ETV Bharat / state

Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

author img

By

Published : Dec 3, 2022, 4:25 PM IST

Etv Bharat
Etv Bharat

ମେକ ଇନ ଓଡିଶା କନକ୍ଲେଭ (Make In Odisha Conclave)ରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) । ଅଧିକ ପଢନ୍ତୁ

ଭୁବନେଶ୍ବର: ମେକ ଇନ ଓଡିଶା କନକ୍ଲେଭ (Make In Odisha Conclave)ରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) । 2001ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ଆଜି ଓଡିଶାର ସତୁରି ଲକ୍ଷ ସଶକ୍ତ ମା'ମାନଙ୍କର ଏକ ମହାଶକ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ
Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ


ଏହାବି ପଢନ୍ତୁ- TMC ନେତାଙ୍କ ଘରେ ବୋମା ବିସ୍ଫୋରଣ, ୨ ମୃତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ । it is a non-negotiable code । ଏହା ଏକ ପବିତ୍ର ଦାୟିତ୍ଵ । ମୋର ଦୃଢ ବିଶ୍ବାସ, ମା'ମାନଙ୍କୁ ସଶକ୍ତ ନକରି ପରିବାର, ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ । ଓଡ଼ିଶାରେ ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି କାମ କରୁଛନ୍ତି । SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତି ମା'ଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା' ଉପକାର ପାଇବେ । ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ ମା'ଙ୍କୁ ଦେବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତି । ମିଶନ ଶକ୍ତି ଫେଡେରେସନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ର (vibrant financial hub)ରେ ପରିଣତ କରିବା ଲକ୍ଷ୍ୟ ।

Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ
Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ

ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲିଂ ପାଣ୍ଠି, ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପଞ୍ଚାୟତସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମ୍ପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ 30 ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଡିଶାର ରୂପାନ୍ତରଣରେ ମା' ମାନଙ୍କର ବଡ ଭୂମିକା ରହିଛି ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମା'ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti - Scaling Up ଉନ୍ମୋଚନ କରିଛନ୍ତି । କଟକ ମା ତାରିଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଛନ୍ତି ।

Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ
Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ

ଏହାବି ପଢନ୍ତୁ- ବାଦାମ ଏବଂ ହର୍ବାଲ ପାଉଡର ଅନ୍ତଃ ସ୍ବାସ୍ଥ୍ୟକୁ ଭଲ ରଖିପାରେ

ସେହିଭଳି ଏସଏଚଜି ମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉଦବୋଧନରେ ମା'ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟ ପଣ୍ଡିଆନ ସ୍ଵାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି ।

Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ
Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ : ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.