ETV Bharat / state

ପୂର୍ବତଟ ରେଳପଥ ପକ୍ଷରୁ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ସେବା ସମ୍ପ୍ରସାରଣ

author img

By ETV Bharat Odisha Team

Published : Nov 7, 2023, 7:44 AM IST

special train service
special train service

ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସେବା ବୃଦ୍ଧି ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି ହୋଇଛି । ପୂର୍ବତଟ ରେଳପଥ ପକ୍ଷରୁ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ-ପାଟନା ସ୍ପେଶାଲ, ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ, ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ୍‌ଗୁଡିକ ଡିସେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଅନ୍ୟପଟେ ବିଶାଖାପାଟନମ୍‌ଠାରୁ ସିକନ୍ଦରାବାଦ, ବାଙ୍ଗାଲୋର ଏବଂ ତିରୁପତି ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଏବଂ ସମ୍ବଲପୁର ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଏହାସହ ସିଆଲଦା-ପୁରୀ, ସାନ୍ତ୍ରାଗାଛି-ପୁରୀ, ଚେନ୍ନାଇ-ସାନ୍ତ୍ରାଗାଛି ଏବଂ ଚେନ୍ନାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ଗୁଡିକ ମଧ୍ୟ ନଭେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ।

ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ସୁରଟ-ବ୍ରହ୍ମପୁର-ସୁରଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିବା ବେଳେ ଗୋମତି ନଗର(ଲକ୍ଷ୍ନୌ)-ମାଳତୀପାଟପୁର(ପୁରୀ) ସ୍ୱତନ୍ତ୍ର ଟ୍ରେନ୍‌ ନଭେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ମାନଙ୍କରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ, ଆଉ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ଦେଇ ପୂଜା ଓ ଶୀତ ସମୟରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳପଥରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ, ଭିଡ଼ ନିୟନ୍ତ୍ରଣ ପାଇଁ ସେବା ବୃଦ୍ଧି


ପୁରୀ-ପାଟନା ସ୍ୱତନ୍ତ୍ର: 08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲ ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଟା 55 ଏବଂ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1.45ରେ ପାଟନାଠାରୁ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ 30 ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱର-ଧାନବାଦ୍ ସ୍ୱତନ୍ତ୍ର: 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ବର୍ତ୍ତମାନ 30 ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ପୁରୀ-ଭଞ୍ଜପୁର ବିଶେଷ: 08011/08012 ଭଞ୍ଜପୁର(ବାରିପଦା)-ପୁରୀ- ଭଞ୍ଜପୁର ସ୍ପେଶାଲ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାରରେ ପୁରୀଠାରୁ ଛାଡ଼ୁଥିବା ସ୍ୱତନ୍ତ୍ର ଟ୍ରେନ୍‌ 31 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବ୍ରହ୍ମପୁର-ସୁରଟ ବିଶେଷ: 09069/09070 ସୁରଟ-ବ୍ରହ୍ମପୁର-ସୁରଟ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ 2ଟା 20ରେ ସୁରଟଠାରୁ ଓ ପ୍ରତ୍ୟେକ ଶୁକ୍ରବାର ଦିନ ବ୍ରହ୍ମପୁରରୁ ଭୋର 3ଟା 30ରେ ଛାଡ଼ିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍‌ 8 ନଭେମ୍ବରରୁ 29 ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ମାଳତୀପାଟପୁର(ପୁରୀ)- ଗୋମତି ନଗର(ଲକ୍ଷ୍ନୌ) ବିଶେଷ: 05068/05067 ଗୋମତି ନଗର-ମାଳତୀପାଟପୁର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା 6ଟା 55ରେ ଗୋମତି ନଗରରୁ ଯାତ୍ରା ପ୍ରାରମ୍ଭ କରିବାକୁ ଥିବାବେଳେ ପ୍ରତ୍ୟେକ ଶନିବାର ଦିନ ମାଳତିପାଟପୁରରୁ ପୂର୍ବାହ୍ନ 10 ଘଟିକାରେ ଛାଡ଼ିବ ଏବଂ ଏହା 9 ନଭେମ୍ବରରୁ 2 ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ୱର-ଚେନ୍ନାଇ ସ୍ୱତନ୍ତ୍ର: 06073/06074 ଚେନ୍ନାଇ-ଭୁବନେଶ୍ୱର-ଚେନ୍ନାଇର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ସୋମବାର ଦିନ ଚେନ୍ନାଇରୁ ରାତ୍ରି 11ଟା 45ରେ ଛାଡିବାକୁ ଥିବାବେଳେ ଭୁବନେଶ୍ୱର ଠାରୁ ପ୍ରତ୍ୟକ ମଙ୍ଗଳବାର ଦିନ ରାତ୍ରି 9ଟାରେ ଛାଡ଼ିବ ଏବଂ ଏହା 13 ନଭେମ୍ବରରୁ 28 ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ସାନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର: 06071/06072 ସାସାନ୍ତ୍ରାଗାଛି-ଚେନ୍ନାଇ- ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11ଟା 45ରେ ଚେନ୍ନାଇ ଛାଡିବାକୁ ଥିବାବେଳେ ସାସାନ୍ତ୍ରାଗାଛିଠାରୁ ପ୍ରତି ସୋମବାର ଭୋର 5ଟାରେ ଛାଡିବ ଏବଂ ଏହା 11 ନଭେମ୍ବରରୁ 27 ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ସାନ୍ତ୍ରାଗାଛି-ପୁରୀ ବିଶେଷ: 02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛିରୁ ଏବଂ ପୁରୀରୁ ପ୍ରତ୍ୟେକ ଶନିବାରରେ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ 25 ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ଭଞ୍ଜପୁର (ବାରିପଦା) -ପୁରୀ ବିଶେଷ: 08011/08012 ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଛାଡୁଥିବା ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀରୁ ଛାଡୁଥିବା ବିଶେଷ ଟ୍ରେନ୍‌ ବର୍ତ୍ତମାନ 31 ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ସିଆଲଦା (କୋଲକାତା) -ପୁରୀ ବିଶେଷ: 03101/03102 ସିଆଲଦା- ପୁରୀ-ସିଆଲଦା ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସିଆଲଦାଠାରୁ ଏବଂ ପ୍ରତି ରବିବାର ରବିବାର ଦିନ ପୁରୀଠାରୁ ଛାଡୁଥିବା ବିଶେଷ ଟ୍ରେନ 26 ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବଲପୁର-ଏରୋଡ ସ୍ପେଶାଲ: 08311/08312 ସମ୍ବଲପୁର-ଏରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ବୁଧବାରରେ ସମ୍ବଲପୁର ଠାରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଏରୋଡରୁ ଛାଡୁଥିବା ବିଶେଷ ଟ୍ରେନ ବର୍ତ୍ତମାନ 1 ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

କଟକ-ହାଇଦ୍ରାବାଦ ବିଶେଷ: 07165/07166 ହାଇଦ୍ରାବାଦ-କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ମଙ୍ଗଳବାର ଦିନ ରାତି 8ଟା 10ରେ ହାଇଦ୍ରାବାଦ ଠାରୁ ଏବଂ ପ୍ରତି ବୁଧବାର ଦିନ 10ଟା 30 ରେ କଟକ ଠାରୁ ଛାଡିବାକୁ ଥିବାବେଳେ ଏହା 7 ନଭେମ୍ବରରୁ 22 ନଭେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱର ନୂଆ-ବାଙ୍ଗାଲୋର ସ୍ୱତନ୍ତ୍ର: 06287/06288 ବାଙ୍ଗାଲୋର-ଭୁବନେଶ୍ୱର ନୂଆ -ବାଙ୍ଗାଲୋର ଅଣ-ସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ 10 ନଭେମ୍ବର (ଶୁକ୍ରବାର) ଦିନ ଭୋର 4ଟାରେ ବାଙ୍ଗାଲୋର ଠାରୁ ଏବଂ 11 ନଭେମ୍ବର (ଶନିବାର) ଦିନ ଭୁବନେଶ୍ୱରରୁ ସକାଳ 8ଟା 15ରେ ଭୁବନେଶ୍ୱର ନୂଆ ଷ୍ଟେସନ ଠାରୁ ଛାଡିବ।

ଉପରୋକ୍ତ ଟ୍ରେନ ଗୁଡିକ ବ୍ୟତୀତ, ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍, ବିଶାଖାପାଟନମ୍-ବାଙ୍ଗାଲୋର-ବିଶାଖାପାଟନମ୍ ସ୍ପେଶାଲ୍, ବିଶାଖାପାଟନମ୍-ତିରୁପତି-ବିଶାଖାପାଟମ୍ ବିଶେଷ ଟ୍ରେନ୍‌ଗୁଡ଼ିକ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । 08586 ବିଶାଖାପାଟନମ୍-କୁର୍ନୁଲ୍ ସିଟି-ବିଶାଖାପାଟନମ୍ ସ୍ପେଶାଲ୍ 15 ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.