ETV Bharat / state

ସରକାର ଆଦିବାସୀ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ: ବିଜେପି

author img

By ETV Bharat Odisha Team

Published : Nov 25, 2023, 8:05 PM IST

ସରକାର ଆଦିବାସୀ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ: ବିଜେପି
ସରକାର ଆଦିବାସୀ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ: ବିଜେପି

ମୋହନ କହିଛନ୍ତି ସରକାର ଭୟଭୀତ ହୋଇ ପଳାୟନ ପନ୍ଥୀ ହୋଇଛନ୍ତି । କ୍ୟାବିନେଟରେ ଅଣାଯାଇଥିବା ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ଆଇନ ଆଣି ଆଦିବାସୀ ମାନଙ୍କ ଜମି ଦଲାଲ ମାନଙ୍କୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ବିରୋଧ ହେବା ପରେ ରାଜ୍ୟ ସରକାର ସ୍ଥଗିତ କଲେ। କିନ୍ତୁ ପ୍ରଶ୍ନ ହେଉଛି ଜଣେ ସଚିବ କେମିତି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ବୋଲି ଚିଠି କରିବେ । ଅଧିକ ପଢନ୍ତୁ

ସରକାର ଆଦିବାସୀ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ: ବିଜେପି

ଭୁବନେଶ୍ବର: ଚାରି ଦିନ ମଧ୍ୟରେ ଓଡିଶା ବିଧାନସଭା ଶୀତ ଅଧିବେଶନକୁ ବନ୍ଦ କରି ଦେବା ଗୋଟିଏ ଇତିହାସ ସୃଷ୍ଟି କରିଛି । କୌଣସି କାରଣ ନ ଥାଇ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରି ଦିଆଗଲା । ଜଣେ ବିଧାୟକଙ୍କର ଦିନକୁ ୮ଟି ପ୍ରଶ୍ନ ରହିଥାଏ । ହଜାର ହଜାର ପ୍ରସଙ୍ଗ ଓ ପ୍ରଶ୍ନ ଆଲୋଚନା ନ ହୋଇ ରହିଗଲା । ସରକାର ଆଦିବାସୀ ଓ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ । ୨୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିବା ପରେ ଆଜି ବିଜେପି ପ୍ରେସମିଟ କରି ଏଭଳି ଗର୍ଜନ କରିଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ‘‘୨୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦେଲେ ସରକାର । ଚାରି ଦିନ ମଧ୍ୟରେ ଓଡିଶା ବିଧାନସଭା ଶୀତ ଅଧିବେଶନକୁ ବନ୍ଦ କରି ଦେବା ଗୋଟିଏ ଇତିହାସ ସୃଷ୍ଟି କରିଛି । କୌଣସି କାରଣ ନ ଥାଇ ବିଧାନସଭା କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ମୁଲତବୀ କରି ଦିଆଗଲା । ଜଣେ ବିଧାୟକଙ୍କର ଦିନକୁ ୮ ଟି ପ୍ରଶ୍ନ ରହିଥାଏ । ହଜାର ହଜାର ପ୍ରସଙ୍ଗ ଓ ପ୍ରଶ୍ନ ଆଲୋଚନା ନ ହୋଇ ରହିଗଲା । ସରକାର ଆଦିବାସୀ ଓ ଜନ ବିରୋଧୀ, ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ।’’ ମୋହନ କହିଛନ୍ତି ଆଡ଼ମ୍ବର ପୂର୍ଣ୍ଣ ଭାବେ ଟେଣ୍ଟ ବାନ୍ଧି ହେଲିକପ୍ଟରରେ ଯାଇ ଗୋଟିଏ ଦରଖାସ୍ତ ଆଣିବା ପାଇଁ ସିଏମଓ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଏଠି ଗାନ୍ଧୀ ମାର୍ଗରେ ବସିଥିବା ଲୋକଙ୍କର ଗୁହାରୀ ଶୁଣିବା ପାଇଁ କାହାର ଦେଖା ନାହିଁ । ଯାହା କି ବିଧାନସଭାରେ ଆଲୋଚନା ହୋଇଥିଲେ ସରକାରଙ୍କ ମୁଖା ଖୋଲିଯାଇଥାନ୍ତା । ବିଧାନସଭାରୁ ଗାନ୍ଧୀ ମାର୍ଗ ମାତ୍ର ୩ ଶହ ମିଟର । ଶାସକ ଦଳର ଜଣେ କେହି ଆନ୍ଦୋଳନ କାରୀଙ୍କୁ ଭେଟିବାକୁ ଆସିଲେ ନାହିଁ ।

ଅଧିକ ପଢନ୍ତୁ- ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି

ସେହିପରି ମୋହନ କହିଛନ୍ତି ସରକାର ଭୟଭୀତ ହୋଇ ପଳାୟନ ପନ୍ଥୀ ହୋଇଛନ୍ତି । କ୍ୟାବିନେଟରେ ଅଣାଯାଇଥିବା ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ଆଇନ ଆଣି ଆଦିବାସୀ ମାନଙ୍କ ଜମି ଦଲାଲ ମାନଙ୍କୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ବିରୋଧ ହେବା ପରେ ରାଜ୍ୟ ସରକାର ସ୍ଥଗିତ କଲେ । କିନ୍ତୁ ପ୍ରଶ୍ନ ହେଉଛି ଜଣେ ସଚିବ କେମିତି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ବୋଲି ଚିଠି କରିବେ । ଯାହାକୁ ଆଧାର କରି ମନ୍ତ୍ରୀ ଵି କେମିତି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ । ବର୍ତ୍ତମାନ ସେହି ନିଷ୍ପତିକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ ଦିଆଗଲା । ବିଜେପି ଦଳର ସଦସ୍ୟ ମଧ୍ୟ ସେଠି ଉପସ୍ଥିତ ଥିଲେ TAC ବୈଠକରେ କୌଣସି ଆଲୋଚନା ହୋଇନାହିଁ । ଗୃହରେ ମଧ୍ୟ ଆମ ବିଧାୟକ ମାନେ କହିଛନ୍ତି । ହେଲେ କର୍ଣ୍ଣପାତ କଲେ ନାହିଁ ସରକାର।

ମୋହନ ଆହୁରି କହିଛନ୍ତି ରାଜ୍ୟ ସରକାର ଆଦିବାସୀ ବିରୋଧୀ, ଜନବିରୋଧୀ ସେଥିପାଇଁ ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ହୋଇଛନ୍ତି । ଏହି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆମେ ସବୁ ଆଇଟିଡ଼ିଏକୁ ଯାଇ ସଭା କରି ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର ବିଷୟରେ ଜଣାଇବୁ । ରାଜ୍ୟରେ ସବୁ ବ୍ଲକ ମାନଙ୍କରେ ସଭା ପ୍ରତିବାଦ କରି ଲୋକମାନଙ୍କୁ ଜଣାଇବୁ ।

ସୂଚନାଯୋଗ୍ୟଯେ ଗତ 21 ତାରିଖରୁ ଷୋଡଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ଅଧିବେଶନ ଡିସେମ୍ବର 30 ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଗତକାଲି ୨୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ । ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ । ଏହା ସତ୍ବେ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.