ETV Bharat / state

ପୂର୍ବତଟ ରେଳପଥରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ, ଭିଡ଼ ନିୟନ୍ତ୍ରଣ ପାଇଁ ସେବା ବୃଦ୍ଧି

author img

By

Published : Jul 13, 2023, 10:29 PM IST

ପୂର୍ବତଟ ରେଳପଥରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ । ଭିଡ଼ ନିୟନ୍ତ୍ରଣ କରିବାକୁ କେତେକ ବିଶେଷ ଟ୍ରେନ ଚଳାଚଳରେ ସେବା ବୃଦ୍ଧି କରାଯାଇଛି। ଅଧିକ ପଢନ୍ତୁ

ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରେନ ସେବା ବୃଦ୍ଧି
ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରେନ ସେବା ବୃଦ୍ଧି


ଭୁବନେଶ୍ବର: ପୂର୍ବତଟ ରେଳପଥରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ। ସମ୍ବଲପୁର ସିଟି ଷ୍ଟେସନ ମାର୍ଗ ଦେଇ ପୁରୀରୁ ଉଧନା (ସୁରଟ)କୁ ଯିବ ଜନ ସାଧାରଣ ସ୍ୱତନ୍ତ୍ର ଟ୍ରେନ। ସେହିପରି ବିଶାଖାପାଟନମଠାରୁ ରଙ୍ଗପଡା ନର୍ଥ (ଆସାମ)କୁ ଯିବ ଜନ ସାଧାରଣ ସ୍ୱତନ୍ତ୍ର ଟ୍ରେନ। ପୂର୍ବତଟ ରେଳପଥରୁ ଛାଡୁଥିବା କିମ୍ବା ଆସୁଥିବା ଟ୍ରେନ୍ ପାଇଁ ଅତିରିକ୍ତ ରହଣିର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖିବା ସହ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଛି।

08465 ପୁରୀ-ଉଧନା ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ 12 ଜୁଲାଇରୁ 2 ଅଗଷ୍ଟ ମଧ୍ୟରେ ଚଳାଚଳ କରିବ। ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ 2 ଟା 55 ମିନିଟରେ ଛାଡ଼ିବ ଏହି ଟ୍ରେନ। ଫେରିବା ମାର୍ଗରେ 08466 ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ 13 ରୁ 3 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି 11ଟାରେ ଉଧନାରୁ ଛାଡିବ। ଏହି ଟ୍ରେନ ପୁରୀ ଓ ଉଧନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ। ଅତି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ଼, ଇବ, ବିଳାସପୁର, ରାୟପୁର, ନାଗପୁର, ୱାର୍ଦ୍ଧା ଓ ଭୁସାବଲ୍ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ। ଏହି ଟ୍ରେନରେ ୧୭ଟି ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍ ଉପଲବ୍ଧ ରହିଛି।

08562 ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ସ୍ପେଶାଲ ବିଶାଖାପାଟନମଠାରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ରାତି 12ଟା 10 ମିନିଟ ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ 10ଟାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ। ଫେରିବା ମାର୍ଗରେ 08561 ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ ରଙ୍ଗପଡା ଉତ୍ତର ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର 05 ଟା 15ମିନିଟରେ ଛାଡି ବୁଧବାର ଦିନ ଅପରାହ୍ନ 03 ଟା 35ମିନିଟରେ ବିଶାଖାପାଟନମଠାରେ ପହଞ୍ଚିବ। ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ। ଏଥିରେ 7ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।



କେତେକ ବିଶେଷ ଟ୍ରେନ ଚଳାଚଳରେ ସେବା ବୃଦ୍ଧି କରାଯାଇଛି। ସେଗୁଡ଼ିକ ହେଲା:-

A: ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ

ପ୍ରତ୍ୟେକ ଶନିବାର ଦିନ ପୁରୀରୁ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ସେବାକୁ 26 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

B. ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ

ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀରୁ ଛାଡୁଥିବା 08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ ସେବାକୁ 1 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

C. ବିଶାଖାପାଟନମ୍-ବନାରସ-ବିଶାଖାପାଟନମ୍ ବିଶେଷ ଟ୍ରେନ

08588 ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08587 ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

D. ପୂର୍ବରୁ ଘୋଷଣା କରାଯାଇଥିବା ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍

ପୂର୍ବରୁ ଘୋଷିତ ସ୍ୱତନ୍ତ୍ର ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ସେବା ଜାରି ରଖିଛି। ସେଗୁଡିକ ହେଉଛି ପୁରୀ-ପାଟନା-ପୁରୀ ସ୍ପେଶାଲ୍, ପାଟନା-ପୁରୀ-ପାଟନା ସ୍ପେଶାଲ୍ ଏକ୍ସପ୍ରେସ୍, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍, ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ - ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ।


ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା କରାଯାଇଛି:

1. 15 ଜୁଲାଇ 2023 ଠାରୁ 18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନକୁ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେସନ ଠାରେ ରହଣି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ 28 ଜୁନ୍ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସକୁ ସତ୍ତେନାପଲ୍ଲୀ, ପିଡୁଗୁରୁଲା ଏବଂ ନାଡିକୁଡେ ଷ୍ଟେସନରେ ରହଣି ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସକୁ ମିରିୟାଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି ବ୍ୟବସ୍ଥା କରାଯାଇଛି। ପୁରୀ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17479 ପୁରୀ-ତିରୁପତି ଏକ୍ସପ୍ରେସକୁ ଚିନ୍ନା ଗଞ୍ଜାମ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଛି। ବିଶାଖାପାଟନମ୍ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 12861 ବିଶାଖାପାଟନମ୍-ମେହବୁବନଗର ଏକ୍ସପ୍ରେସ କୁ ମଧୀରା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ...ମୋଦିଙ୍କୁ ନବୀନଙ୍କ ଦାବି: ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.