ETV Bharat / sukhibhava

ବାଦାମ ଏବଂ ହର୍ବାଲ ପାଉଡର ଅନ୍ତଃ ସ୍ବାସ୍ଥ୍ୟକୁ ଭଲ ରଖିପାରେ

author img

By

Published : Dec 3, 2022, 2:06 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ପ୍ରତିଦିନ ଗୋଟିଏ ମୁଠା ବାଦାମ, ଏକ ଚାମଚ ହଳଦୀ କିମ୍ବା ଅନ୍ୟାନ୍ୟ ରୋଷେଇ ଘରେ ମିଳୁଥିବା(ଗୋଲମରିଚ, ଅଦା, ଲବଙ୍ଗ ଇତ୍ୟାଦି) ପାଉଡର୍ ଖାଇବା ଦ୍ୱାରା ଅନ୍ତଃ ସ୍ବାସ୍ଥ୍ୟ ଭଲ ରହିଥାଏ(Peanuts, herbs, might have a positive impact on gut microbiome) । ଅଧିକ ପଢନ୍ତୁ

ବାଦାମ ଏବଂ ହର୍ବାଲ ପାଉଡର ଅନ୍ତଃ ସ୍ବାସ୍ଥ୍ୟକୁ ଭଲ ରଖିପାରେ
ବାଦାମ ଏବଂ ହର୍ବାଲ ପାଉଡର ଅନ୍ତଃ ସ୍ବାସ୍ଥ୍ୟକୁ ଭଲ ରଖିପାରେ

ୱାଶିଂଟନ୍: ପେନ୍ ଷ୍ଟେଟ୍ ରିସର୍ଚ୍ଚର ଏକ ନୂତନ ଅନୁସନ୍ଧାନ ଅନୁସାରେ, ପ୍ରତିଦିନ ଗୋଟିଏ ମୁଠା ବାଦାମ, ଏକ ଚାମଚ ହଳଦୀ କିମ୍ବା ଅନ୍ୟାନ୍ୟ ରୋଷେଇ ଘରେ ମିଳୁଥିବା(ଗୋଲମରିଚ, ଅଦା, ଲବଙ୍ଗ ଇତ୍ୟାଦି) ପାଉଡର୍ ଖାଇବା ଦ୍ୱାରା ଅନ୍ତଃ ସ୍ବାସ୍ଥ୍ୟ ଭଲ ରହିଥାଏ, ଯାହା ସାମଗ୍ରିକ ସ୍ୱାସ୍ଥ୍ୟର ସଙ୍କେତ(Peanuts, herbs, might have a positive impact on gut microbiome) । ଦୁଇଟି ପୃଥକ ଅଧ୍ୟୟନରେ, ନ୍ୟୁଟ୍ରିସନ୍ ବୈଜ୍ଞାନିକମାନେ ହାରାହାରି ଆମେରିକୀୟ ଖାଦ୍ୟରେ ଛୋଟ ପରିବର୍ତ୍ତନ ଗୁଡ଼ିକର ପ୍ରଭାବ ଉପରେ ଅଧ୍ୟୟନ କରିଥିଲେ, ଏଥିରୁ ଅନ୍ତଃ ମାଇକ୍ରୋବାୟୋମର ଉନ୍ନତି ପାଇଥିଲେ ।

ମାନବର ଅନ୍ତଃ ମାଇକ୍ରୋବାୟୋମ୍ ହେଉଛି ଟ୍ରିଲିୟନ୍ ମାଇକ୍ରୋ ଅର୍ଗାନିଜମର ଏକ ସଂଗ୍ରହ, ଯାହା ଅନ୍ତନଳୀରେ ବାସ କରେ । ସେଠାରେ ଥିବା ଜୀବାଣୁ ମେଟାବୋଲିଜିମ୍ ଏବଂ ପ୍ରତିରକ୍ଷା ପ୍ରଣାଳୀର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ସହିତ ଶରୀରର ପ୍ରାୟ ସମସ୍ତ ପ୍ରଣାଳୀ ଉପରେ ପ୍ରଭାବ ପକାଇପାରେ । ଅଧ୍ୟୟନର ଜଣେ ସଦସ୍ୟ ପ୍ରଫେସର ପେନି ଏମ୍ କ୍ରିସ୍-ଇଥରଟନ୍ କହିଛନ୍ତି, ଅନୁସନ୍ଧାନରୁ ଏହା ଜଣାପଡିଲା ଯେ, ଯେଉଁମାନଙ୍କର ଅଧିକ ଜୀବାଣୁ ବିବିଧତା ନାହିଁ ସେମାନଙ୍କ ତୁଳନାରେ ଯେଉଁମାନଙ୍କର ଅନେକ ଭିନ୍ନ ଭିନ୍ନ ମାଇକ୍ରୋବ୍ସ ଥାଏ, ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଏକ ଭଲ ଖାଦ୍ୟ ପ୍ରଣାଳୀ ଥାଏ ।

କ୍ଲିନିକାଲ୍ ନ୍ୟୁଟ୍ରିସନ ପତ୍ରିକାରେ ପ୍ରକାଶିତ ପିନଟ୍ ଷ୍ଟଡି ପାଇଁ, କ୍ରିସ୍-ଇଥରଟନ୍ ଏବଂ ତାଙ୍କ ସହକର୍ମୀମାନେ ଦିନକୁ 28 ଗ୍ରାମ(ପାଖାପାଖି ଗୋଟିଏ ମୁଠା) ବାଦାମ ଖାଉଥିବା ବ୍ୟକ୍ତି ଏବଂ ସ୍ନାକ୍ସରେ କାର୍ବୋହାଇଡ୍ରେଟ ପନିର୍ ଖାଉଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଛଅ ସପ୍ତାହ ଶେଷରେ, ଏହା ଜଣାପଡିଲା ଯେ, ବାଦାମ ସ୍ନାକ୍ସ ଖାଇଥିବା ଅଂଶଗ୍ରହଣକାରୀଙ୍କର ରୁମିନୋକୋକେସିଆର ପ୍ରଚୁର ପରିମାଣରେ ବୃଦ୍ଧି ପାଇଥିଲା, Ruminococcaceae ଏକ ଭଲ ଜୀବାଣୁ ଗୋଷ୍ଠୀ, ଯାହା ସୁସ୍ଥ ଲିଭର ମେଟାବୋଲିଜିମ୍ ଏବଂ ପ୍ରତିରକ୍ଷା କାର୍ଯ୍ୟ କରିଥାଏ ।

ଜର୍ଣ୍ଣାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ବାଦାମ ଏବଂ ହର୍ବଲ ମିଶ୍ରଣର ପ୍ରଭାବ ଉପରେ ମଧ୍ୟ ବିଶ୍ଳେଷଣ କରିଥିଲେ । ଏଥିରେ ଚିନାବାଦାମ, ଅଦା, ଜିରା, ହଳଦୀ, ଗୋଲମରିଚ, ତୁଳସୀ ଆଦି ସାମିଲ୍ ଥିଲା । ହୃଦ୍‌ରୋଗ ପାଇଁ ବିପଦ ଥିବା ଅଂଶଗ୍ରହଣକାରୀଙ୍କ ଉପରେ ଏହି ପରୀକ୍ଷଣ ହୋଇଥିଲା । ଏହି ସବୁ ହର୍ବଲ ପାଉଡର୍ ପ୍ରତିଦିନ ଫୁଲ୍ ଛୋଟ ଚାମଚ, ଚାରି ସପ୍ତାହ ଖାଇବା ପରେ ଅଂଶଗ୍ରହଣକାରୀମାନଙ୍କ ଅନ୍ତଃ ବ୍ୟାକ୍ଟେରିଆର ବିବିଧତା ଦେଖିବାକୁ ମିଳିଥିଲା । ଏଥିସହ ଉପକାରୀ ରୁମିନୋକୋକେସିଆର ବୃଦ୍ଧି ମଧ୍ୟ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.