ETV Bharat / state

India vs Bharat Row: କଂଗ୍ରେସ କହିଲା ବିରୋଧୀ ମେଣ୍ଟକୁ ଡରିଗଲେ ମୋଦି ସରକାର

author img

By ETV Bharat Odisha Team

Published : Sep 6, 2023, 7:24 PM IST

ବିରୋଧୀ ମେଣ୍ଟକୁ ଡରିଗଲେ ମୋଦି ସରକାର
ବିରୋଧୀ ମେଣ୍ଟକୁ ଡରିଗଲେ ମୋଦି ସରକାର

ଦେଶର ଇଂରାଜୀ ନାମ 'ଇଣ୍ଡିଆ'କୁ ପରିବର୍ତ୍ତନ କରି ସବୁ ସ୍ଥାନରେ କେବଳ 'ଭାରତ' କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ଚିହିଁକି ଉଠିଛି କଂଗ୍ରେସ । ବିରୋଧୀ ମେଣ୍ଟର ନାଁ 'ଇଣ୍ଡିଆ' ରଖାଯିବାରୁ ମୋଦି ସରକାର ଭୟରେ ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢ଼ନ୍ତୁ

ବିରୋଧୀ ମେଣ୍ଟକୁ ଡରିଗଲେ ମୋଦି ସରକାର

ଭୁବନେଶ୍ବର: ସରକାରୀସ୍ତରରେ ଦେଶର ନାମ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଛି । ରାସ୍ତାଘାଟ ଯେଉଁଠି ଯେଉଁଠି ବ୍ରିଟିଶ ମାନଙ୍କ ଛାପ ପଡିଛି ଏବଂ ପରାଧୀନର ପରିଚୟ ଦେଉଛି, ସେହିସବୁ ନାମ ଗୁଡିକୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଏହି କ୍ରମରେ ଏବେ ଦେଶର ଇଂରାଜୀ ନାମ 'ଇଣ୍ଡିଆ'କୁ ପରିବର୍ତ୍ତନ କରି କେବଳ ଭାରତ ରଖାଯାଇପାରେ । କେନ୍ଦ୍ର ସରକାର ପରାଧୀନତାର ଛାପକୁ ଲିଭାଇବା ପାଇଁ ଏଭଳି ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ସମ୍ବିଧାନର ଧାରା ୧ରେ ହୋଇପାରେ ପରିବର୍ତ୍ତନ । ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବଡ଼ ପଦକ୍ଷେପ ନେଇ ପାରନ୍ତି କେନ୍ଦ୍ର ସରକାର । ତେବେ ଏହାକୁ ନେଇ ରାଜ୍ୟରେ ମଧ୍ୟ ରାଜନୀତି ସରଗରମ ହୋଇଛି ।

ଇଣ୍ଡିଆ ନାମ ପରିବର୍ତ୍ତନ କରାଯିବା ଚର୍ଚ୍ଚା ସମ୍ପର୍କରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ନରେନ୍ଦ୍ର ମୋଦି ୯ ବର୍ଷ ହେଲାଣି ଶାସନରେ ଅଛନ୍ତି । ପ୍ରଥମରୁ କାହିଁକି ଏହି ପରିବର୍ତ୍ତନ କରିଲେନି ? ଅଟଳ ବିହାରୀ ବାଜପେୟୀ ୫ ବର୍ଷ ପ୍ରଧାନମନ୍ତ୍ରୀ ରହିଥିଲେ । ସେ କାହିଁକି ନାମ ପରିବର୍ତ୍ତନ କରିଲେ ନାହିଁ ? ଭାରତ ସ୍ବାଧୀନତା ପରେ ଜନସଙ୍ଘ ଶାସନ କରିଥିଲା, ସେମାନେ କାହିଁକି ପରିବର୍ତ୍ତନ କରିନଥିଲେ ? ଏବେ ସୋନିଆ ଗାନ୍ଧୀଙ୍କ ସହ ୨୬ଟି ରାଜନୈତିକ ଦଳ ଯେତେବେଳେ ଏକାଠି ହୋଇ ମେଣ୍ଟ ଗଢିଲେ ଏବଂ ତାର ନାମ 'ଇଣ୍ଡିଆ' ଦେଲେ, ସେତେବେଳେ ବିଜେପି ଏହି ପ୍ରସଙ୍ଗ ଉଠାଉଛି । ଭାରତବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ନରେନ୍ଦ୍ର ମୋଦି ସରକାର ଏଭଳି କାର୍ଯ୍ୟ କରୁଛନ୍ତି । ଇଣ୍ଡିଆ ମେଣ୍ଟକୁ ଆତଙ୍କବାଦୀ ବୋଲି ମୋଦି କହିଲେ । ସେ ବୁଝିବା ଦରକାର ସିଏ ତାଙ୍କ ନିଜ ଦେଶକୁ ହିଁ ଅପମାନୀତ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ୟାଜନକ ଘଟଣା । ଇଣ୍ଡିଆ ମେଣ୍ଟ ଏବଂ ରାହୁଲ ଗାନ୍ଧୀଙ୍କୁ ଭୟ କରି କେନ୍ଦ୍ର ସରକାର ଏଭଳି କାର୍ଯ୍ୟ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Parliament Special Session: ଇଣ୍ଡିଆ ନାଁ ପରିବର୍ତ୍ତନ କରି ‘ଭାରତ’ କରିବାକୁ ଆସିବ ସଙ୍କଳ୍ପ !

ଖୁବ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଣ୍ଡୋନେସିଆ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଏକ ବୁକ୍‌ଲେଟ୍‌ରେ ମୋଦିଙ୍କୁ 'ପ୍ରାଇମ୍‌ ମିନିଷ୍ଟର ଅଫ୍‌ ଭାରତ' ବୋଲି ସମ୍ବୋଧିତ କରାଯାଇଛି । ଏହା ପୂର୍ବରୁ ଜି-୨୦ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ମିଳିଥିବା ନିମନ୍ତ୍ରଣ ପତ୍ରରେ ମଧ୍ୟ 'ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ' ଲେଖାଯାଇଥିବା ଚର୍ଚ୍ଚା ହୋଇଥିଲା । ଏହାକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବିଜେପିର ବିପତ୍ତି ଆସିଗଲା । ସରକାରରେ ଅଛ ବୋଲି ବିରୋଧୀଙ୍କ ପ୍ରତି ଏତେ ଅହଂକାର କାହିଁକି ? କ୍ଷମତାରେ ଅଛ ବୋଲି କଣ ଦେଶର ନାଁ (ଇଣ୍ଡିଆ) କଟିଦେବ ? ବିରୋଧୀ କେବଳ ଏକ ମେଣ୍ଟ କରିଛନ୍ତି । ଏହାକୁ ନେଇ ଏତେ ତଳସ୍ତରର ଚିନ୍ତାଧାରା ଠିକ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.