ETV Bharat / politics

ଦେବଗଡରେ ବିଜେଡିର ଜୋରଦାର ପ୍ରଚାର, ଦଳକୁ ଭୋଟ ଦେବାକୁ ଗାଁ ମିଟିଂରେ ଶପଥ ନେଲେ ଆଦିବାସୀ ଭୋଟର - BJD campaigning in Deogarh

author img

By ETV Bharat Odisha Team

Published : May 21, 2024, 1:00 PM IST

BJD campaigning in Deogarh: ଦେବଗଡର ବିଭିନ୍ନ ସ୍ଥାନରେ ବିଜେଡିର ଜୋରଦାର ପ୍ରଚାର ଜାରି । ସମ୍ବଲପୁର ଲୋକସଭା କ୍ଷେତ୍ର ଅଧୀନର ଆସୁଛି ଦେବଗଡ । ଅଧିକ ପଢନ୍ତୁ

ଦେବଗଡ଼ ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ବିଜେଡିର ଜୋରଦାର ପ୍ରଚାର
ଦେବଗଡ଼ ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ବିଜେଡିର ଜୋରଦାର ପ୍ରଚାର (ETV Bharat Odisha)

ଦେବଗଡ଼ ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ବିଜେଡିର ଜୋରଦାର ପ୍ରଚାର (ETV Bharat Odisha)

ଦେବଗଡ଼: ପାଖେଇ ଆସୁଛି ମତଦାନ ତାରିଖ । 25ରେ ସମ୍ବଲପୁର ଲୋକସଭା ଓ ଏହା ଅଧୀନ ଦେବଗଡ଼ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ବିଜେପିରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ (ବବି)ଙ୍କ ମଧ୍ୟରେ ସମ୍ବଲପୁର ଲୋକସଭା ଆସନରେ ହାଇ-ଭୋଲଟେଜ ଫାଇଟ ହେଉଛି । ସମଗ୍ର ରାଜ୍ୟର ନଜରରେ ରହିଛି ଏହି ଚର୍ଚ୍ଚିତ ଆସନର ଫଳାଫଳ । ତେବେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ପ୍ରଚାର ଜୋରଦାର କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି କଂଗ୍ରେସ ଓ ବିଜେପି ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଜେଡି ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳଠାରୁ ସାମାନ୍ୟ ଆଗରେ ଥିବା ଦୃଶ୍ୟମାନ ହେଉଛି । ଦଳର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ଦେବଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳକୁ ଘନ ଘନ ଗସ୍ତ କରି ରାଜ୍ୟରେ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ସେସବୁର ସଫଳ ରୂପାୟନ ସମ୍ପର୍କରେ ଭୋଟରଙ୍କୁ ବୁଝାଇ ଭୋଟ ମାଗୁଛନ୍ତି । ଆଦିବାସୀ ବହୁଳ ଦେବଗଡ଼ ଜିଲ୍ଲାରେ ଆଦିବାସୀ ଓ ବନବାସୀ ଭୋଟରଙ୍କ ଭୋଟ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବାରେ ବିଜେଡି ସମସ୍ତ ପ୍ରୟାସ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :-ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ନବୀନ, ରାହୁଲ, କେଜ୍ରିଓ୍ବାଲଙ୍କ ନିନ୍ଦା, କ୍ଷମା ମାଗିଲେ ସମ୍ବିତ - sambit patra controversy

ଦେବଗଡ ବିଧାନସଭା କ୍ଷେତ୍ରରେ ଚଳିତ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସେମ ହେମ୍ବ୍ରମଙ୍କ ସ୍ଥିତି ପ୍ରାୟତଃ ସେତେଟା ସୁଦୃଢ ନଥିବା ଚର୍ଚ୍ଚା ହେଉଛି । ମୁଖ୍ୟତଃ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି । ଏହିକ୍ରମରେ ବିଜେଡି ନେତୃତ୍ୱରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ବନବାସୀ ଭୋଟର ଏକତ୍ରିତ ହୋଇ ଚଳିତ ନିର୍ବାଚନରେ ବିଜେଡି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସଂକଳ୍ପ ନେଉଥିବା ପରିଲକ୍ଷିତ ହୋଇଛି । ଗ୍ରାମରେ ତାଳକୁଣ୍ଡି , ଦୁଧିଆନାଳି,କଂସର, ଢୋଲପଡା ଓ ଲଇମୁରା ଆଦି ପାଞ୍ଚଟି ପଞ୍ଚାୟତର ଶତାଧିକ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷ ଏକତ୍ରିତ ହୋଇ ନିଜ ପାରମ୍ପରିକ ରୀତିରେ ପ୍ରାର୍ଥନାସଭା କରିବା ପରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ସେମାନେ ଏଥର ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ସହ ନବୀନ ପଟ୍ଟନାୟକଙ୍କୁ 6ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ଗ୍ରହଣ କରିଛନ୍ତି ।


ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.