ETV Bharat / state

Teachers Strike: ମାନିଲେନି ୧୪୪ ଧାରା, ବିଧାନସଭା ଆଡକୁ ମାଡି ଆସିଲେ

author img

By

Published : Jun 27, 2023, 4:57 PM IST

Etv Bharat
Etv Bharat

ପୁଣି ରାଜରାସ୍ତାରେ ଗୁରୁ । ଆନ୍ଦୋଳନ-ପ୍ରତିବାଦ-ବିକ୍ଷୋଭ ପରେ ଗିରଫ ହେଲେ ଅଧ୍ୟାପକ । ଅଧିକ ପଢନ୍ତୁ

ବିଧାନସଭା ଆଡକୁ ମାଡି ଆସିଲେ

ଭୁବନେଶ୍ବର: ପୁଣି ଧାରଣାରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ବାରମ୍ବାର ଦାବି ଜଣାଇବା ପରେ ଧୈର୍ଯ୍ୟଚ୍ୟୁତ ହେଲେ ଅଧ୍ୟାପକ । ଉଲ୍ଲଙ୍ଘନ କଲେ ୧୪୪ ଧାରା । ପ୍ରତିବାଦ କରୁଥିବା ଶହ ଶହ ଅଧ୍ୟାପକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧ୍ୟାପିକାଙ୍କୁ ଧରିବା ପାଇଁ ନଥିଲେ ମହିଳା ପୋଲିସ । ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ନହେଲେ ଆମରଣ ଅନଶନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଲେ ଅଧ୍ୟାପକ ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଛି ବୋଲି ଅଭିଯୋଗ କରିଛି ଅଧ୍ୟାପକ ସଂଘ । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ଆଜି ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ । ସେମାନଙ୍କ ଅଭିଯୋଗ ଯେ ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ଲାଗି ନୂତନ ଗ୍ରାଣ୍ଟ-ଇନ-ଏଡ ( GIA) ନୀତି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ । ଏଥିସହ ୨୦୦୮ ଜୁନ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଛି ।

ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ-ଏଡ ନୀତି ଆସିବ । ଯାହାକୁ ବିରୋଧ କରିଛି ସଂଘ । ତାଙ୍କ କହିବା କଥା ୨୦୦୮ରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ ମହାବିଦ୍ୟାଳୟ ଏବଂ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ନେଇ ସେମାନଙ୍କୁ ଅନୁଦାନ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଦାବି କରିଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ହେବା ନହେଲେ ଆହୁରି ଆନ୍ଦୋଳନ ତୀବ୍ରତର ହେବ।

ଏହା ବି ପଢନ୍ତୁ- ଦାବି ନେଇ ବର୍ଷିଲେ ବେସରକାରୀ ଅଧ୍ୟାପକ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ସୂଚନା ଥାଉ କି ପୂର୍ବରୁ ଅନେକ ଥର ରାଜଧାନୀ ରାଜରାସ୍ତାରେ ସଂଘ ନିଜର ବିଭିନ ଦାବି ନେଇ ବିକ୍ଷୋଭ କରିଥିଲା । ୨୦୦୮ ମସିହା ପରବର୍ତ୍ତୀ ସମୟରୁ ଏପର୍ଯ୍ୟନ୍ତ ଗମେଣ୍ଟ ଏଡେଡ ଅଧ୍ୟାପକ ମାନଙ୍କ ପାଇଁ କୌଣସି ସୁବିଧା କରାଯାଉନାହିଁ। ପଞ୍ଚାୟତଠୁ ପୌର, ନିର୍ବାଚନଠୁ ଟୀକାକରଣ ସବୁ କାର୍ଯ୍ୟରେ ନିୟୋଜିତ ହେଉଥିଲେ ମଧ୍ୟ ମାତ୍ର ୩ରୁ ୪ ହଜାର ଟଙ୍କା ସେମାନଙ୍କୁ ମିଳୁଛି । ଯାହା ଖୁବ ସ୍ବଳ୍ପ ବୋଲି ସଙ୍ଘର ସଦସ୍ୟ କହିଛନ୍ତି । ଆଜି ଆନ୍ଦୋଳନରତ ଅଧ୍ୟାପକଙ୍କୁ ଗିରଫ କଲା ବେଳେ ଧସ୍ତାଧସ୍ତି ହୋଇଛନ୍ତି ପୋଲିସ ଓ ଅଧ୍ୟାପକ। ଯେଉଁଥିରେ ଆହତ ହୋଇଛନ୍ତି ଅଧ୍ୟାପକ।

ଏହା ବି ପଢନ୍ତୁ- ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠିକୁ ବିରୋଧ, ପ୍ରତ୍ୟାହାର ନହେଲେ ଆନ୍ଦୋଳନ

ଗିରଫ ହୋଇଥିବା ମହିଳା ଅଧ୍ୟାପିକା କହିଛନ୍ତି, "ରାଜ୍ୟରେ ଅଧ୍ୟାପକଙ୍କୁ ସରକାର ଇଏ କି ସମ୍ମାନ ଦେଉଛନ୍ତି ? କେବଳ ପ୍ରତିଶ୍ରୁତି ଓ ପ୍ରତାରଣାରେ ଅଟକିଛି ଆମ ଚାକିରି ।" ସେପଟେ ଶତାଧିକ ଅଧ୍ୟାପକ ଗିରଫ ହୋଇଥିବା ଘଟଣାରେ ଜୋନ ୧ ଏସିପି କହିଛନ୍ତି, "୧୪୪ ଧାରା ଉଲ୍ଲଘଂନ ହୋଇଛି । ଆଲୋଚନା ହେଉଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।" ରାଜ୍ୟରେ ଅଧ୍ୟାପକଙ୍କ ୨୦୦୮ର ସମସ୍ୟା ଆସି ୨୦୨୩ରେ ପହଞ୍ଚିଲାଣି । କିନ୍ତୁ ସମଧାନ କରିବାରେ ବିଫଳ ସରକାର ଓ ମନ୍ତ୍ରୀ । ତେବେ ଉଚ୍ଚ ଶିକ୍ଷା ବିଭାଗ କେବେ ଏ ଦିଗରେ ପଦକ୍ଷେପ ନେବ ତାହା ଦେଖିବାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.