ETV Bharat / state

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 4 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

author img

By ETV Bharat Odisha Team

Published : Oct 20, 2023, 1:31 PM IST

Updated : Oct 20, 2023, 2:16 PM IST

4 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
Dearness Allowance hike

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି । 4 ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ପରେ ଦଶହରା ଉପହାର ଭେଟିରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି । ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ଏହା ପରେ ଏବେ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ପାଇଁ 4 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । 42 ପ୍ରତିଶତରୁ ମହଙ୍ଗା ଭତ୍ତା ବଢି 46 ପ୍ରତିଶତ ହୋଇଛି ।

42%ରୁ ବଢି 46% ହେଲା ମହଙ୍ଗା ଭତ୍ତା: ମହଙ୍ଗା ଭତ୍ତା ବୃଦ୍ଧି ହୋଇ 42 ପ୍ରତିଶତରୁ 46 ପ୍ରତିଶତ ହୋଇଛି । 4 ଲକ୍ଷ 5 ହଜାର ରାଜ୍ୟ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ । ଏହା ସହିତ 3 ଲକ୍ଷ 50 ହଜାର ପେନସନଭୋଗୀ ବର୍ଦ୍ଧିତ ମହଙ୍ଗା ଭତ୍ତାରୁ ଉପକୃତ ହେବେ । ଜୁଲାଇ 1ରୁ ପିଛିଲା ଭାବେ ଡିଏ ବା ମହଙ୍ଗା ଭତ୍ତା ଲାଗୁ ହେବ । ଗତ ଜୁନ 13 ତାରିଖରେ ମହଙ୍ଗା ଭତ୍ତା ବଢିଥିଲା । 4 ପ୍ରତିଶତ ବଢି 38 ପ୍ରତିଶତରୁ 42 ପ୍ରତିଶତ ହୋଇଥିଲା । ଦଶହରା ସାଙ୍ଗକୁ ସରକାରଙ୍କ ଏହି ବଡ ଉପହାର ଆକାରରେ ମହାଙ୍କା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ 1ରୁ ପିଛିଲା ଭାବେ ଲାଗୁ ହେବ । ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ଦରମା ମିଳିବ ।

ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କୁ ରଜ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଏହା ବି ପଢନ୍ତୁ....କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ମହଙ୍ଗା ଭତ୍ତା 4% ବୃଦ୍ଧି

ପ୍ରକାଶ ଥାଉ କି, ଗତ ଅକ୍ଟୋବର 18 ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ପେନସନଧାରୀଙ୍କ ମହଙ୍ଗା ସହାୟତା (ଡିଆର)ରେ 4% ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ବର୍ତ୍ତମାନ ଏହା 42 ପ୍ରତିଶତ ଥିବାବେଳେ ଏହାକୁ 46 ପ୍ରତିଶତକୁ ବଢ଼ାଇ ଦିଆଯାଇଛି । 2023 ଜୁଲାଇ ପହିଲାକୁ ଏହି ବର୍ଦ୍ଧିତ ଡିଏ ଏଭଂ ଡିଆର ପିଛିଲା ଭାବେ ଲାଗୁ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 20, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.