ETV Bharat / state

ଦାବି ନେଇ ବର୍ଷିଲେ ବେସରକାରୀ ଅଧ୍ୟାପକ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

author img

By

Published : Jan 27, 2023, 1:14 PM IST

ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ଅଧିକ ପଢନ୍ତୁ

ଦାବି ନେଇ ବର୍ଷିଲେ ବେସରକାରୀ ଅଧ୍ୟାପକ
non government college lecturers protest

ଦାବି ନେଇ ବର୍ଷିଲେ ବେସରକାରୀ ଅଧ୍ୟାପକ

ପୁରୀ: ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 2008 ମସିହା ପରବର୍ତ୍ତୀ ଅଣ ଅନୁଦାନ ଏବଂ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ସଂଘ ।

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ପୁରୀ ଜିଲ୍ଲା ଶାଖା ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । 2008 ମସିହା ପରବର୍ତ୍ତୀ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ସମସ୍ତ ଅଧ୍ୟାପକ, କର୍ମଚାରୀ ଅନୁଦାନ ଦାବିରେ ଦୀର୍ଘ 265 ଦିନ ହେବ ଭୁବନେଶ୍ଵରରେ ଅହୋରାତ୍ର ଧାରଣା ପରେ ଜିଲାସ୍ତରରେ ସଂଗ୍ରାମ ଆରମ୍ଭ ହୋଇଛି । କଲେଜ୍ ପରିଚାଳନା କମିଟି ଅଧୀନରେ ଥିବା ଅଧ୍ୟାପକ କର୍ମଚାରୀମାନେ ମାସକୁ ମାତ୍ର 3ରୁ 5 ହଜାର ଟଙ୍କା ବେତନ ପାଉଛନ୍ତି । ଯେଉଁଥିରେ ଜୀବନଧାରଣର ମୌଳିକ ଆବଶ୍ୟକତା ପୂରଣ କରିବା ଅସମ୍ଭବ ।

ଏହା ବି ପଢନ୍ତୁ....ହକି ତାରକାଙ୍କ ଘରୁ ଚୋରି, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

କଲେଜ ପ୍ରତ୍ୟେକ କାର୍ଯ୍ୟ ଅଧ୍ୟାପକମାନେ କରୁଥିବା ବେଳେ ତାଙ୍କର ବେତନ ବଢ଼ାଇବା ଦିଗରେ କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ଦୁଃଖର ବିଷୟ ବୋଲି ଅଧ୍ୟାପକମାନେ କହିଛନ୍ତି । ତେବେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବା ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଙ୍ଘ କହିଛି ।

ପୂର୍ବରୁ ଅନେକ ବାର ସଂଘ ଆନ୍ଦୋନକୁ ଓହ୍ଲାଇଛି ହେଲେ ପରିଣାମ ଫଳଶୂନ୍ୟ ରହିଛି । ସରକାରଙ୍କ ବିରୋଧରେ ବିଭିନ୍ନ ନାରାର ପ୍ଲାକାର୍ଡ ଧରି ଆନ୍ଦୋଳନ ପ୍ରଦର୍ଶନ କରିଥିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ଏଥର ସରକାର ତାଙ୍କ ଦାବି ପୂରଣ କରିବେ ବୋଲି ଆଶାୟୀ ଅଛି ସଂଘ । ଯଦି ଦାବି ପୂରଣ ନହୁଏ ତେବେ ଆଗକୁ ଚରମ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆନ୍ଦୋଳନରତ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.