ETV Bharat / bharat

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ମହଙ୍ଗା ଭତ୍ତା 4% ବୃଦ୍ଧି

author img

By ETV Bharat Odisha Team

Published : Oct 19, 2023, 7:38 AM IST

ମହଙ୍ଗା ଭତ୍ତା 4% ବୃଦ୍ଧି
DA Hike

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧ ହୋଇଛି । କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆକଳନ ସତ ହେଲା । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଇଛନ୍ତି ମୋଦି ସରକାର । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା 4 ପ୍ରତିଶତ ବୃଦ୍ଧି ହୋଇଛି । କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପେନସନଧାରୀଙ୍କ ମହଙ୍ଗା ସହାୟତା (ଡିଆର)ରେ 4% ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ବର୍ତ୍ତମାନ ଏହା 42 ପ୍ରତିଶତ ଥିବାବେଳେ ଏହାକୁ 46 ପ୍ରତିଶତକୁ ବଢ଼ାଇ ଦିଆଯାଇଛି । 2023 ଜୁଲାଇ ପହିଲାକୁ ଏହି ବର୍ଦ୍ଧିତ ଡିଏ ଏଭଂ ଡିଆର ପିଛିଲା ଭାବେ ଲାଗୁ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ପୂର୍ବରୁ ଗତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା 38%ରୁ ବଢ଼ି 42 ପ୍ରତିଶତ ହୋଇଥିଲା । ଗତକାଲି (ବୁଧବାର) କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଥିଲେ ।

42%ରୁ ବଢି 46% ହେଲା ମହଙ୍ଗା ଭତ୍ତା: ସପ୍ତମ ବେତନ ଆୟୋଦଙ୍କ ସୁପାରିସ କ୍ରମେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଉଭୟ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ 12,857 କୋଟ ଟଙ୍କାର ବୋଝ ପଡ଼ିବ । ଏହାଦ୍ବାରା 4 8.67 ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ 67.95 ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ବର୍ଷକୁ 2 ଥର ହୁଏ ପରିବର୍ତ୍ତନ: ମହଙ୍ଗା ଭତ୍ତା ବୃଦ୍ଧି ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ । ସରକାର ବର୍ଷକୁ 2 ଥର ମହଙ୍ଗା ଭତ୍ତା ପରିବର୍ତ୍ତନ କରିଥାନ୍ତି । ଯାହାର ଲାଭ ଜାନୁଆରୀ ଏବଂ ଜୁଲାଇରୁ କର୍ମଚାରୀଙ୍କୁ ମିଳିଥାଏ । ଦେଶରେ ପାଖାପାଖି 52 ଲକ୍ଷ କେନ୍ଦ୍ର ସରକାର କର୍ମଚାରୀ ରହିଛନ୍ତି । 60 ଲକ୍ଷ ପେନସନଭୋଗୀ ରହିଛନ୍ତି । ଗତ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା । 38%ରୁ 42% ହୋଇଥିଲା ।

ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ଏହି ଗ୍ରୁପର କର୍ମଚାରୀଙ୍କୁ ମିଳିବ ଲାଭ

ଏହା ବି ପଢନ୍ତୁ...DA Hikes: କେନ୍ଦ୍ର କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ରେଲ କର୍ମଚାରୀଙ୍କୁ 78ଦିନର ବୋନସ: ରେଳ କର୍ମଚାରୀଙ୍କୁ ମଧ୍ୟ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ରେଳ କର୍ମଚାରୀଙ୍କୁ 78 ଦିନର ବୋନସ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ ରେଳ କର୍ମଚାରୀ ଯଥା ଟ୍ରାକ ରକ୍ଷଣାବେକ୍ଷଣକାରୀ, ଷ୍ଚେସନ ମ୍ୟାନେଜର, ଲୋକୋ ପାଇଲଟ, ଟେକ୍ନିସିଆନଙ୍କ ପାଇଁ ଆର୍ଥିକ ବର୍ଷ 2022-23 ଲାଗି 78 ଦିନର ଦରମା ସହ ବୋନସକୁ ଅନୁମୋଦନ ଦିଆଯାଇଛି । 11,07,346 ରେଳ କର୍ମଚାରୀଙ୍କୁ 1968 କୋଟି 87 ଲାଭ ଟଙ୍କାର ଉତ୍ପାଦିକତା ଭିତ୍ତିକ ବୋନସ (ପିଏଲବି)କୁ ଅନୁମୋଦନ ମିଳିଛି । କର୍ମଚାରୀଙ୍କ ପିଛା ବୋନସ 17, 950 ଟଙ୍କା ରହିବ । ମାସିକ ସର୍ବନିମ୍ନ 7ହାଜର ଟଙ୍କା ଆଧାରରେ ବୋନସ ପ୍ରଦାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.