ETV Bharat / bharat

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ଏହି ଗ୍ରୁପର କର୍ମଚାରୀଙ୍କୁ ମିଳିବ ଲାଭ

author img

By ETV Bharat Odisha Team

Published : Oct 18, 2023, 10:05 AM IST

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସ ଘୋଷଣା ହୋଇଛି । ଅଧିକ ପଢନ୍ତୁ

centre announces bonus for its employees
diwali bonus for employees

ନୂଆଦିଲ୍ଲୀ: କର୍ମଚାରୀଙ୍କ ବଡ ଉପହାର । ଦୀପାବଳି ପୂର୍ବରୁ ଖୋଲି ଦେଲେ ଉପହାର ପେଡି । ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର 12 ତାରିଖରେ ଦୀପାବଳି । ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦିପାବଳୀ ବୋନସ ଘୋଷଣା କରିଛନ୍ତି ସରକାର । ଏହା ଅଧିନରେ ଗ୍ରୁପ ବି'ର କିଛି ବର୍ଗ ସମେତ ଗ୍ରୁପ ଡି' ଓ ଗ୍ରୁପ ସି' କର୍ମଚାରୀମାନେ ଏଥିରୁ ଉପକୃତ ହେବେ । କର୍ମଚାରୀର ସମସ୍ତ 30 ଦିନର ଦରମା ସହିତ ସମାନ ବୋନସ ଟଙ୍କା ପାଇବେ । 7 ହଜାର ଟଙ୍କାର ବୋନସ ଘୋଷଣା ହୋଇଛି ।

  • The central government has approved a Diwali bonus for Group C and non-gazetted Group B rank officials, including paramilitary forces, with a maximum limit of Rs 7,000. (n/1) pic.twitter.com/IK0if6Swxh

    — Press Trust of India (@PTI_News) October 17, 2023 " class="align-text-top noRightClick twitterSection" data=" ">

ଦୀପାବଳି ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ-ହକ ବୋନସ ଦେବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି । ଅଣ ଗେଜେଟେଡ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ ବି ଏବଂ ଗ୍ରୁବ ସି ଅଧୀନରେ ଥିବା କର୍ମଚାରୀ, କୌଣସି ବୋନସ ସ୍କିମରେ ନଥିବା କର୍ମଚାରୀ ସେମାନଙ୍କୁ ମଧ୍ୟ ଏହି ବୋନସ ମିଳିବ । ଅର୍ଥମନ୍ତ୍ରଣାଳୟ ସୂଚନା ଅନୁସାରେ 2022-23 ପାଇଁ କେନ୍ଦ୍ର ସରକାର ଅଣ ଗେଜେଟେଡ କର୍ମଚାରୀଙ୍କ ପାଇଁ 7 ହାଜର ଟଙ୍କା ବୋନସ ଘୋଷଣା କରିଛନ୍ତି । ନିର୍ଦ୍ଦେଶ ଅନୁସାରେ ଯେଉଁ କର୍ମଚାରୀ 2021 ମାର୍ଚ୍ଚ 31 ସୁଦ୍ଧା ଚାକିରି କରିଥିବେ ଏବଂ 2020-21 ବିତ୍ତୀୟ ବର୍ଷରେ 6 ମାସ ଲଗାତାର ଚାକିରି କରିଥିଲେ ସେମାନେ ଏହି ବୋନସରୁ ଲାଭବାନ ହେବେ ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିବୃତ୍ତି ଅନୁଯାୟୀ ଏହି ବୋନସ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ 31, 2023 ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ଏବଂ 2022-23 ବର୍ଷ ମଧ୍ୟରେ ଅତିକମରେ 6 ମାସ କାମ କରିଛନ୍ତି । ଏହି ବୋନସ ଘୋଷଣା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଏହା ବି ପଢନ୍ତୁ...ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ବଢିପାରେ ମହଙ୍ଗା ଭତ୍ତା: ଆଜି କେନ୍ଦ୍ର କ୍ଯାବିନେଟ ବୈଠକ ବସିବ । ବୈଠକରେ ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ । ସୂଚନା ଅନୁସାରେ ମୋଦି କ୍ଯାବିନେଟ କେନ୍ଦ୍ରୀୟ କର୍ମଚାରୀଙ୍କ ଏବଂ ପେନସରଧାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । 4 ପ୍ରତିଶତ ମହାଙ୍ଗା ଭତ୍ତା ବଢିପାରେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । 4 ପ୍ରତିଶତ ବଢି ଏହଂ 46 ପ୍ରତିଶତ ହେବାର ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ 10ଟା 30ରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ବୈଠକ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.