅଗଣତାନ୍ତ୍ରିକ । ସମ୍ବିଧାନ ଓ ପରମ୍ପରା ବିରୋଧୀ । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା । ହେଲେ ଜାଣିଶୁଣି ବିଧାନସଭାକୁ ବନ୍ଦ କରିଦିଆଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ- ସରକାର ଆଦିବାସୀ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ: ବିଜେପି

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ମାତ୍ର ୪ ଦିନ ଭିତରେ ଶୀତ ଅଧିବେଶନକୁ ବନ୍ଦ କରି ରାଜ୍ୟ ସରକାର ଇତିହାସ ସୃଷ୍ଟି କରିଛନ୍ତି ବୋଲି ମୋହନ କଟାକ୍ଷ କରିଛନ୍ତି । ରାଜ୍ୟ ସରକାର ଆଦିବାସୀ ଏବଂ ଜନ ବିରୋଧୀ ବୋଲି ମୋହନ ଅଭିଯୋଗ କରିଛନ୍ତି । ତେବେ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ରାଜ କିଶୋର ଦାସ । ସେ କହିଛନ୍ତି ଯେ, ବାସ୍ତବରେ ବିଜନେସ କିଛି ନଥିଲା । ବିଧାନସଭାକୁ କଣ କେବଳ ହଟଗୋଳ କରିବା ପାଇଁ ଚଳାଯାଇଥାନ୍ତା । ତେଣୁ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.