ETV Bharat / state

ସରକାରୀ କର୍ମଚାରୀଙ୍କୁ ରଜ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

author img

By

Published : Jun 13, 2023, 2:08 PM IST

୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୪ ପ୍ରତିଶତ ବୃଦ୍ଧି କଲେ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ରଜ ଭେଟି । ବଢିଲା ମହଙ୍ଗା ଭତ୍ତା । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ମଙ୍ଗଳବାର) ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ଭତ୍ତା ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ।

ପେନସନଭୋଗୀଙ୍କ ଟି.ଆଇରେ ୪% ବୃଦ୍ଧି: ରାଜ୍ୟ ସରକାର ପେନସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହାଦ୍ବାରା ପ୍ରାୟ ସାଢେ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ୪ ପ୍ରତିଶତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଜାନୁଆରୀ ୨୦୨୩ରୁ ପିଛିଲା ଭାବରେ ଲାଗୁ କରାଯିବ । ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ବୃଦ୍ଧି କରାଯାଇଛି ।

ଏହାମଧ୍ୟ ପଢନ୍ତୁ : କଣ୍ଟାବାଞ୍ଜିରେ ଆୟୁବ ଖାନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଲୋକାର୍ପିତ

ରାଜ୍ୟ ସରକାରଙ୍କ ପ୍ରାୟ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଗତ ନୂଆ ବର୍ଷ ପୂର୍ବରୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଥିଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଥିଲେ । ଏହି ମହଙ୍ଗା ଭତ୍ତାକୁ ଗତ ଜୁଲାଇ ୨୦୨୨ରୁ ପିଛିଲା ଭାବରେ ଲାଗୁ ହୋଇଥିଲା । ସପ୍ତମ ବେତନ କମିଶନର ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛି । ଏବେ ରଜ ପୂର୍ବରୁ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରି ରଜ ଭେଟି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.