ETV Bharat / state

ସୋମବାର କୋର୍ଟରେ ହାଜର ହେବେ ଅର୍ଚ୍ଚନା, ରିମାଣ୍ଡ ଆବେଦନ କରିପାରେ ED

author img

By

Published : Dec 4, 2022, 10:57 PM IST

ସୋମବାର କୋର୍ଟରେ ହାଜର ହେବେ ଅର୍ଚ୍ଚନା, ରିମାଣ୍ଡ ଆବେଦନ କରିପାରେ ED
ସୋମବାର କୋର୍ଟରେ ହାଜର ହେବେ ଅର୍ଚ୍ଚନା, ରିମାଣ୍ଡ ଆବେଦନ କରିପାରେ ED

ପ୍ରଡକ୍ସନ ପିଟିସନ ଆଧାରରେ ଆସନ୍ତାକାଲି କୋର୍ଟରେ ‌ହାଜର ହେବେ ଅର୍ଚ୍ଚନା ନାଗ । ପ୍ରଥମ ଥର ପାଇଁ ମନି ଲଣ୍ଡରିଂ କେସରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ରଡକ୍ସନ ପିଟିସନ ଆଧାରରେ ଆସନ୍ତାକାଲି କୋର୍ଟରେ ‌ହାଜର ହେବେ ଅର୍ଚ୍ଚନା ନାଗ । ପ୍ରଥମ ଥର ପାଇଁ ମନି ଲଣ୍ଡରିଂ କେସରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା । ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୋଲିସ ଏସକର୍ଟରେ ‌କୋର୍ଟରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ରହିଛି ।

ଆସନ୍ତାକାଲି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ପ୍ରଡକ୍ସନ ପିଟିସନ ଆଧାରରେ ଅର୍ଚ୍ଚନା କୋର୍ଟରେ ହାଜର ହେବା ନେଇ ସୂଚନା ମିଳିଛି । ତେବେ ଆସନ୍ତାକାଲି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାରଣ ପ୍ରଥମ ଥର ପାଇଁ ମନି ଲଣ୍ଡରିଂ କେସରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ । ହାଜର ପରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଜଣାଇବ ED । ପୂର୍ବରୁ ଏହି କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କ ତଥ୍ୟର ଆବଶ୍ୟକତା ରହିଛି । ଯାହାକୁ ନେଇ ରିମାଣ୍ଡରେ ଗଲେ ଅନେକ ହାଇ ପ୍ରୋଫାଇଲ୍ ଲିଙ୍କ ସାମ୍ନାକୁ ଆସିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.