ETV Bharat / bharat

TMC ନେତାଙ୍କ ଘରେ ବୋମା ବିସ୍ଫୋରଣ, ୨ ମୃତ

author img

By

Published : Dec 3, 2022, 11:26 AM IST

Updated : Dec 3, 2022, 2:17 PM IST

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

TMC ନେତାଙ୍କ ଘରେ ବୋମା ବିସ୍ଫୋରଣ, ୨ ମୃତ
TMC ନେତାଙ୍କ ଘରେ ବୋମା ବିସ୍ଫୋରଣ, ୨ ମୃତ

କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତାଙ୍କ(TMC) ଘରେ ଫୁଟିଲା ବୋମା । ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ଅର୍ଜୁନ ନଗର ଅଞ୍ଚଳରେ ଥିବା TMCର ବୁଥ ସଭାପତି ରାଜକୁମାର ମନ୍ନାଙ୍କ ଘରେ ଏହି ବୋମା ବିସ୍ଫୋରଣ ହୋଇଛି (blast at residence of TMC booth president) । ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ କିଛି ଆହତ ହୋଇଛନ୍ତି । ମୃତକମାନେ TMC କର୍ମୀ ହୋଇଥିବା କୁହାଯାଉଛି । ତେବେ କିପରି ଏହି ବିସ୍ଫୋରଣ ହେଲା ତାହା ଏ ଯାଏଁ ଜଣାପଡି ନାହିଁ । ଗତକାଲି ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଟିଏମସି ନେତା ଅଭିଶେଖ ବାନାର୍ଜୀ(Abhishek Banerjee)ଙ୍କ ଜନସଭା କାର୍ଯ୍ୟକ୍ରମ ସ୍ଥଳ ଠାରୁ ଅଧା କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଛି (Blast at TMC Leader House) । ଆଜି ସେ ଏଠାରେ ଜନସଭା କରିଥାନ୍ତେ । ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଟିଏମସି ନେତାଙ୍କ ଘରର ଛାତ ଉଡି ଯାଇଛି । ସମ୍ପୂର୍ଣ୍ଣ ଘର ମାଟିରେ ମିଶିଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି ।

ଏହାମଧ୍ୟ ପଢନ୍ତୁ: ହୃଦଘାତର ଶିକାର ହେଲେ ବସ ଚାଳକ, ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଗଲା ବସ

ମୃତକଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ବୁଥ ସଭାପତି ରାଜକୁମାର ମନ୍ନା, ତଙ୍କ ଭାଇ ଦେବ କୁମାର ମନ୍ନା ଓ ବିଶ୍ବଜିତ୍ ଗାୟେନ ନାମକ ବ୍ୟକ୍ତି ରହିଛନ୍ତି । କେମିତି ଏହି ବିସ୍ଫୋରଣ ହେଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ବିଜେପି ଅଭିଯୋଗ କରିଛି ଯେ, ଘରେ ବୋମା ତିଆରି ହେଲା ବେଳେ ଏହି ବିସ୍ଫୋରଣ ହୋଇଛି ।

Last Updated : Dec 3, 2022, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.